ମଣିଷକୁ ଯେତେବେଳେ କୌଣସି କଥାର ଡର ଲାଗିଥାଏ କିମ୍ବା ଭୁତ ପିଶାଚକୁ ଡର ଲାଗିଥାଏ ତେବେ ସେ ଭଗବାନଙ୍କୁ ମନେ ପକାଇ ଥାଏ ଏବଂ ଭଗବାନଙ୍କୁ ଧ୍ୟାନ କରିବା ସହିତ ଲୋକମାନେ ମନ୍ଦିର ବି ଚାଲିଯାଆନ୍ତି । ମନ୍ଦିରରେ ଭଗବାନଙ୍କୁ ଧ୍ୟାନ କରିବା ଦ୍ଵାରା ତାଙ୍କର ଭକ୍ତିରେ ଲୋକମାନେ ନିଜକୁ ସୁରକ୍ଷିତ ମନେ କରନ୍ତି । କଣ ଆପଣ କେବେ କଳ୍ପନା କରି ପାରିବେ ଏକ ଏମିତି ମନ୍ଦିର ବି ଅଛି ଯେଉଁଠି ଯିବାକୁ ଲୋକମାନେ ଡରନ୍ତି । ଏହି ମନ୍ଦିର ଭିତରେ ଲୋକମାନଙ୍କୁ ଭୁତ ପିଶାଚର ଡର ଲାଗିଥାଏ ।
ପ୍ରସିଦ୍ଧ ମନ୍ଦିର
ଏମିତି ଅଦ୍ଭୁତ ମନ୍ଦିର ହିମାଚଳ ପ୍ରଦେଶର ଚମ୍ବା ନାମକ ଗୋଟିଏ ଛୋଟ ଅଞ୍ଚଳରେ ଅବସ୍ଥିତ । ଏହି ମନ୍ଦିରକୁ ଯିବା ଦ୍ଵାରା ଲୋକମାନଙ୍କୁ ଭୂତର ଡର ଲାଗିଥାଏ । ଏହି ମନ୍ଦିର ଛୋଟ ଅଟେ କିନ୍ତୁ ନିଜର ଏହି ଅଦ୍ଭୁତ କାରଣ ଯୋଗୁ ଏହି ମନ୍ଦିର ଦୂର ଦୂର ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ ।
ଏହି ମନ୍ଦିର ଭିତରକୁ ଲୋକମାନେ ପ୍ରବେଶ କରନ୍ତି ନାହିଁ ଏବଂ କେବଳ ଦୂରରୁ ହିଁ ଦର୍ଶନ କରନ୍ତି । ଏହି ମନ୍ଦିର ମୃତ୍ୟୁର ଦେବତା ଯମରାଜଙ୍କର ଅଟେ । ତାଙ୍କ ପାଇଁ ହୋଇଥିବା ଏହି ଗୋଟିଏ ମାତ୍ର ମନ୍ଦିର ଯାହା ଭାରତରେ ଅବସ୍ଥିତ ।
ଲୋକମାନଙ୍କର କହିବା ଅଟେ କି ଏହି ମନ୍ଦିର କେବଳ ଯମରାଜଙ୍କ ପାଇଁ ତିଆରି କରାଯାଇଛି ଏବଂ ତାଙ୍କ ଛଡା ଆଉ କେହି ଏହି ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ । ଏହି ମନ୍ଦିରରେ ଚିତ୍ରଗୁପ୍ତ ମହାରାଜଙ୍କର ଗୋଟିଏ ଘର ଅଛି ଯେଉଁଥିରେ ଲୋକମାନଙ୍କର ଭଲ ଏବଂ ଖରାପ କର୍ମର ଲେଖା ଜୋଖା ହୋଇଥାଏ ।
ଚିତ୍ରଗୁପ୍ତ ବି ଅଛନ୍ତି
ଯମରାଜ ବ୍ୟକ୍ତିର ପ୍ରାଣ ତାହାର ଶରୀରରୁ ଅଲଗା କରି ଦିଅନ୍ତି, କିନ୍ତୁ ତାହାକୁ ସ୍ଵର୍ଗ ଯିବାକୁ ପଡିବ କି ନର୍କ ଏହାର ହିସାବ ଚିତ୍ରଗୁପ୍ତଙ୍କର ଲେଖାଜୋଖାର ହିସାବ ଦେଖିବା ପରେ କରିଥାନ୍ତି । ଚିତ୍ରଗୁପ୍ତ ମହାରାଜ ପଶୁ ଠୁ ମଣିଷ ପର୍ଯ୍ୟନ୍ତ ସମସ୍ତ ଜୀବିତ ପ୍ରାଣୀଙ୍କ କର୍ମର ହିସାବ କରନ୍ତି । ଏମିତି କୁହାଯାଏ କି ମନ୍ଦିର ଭିତରେ ୪ଟି କବାଟ ଅଛି ଯାହା ସୁନା, ଚାନ୍ଦି, ତମ୍ବା ଏବଂ ଲୁହାରେ ତିଆରି କରାଯାଇଛି ।
ଏହି କବାଟ ଦର୍ଶାଇ ଥାଏ କି ଯେଉଁ ବ୍ୟକ୍ତି ଅଧିକ ପାପ କରିଥାଏ ତାହର ଆତ୍ମା ଏହି ଲୁହା କବାଟରେ ଯାଇଥାଏ । ଯିଏ ଅଳ୍ପ ପାପ କରିଥାଏ ସେ ତମ୍ବା କବାଟରେ, ତାହା ଠାରୁ କମ ପାପ କରିଥିବା ବ୍ୟକ୍ତିର ଆତ୍ମା ଚାନ୍ଦି କବାଟରେ ଏବଂ ଯିଏ କୌଣସି ବି ପାପ କରି ନଥାଏ ସେ ସୁନାର କବାଟରୁ ବାହାରକୁ ଯାଇଥାଏ ।
ଏତେ ଭଲ ମନ୍ଦିର ହୋଇଥବା ପରେ ମଧ୍ୟ ଏହି ମନ୍ଦିରକୁ ଲୋକମାନେ କେହି ଯିବାକୁ ଚାହାଁନ୍ତି ନାହିଁ । ଏହା ଏଥିପାଇଁ କାରଣ ମନ୍ଦିର ଭିତରକୁ ଯିବା ମାନେ ଯମରାଜଙ୍କ ପାଖକୁ ଯିବା ସହିତ ସମାନ ଅଟେ ବୋଲି କୁହାଯାଏ । ଏହି ମନ୍ଦିର ଭିତରକୁ ଲୋକମାନେ ଯିବାକୁ ଡରନ୍ତି ଏବଂ ଡର ଅନୁଭବ କରନ୍ତି । ଏହି କାରଣରୁ ଏହି ମନ୍ଦିର ଲୋକମାନଙ୍କୁ ବହୁତ ଆକର୍ଷିତ କରେ ।
ସାଙ୍ଗମାନେ ଏହି ଭଳି ଦେଶଦୁନିଆରେ ଥିବା ଚମତ୍କାରୀ ବା ଅଦ୍ଭୁତ ସ୍ଥାନ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଏହି ସ୍ଥାନ ସମ୍ପର୍କରେ ନିଜ ସାଙ୍ଗ ମାନଙ୍କୁ ଜଣାଇବା ପାଇଁ ଗୋଟେ ଶେୟାର ନିଶ୍ଚୟ କରିବେ।