Jio ର ବଡ ଘୋଷଣା: ଫ୍ରୀରେ ମିଳିବ ସେଟଅପ ବକ୍ସ ଓ ଟିଭି, ରିଲିଜ ହେବା ମାତ୍ରେ ହିଁ ଘରେ ବସି ଦେଖି ପାରିବେ ନୂଆ ଫିଲ୍ମ, ଜାଣନ୍ତୁ କେମିତି

ଆଜିର ଡିଜିଟାଲ ଇଣ୍ଡିଆ ପଛରେ ରିଲାୟ୍ଯାନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କର ବହୁତ ବଡ ହାତ ଅଛି । ସେ ଯେତେବେଳେ ଦେଶରେ ମାଗଣା Jio ସେବା ଆରମ୍ଭ କରିଥିଲେ ତେବେ ପୁରା ଟେଲିକମ ଇଣ୍ଡଷ୍ଟ୍ରିରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା । ଏମିତିରେ ସୋମବାର ଦିନ ମୁକେଶ ଆମ୍ବାନୀଙ୍କର କମ୍ପାନୀ ରିଲାୟ୍ଯାନ୍ସ ଜିଓ ଦେଶକୁ ଅନ୍ୟ ଏକ ନୂତନ ଓ ବଡ ଉପାହର ଦେଇଛି ।

କହିବାକୁ ଗଲେ ଜିଓ ନିଜର ଏନୁଅଲ ଜେନେରାଲ ମିଟିଙ୍ଗ (AGM)ରେ ‘ଜିଓ ଗିଗା ଫାଇବାର’ ବିଷୟରେ କେତେକ ରୋଚକ କଥା କହିଛି । ଏହି ସର୍ବିସ ୫ ସେପ୍ଟମ୍ବର ୨୦୧୯ରେ ଆରମ୍ଭ ହେବାକୁ ଯାଉଛି ।

କଣ ଅଟେ ‘ଜିଓ ଗିଗା ଫାଇବାର’ ?

ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ ଏହି ସେବା ଅନୁସାରେ ଆପଣଙ୍କ ଘରେ ଏକ ୱେୟାର ଲାଇନ ଇନସ୍ଟଲ କରାଯିବ । ଏହାର ଖାସ କଥା ଏହା ଅଟେ କି ଏହାର ବ୍ୟବହାର ଆପଣ ଲ୍ୟାଣ୍ଡଲାଇନ ଫୋନରେ କଥାବାର୍ତ୍ତା, ଟିଭି ଦେଖିବା ପାଇଁ ସେଟଅପ ବକ୍ସ ଓ ଇଣ୍ଟର୍ନେଟ ଚଳାଇବା ପାଇଁ କମ୍ପିଉଟର, ମୋବାଇଲ ଇତ୍ୟାଦିରେ କରି ପାରିବେ । ମାନେ ଗୋଟିଏ ହିଁ ତାରରେ ଆପଣ ବହୁତ କିଛି ସୁବିଧା ପାଇ ପାରିବେ । ଏହା ଛଡା ଏଥିରେ ମଲ୍ଟୀ-ପାର୍ଟୀ ଭିଡିଓ କନ୍ଫ୍ରେଂସ କଲ, ଲାଇଭ ଗେମିଂଗ ଓ ସ୍ମାର୍ଟ ହୋମ ସଲ୍ଯୂଶନ ଭଳି ସୁବିଧା ବି ଉପଲବ୍ଧ ଅଛି ।

Freeରେ ମିଳିବ 4K ଟିଭି ଓ 4K ସେଟଅପ ବକ୍ସ

ଏମିତିରେ ଏହି ନୂତନ ସେବାକୁ ନେବା ଦ୍ଵାରା ଆପଣଙ୍କୁ 4K ଟିଭି ଓ 4K ସେଟଅପ ବକ୍ସ ବିଲକୁଲ ଫ୍ରୀରେ ମିଳିବ । କିନ୍ତୁ ଏହି ମାଗଣା ଉପହାର ସେହି ଗ୍ରାହକମାନଙ୍କୁ ଦିଆ ଯିବ ଯେଉଁମାନେ ଜିଓର ‘ଫରେଭର ପ୍ଲାନ’ ନେବେ । ଏହା ଅତିରିକ୍ତ ଆପଣ ହାଈ ଡେଫିନେଶନ କ୍ୱାଲିଟୀରେ ଏଂଟରଟେନମେଂଟ ଭଳି ଟିଭି ଓ ଡିଜିଟଲ ସର୍ଭିସର ଆନନ୍ଦ ବି ନେଇ ପାରିବେ ।

ଏମିତି କରିବା ପାଇଁ ଆପଣ ପ୍ଳାନ ଅନୁସାରେ 100 GBPS ପର୍ଯ୍ୟନ୍ତ ଅଧିକ ସ୍ପୀଡର ବ୍ରଡବ୍ରାଣ୍ଡ ନେଇ ପାରିବେ । ଏହା ଛଡା ଆପଣ ଯେଉଁ ଦିନ ସିନେମା ଘରେ ଫିଲ୍ମ ରିଲିଜ ହେବ ସେହି ଦିନ ହିଁ ଘରେ ବସି ଆପଣ ଟିଭି ଦେଖି ପାରିବେ । ଏଥିପାଇଁ ଆପଣଙ୍କୁ ‘ଫର୍ସ୍ଟ ଡେ ଫର୍ସ୍ଟ ଶୋ’ର ପ୍ଳାନ ନେବାକୁ ପଡିବ ।

କଣ ହେବ ଦାମ

ଏହି ପ୍ଲାନ୍ସର ଦାମ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲିଯିବ । ଯଦି ଆପଣ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଜିଓର ଆଧିକାରିକ ୱେବସାଇଟ (jio.com)କୁ ଯାଇ ପଢି ପାରିବେ ।

ଏହା ଛଡା ମୁକେଶ ଆମ୍ବାନୀ କହିଲେ କି ଦେଶରେ ଡିଜିଟାଲ ପ୍ରତି ଉସ୍ଚାହକୁ ଦେଖି ରିଲାୟ୍ଯାନ୍ସ ମାଇକ୍ରୋସଫ୍ଟ ସହିତ ଏକ ଗଠବନ୍ଧନ ବି କରିଛି । ଏହାର ଅନ୍ତର୍ଗତ ଭାରତରେ ଏକ ନୂଆ କ୍ଲାଉଡ ଡାଟା କେନ୍ଦ୍ର ଖୋଲାଯିବ । ଏଥିରେ ଆପଣ ମୋବାଇଲ କିମ୍ବା ଲ୍ୟାପଟପ ଜାଗାରେ ଇଣ୍ଟର୍ନେଟରେ ନିଜର ସମସ୍ତ ଡାଟା ଯେମିତି ଫାଇଲ୍ସ, ଫଟୋ ଓ ଭିଡିଓ ସ୍ଟୋର କରି ରଖି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।