ଶାସ୍ତ୍ର ଅନୁସାରେ ଏହି ସମୟରେ ଝାଡୁ ଲଗାଉଥିବା ଲୋକମାନେ ହୋଇଥାନ୍ତି ଧନବାନ, ଜାଣନ୍ତୁ

ସମସ୍ତଙ୍କ ଘରେ ଝାଡୁର ବ୍ୟବହାର କରା ଯାଇଥାଏ । ଝାଡୁର ବ୍ୟବହାର ଘରର ସଫା ସୁତୁରା ପାଇଁ ହୋଇଥାଏ । ଏମିତିରେ ଝାଡୁକୁ ଶୁଭ ବୋଲି କୁହା ଯାଇଛି । ଯଦି ଆପଣ ଘରେ ସଠିକ ସମୟରେ ଝାଡୁ ଲଗାଇବେ ତେବେ ଏହା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଖୋଲି ପାରିବ ଏବଂ ବ୍ୟକ୍ତି ବହୁତ ଜଲ୍ଦି ଧନୀ ହୋଇ ପାରିବ । ଆଜି ଆମେ ଝାଡୁ ସମ୍ବନ୍ଧିତ କିଛି ଜରୁରୀ କଥା ଉପରେ ଚର୍ଚା କରିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମଧ୍ୟମରେ ଶାସ୍ତ୍ର ଅନୁସାରେ ଝାଡୁ ଲଗାଇବାର ଶୁଭ ସମୟ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ସମୟକୁ ଧ୍ୟାନରେ ରଖନ୍ତି ତେବେ ଆପଣଙ୍କୁ କେବେ ବି ଧନର କ୍ଷତିର ସାମନା କରିବାକୁ ପଡିବ ନାହିଁ ।

ଆସନ୍ତୁ ଜାଣିବା ଝାଡୁ ଲଗାଇବାର ସଠିକ ସମୟ ବିଷୟରେ

·    ଶାସ୍ତ୍ରରେ ଏହି କଥା ଉଲ୍ଲେଖ କରାଯାଇଛି କି ଝାଡୁ ଲଗାଇବାର ସବୁଠୁ ସଠିକ ସମୟ ହେଉଛି ବ୍ରାହ୍ମ ମୁହୂର୍ତ । ଯଦି ଆପଣ ଏହି ସମୟରେ ଘରେ ଝାଡୁ ଲଗାଉଛନ୍ତି ତେବେ ଆପଣଙ୍କ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଆଗମନ ହେବ ଏବଂ ଆପଣଙ୍କ ଘରର ଉନ୍ନତି ହେବ । ବ୍ରାହ୍ମ ମୁହୂର୍ତର ସମୟ ହେଉଛି ସକାଳ ୪ ଟା ରୁ ୫ ଟା ମଧ୍ୟରେ ।

·    ବହୁତ ଲୋକମାନଙ୍କୁ ଦେଖାଯାଏ କି ସେମାନେ ସୂର୍ଯ୍ୟଅସ୍ତ ହେବା ପରେ ଘରେ ଝାଡୁ ଲଗାଇଥାନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଠିକ ସମୟ ନୁହେଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଆନ୍ତି ।

·    ଯଦି ଆପଣଙ୍କ ଘରେ ମୁଖିଆ କୌଣସି ଜରୁରୀ କାମରେ ଘରୁ ବାହାରକୁ ଯାଇଛନ୍ତି ତେବ ଆପଣ ତାଙ୍କ ଯିବାର ସାଙ୍ଗେ ସାଙ୍ଗେ ଘରେ ଝାଡୁ ଭୁଲରେ ବି ଲଗାନ୍ତୁ ନାହିଁ । କାରଣ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ଏହିଭଳି କେହି କରୁଛନ୍ତି ତେବେ ହେବାକୁ ଯାଉଥିବା ସବୁ କାମ ଖରାପ ହୋଇଯିବ ।

·    ଯଦି ଆପଣ ଝାଡୁ ଏମିତି କେଉଁଠି ରଖି ଦେଉଛନ୍ତି ତେବେ ଏହି କାରଣରୁ ଘରେ ଧନ ଆଗମନରେ ବାଧା ସୃଷ୍ଠୀ ହୋଇଥାଏ ଏବଂ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିବ । ଯଦି ଝାଡୁ ଆପଣଙ୍କର କାମରେ ଆସୁନାହିଁ ତେବ ଆପଣ ତାହାକୁ ଘରେ ରଖନ୍ତୁ ନାହିଁ ଯେଉଁ ପ୍ରକାରରେ ଟଙ୍କାକୁ ଲୁଚେଇ ରଖାଯାଏ ସେହି ଭଳି ଝାଡୁକୁ ମଧ୍ୟ ଘରେ ଆସୁଥିବା ଯାଉଥିବା ଲୋକମାନଙ୍କ ନଜର ଠାରୁ ଦୂରେଇ ରଖନ୍ତୁ ।

ଯଦି ଆପଣ କେବେ ଝାଡୁକୁ ଗୋଡ ମାରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଆନ୍ତି ।