ହରିଶଙ୍କର ଝରଣା ଧାରଣ କରିଲା ବିକାରାଳ ରୂପ, ରାସ୍ତାରେ ଯିଏ ବି ଆସିଲା ତାକୁ ବୋହି ନେଇ ଗଲା, ଦେଖନ୍ତୁ ଭିଡିଓ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଦେଶରେ ମନସୁନର ସିଜିନ ଚାଲିଛି । ଯେଉଁ କାରଣରୁ କେରଲ, ଆସାମ ସହିତ ଦେଶର କେତେକ ଅଞ୍ଚଳରେ ବନ୍ୟାର ସ୍ଥିତି ଦେଖା ଯାଇଛି । ଏହି ବନ୍ୟା କାରଣରୁ ସହର ଓ ଗ୍ରାମରେ ପାଣି ଭର୍ତି ହୋଇ ଯାଇଛି ଓ କେତେକ ଜାଗାରେ ଘର ଭିତରେ ବି ପାଣି ପଶି ଯାଇଛି । ଯେଉଁ କାରଣରୁ ଲୋକମାନଙ୍କୁ ନିଜ ଘର ଛାଡି ସ୍ଥାନାନ୍ତର ହେବାକୁ ପଡିଛି । ଏହା ମଧ୍ୟରେ ଆମ ରାଜ୍ୟ ଓଡିଶା ବି ବର୍ଷା କାରଣରୁ ବନ୍ୟାର ସମ୍ମୁଖୀନ ହେଉଛି ।

ବର୍ତ୍ତମାନ ହିଁ ଇଣ୍ଟର୍ନେଟରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ବଲାଙ୍ଗୀରରେ ଥିବା ହରିଶଙ୍କର ମନ୍ଦିର ପରିସରର ଝରଣାର ଅଟେ ।

ଭିଡିଓରେ ଆପଣ ଦେଖି ପାରିବେ କି ଏହି ଝରଣା ନିଜର ରୁଦ୍ର ରୂପ ଆପଣାଇ ନେଇଛି । ଏହାର ବିକାଳ ରୂପ ଏତେ ଜୋର ଅଟେ କି ଏହାର ରାସ୍ତାରେ ଯିଏ ବି ଆସୁଛି ସେ ତାକୁ ବୋହି ନେଇ ଚାଲି ଯାଉଛି । ଏହି ପୁରା ଦୃଶ୍ୟଟି ବହୁତ ଭୟାନକ ଲାଗୁଛି ।

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ହରିଶଙ୍କର ମନ୍ଦିରର ସିଢି ଗୁଡିକରେ ପ୍ରବାହିତ ହେଉଥିବା ଏହି ଜଳଧାରା ପୂର୍ଣ ମନ୍ଦିର ପରିସରକୁ ଘେରି ରଖିଛି । ଏହି ଦୃଶ୍ୟକୁ ଦେଖି ମନ୍ଦିରରେ ଆସୁଥିବା ଶ୍ରଦ୍ଧାଳୁମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ଏହି ମନସୁନ ଓ ଅଧିକ ବର୍ଷା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବି ୯ଟି ଜିଲ୍ଲା ପ୍ରଭାବିତ ହୋଇ ସାରିଛନ୍ତି । ଏମିତିରେ ଓଡିଶାର କେତେକ ଅଞ୍ଚଳରେ ଆସନ୍ତା ତିନି ଦିନ ମଧ୍ୟରେ ଅଧିକ ବର୍ଷା ହେବାର ଆଶଙ୍କା ବି ଅଛି । ଏହା ପରେ ରାଜ୍ୟ ସରକାର ଏହି ଅବସ୍ଥା ଗୁଡିକର ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।