“ଆମ ଟୋକା ଟା, ତାଙ୍କ ଧ୍ୟାନ ରଖିବ…” ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ସୁପାରିଶ କରିଥିଲେ PM Modi, ନିଜେ ଏହି ଘଟଣାର ଖୁଲାସା କଲେ ଏହି ଲୋକପ୍ରିୟ କ୍ରିକେଟର

ଖେଳ ଓ ଖେଳାଳିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର କାହାକୁ ଅଛପା ନୁହେଁ । ତେବେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ଏକ ସତ ଘଟଣା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହା ହେଉଛି ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବା ସମୟର କଥା । ସେତେବେଳେ କୁଆଡେ ଧୋନୀଙ୍କୁ ଜଣେ ଖେଳାଳିଙ୍କ ସୁପାରିଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଚାଲନ୍ତୁ ଜାଣିବା କିଏ ଥିଲେ ସେହି ଖେଳାଳି କଣ ମୋଦୀ କଣ ସୁପାରିଶ କରିଥିଲେ ।

ତେବେ ଏହି ଘଟଣାକୁ ନେଇ ଗମ୍ଭୀର ପ୍ରତିକ୍ରିୟା ଦେବା ଭଳି କିଛି ନାହିଁ । କାରଣ ସୁପାରିଶ ବେଶ ମଜାଳିଆ ଢଙ୍ଗରେ କରିଥିଲେ ମୋଦୀଜୀ । ଆହତ ସମସ୍ଯା ଯୋଗୁଁ ଟିମ୍ ଇଣ୍ଡିଆ ଠାରୁ ଦୂରରେ ରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଗୁଜୁରାଟ ନିର୍ବାଚନରେ ବିଜେପି ତରଫରୁ ଜାମନଗରର ପ୍ରାର୍ଥିନୀ ଅଟନ୍ତି । କ୍ରିକେଟରୁ ସମୟ ମିଳିଥିବା ଜାଡେଜାଙ୍କୁ ଆଜିକାଲି ନିଜ ପତ୍ନୀଙ୍କ ପାଇଁ ନିର୍ବାଚନ କ୍ୟାମ୍ପେନ କରିଥିବାର ଦେଖାଯାଉଛି ।

ଏହି ସମୟରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ପ୍ରଥମ ସାକ୍ଷାତ କଥା ବଖାଣିଛନ୍ତି ଜାଡେଜା । ଜାଡେଜାଙ୍କ କହିବା ମୁତବାକ 2010 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ସେହି ସମୟରେ ମୋଦୀଜୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ।

ସେତେବେଳେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ଏକ ମ୍ଯାଚ ସମୟରେ କ୍ଯାପଟେନ କୁଲ୍ ଧୋନୀ ପିଏମ ମୋଦୀଙ୍କ ସହ ଜାଡେଜାଙ୍କର ସାକ୍ଷାତ କରାଇଥିଲେ । ସେହି ସମୟରେ ଜାଡେଜାଙ୍କ ବିଷୟରେ ଜାଣିବା ପରେ ମୋଦୀଜୀ ତାଙ୍କ ପିଠି ଥାପୁଡାଇ ଦେଇଥିଲେ । ଏହାସହ ଧୋନୀଙ୍କୁ ମଜାରେ କହି ପକାଇଥିଲେ କି, ଜାଡେଜା ଆମ ନିଜ ପିଲା ତାଙ୍କର ଧ୍ୟାନ ରଖିବ ।

ସେତେବେଳେ ଟିମ୍ ଇଣ୍ଡିଆ ମୋଟେରା ଷ୍ଟାଡିୟମରେ ସାଉଥ ଆଫ୍ରିକା ସହ ମ୍ଯାଚ ଖେଳିବା ପାଇଁ ଗୁଜୁରାଟ ଗସ୍ତରେ ଯାଇଥିଲା । ନିଜ ପତ୍ନୀଙ୍କ ନିର୍ବାଚନରେ କ୍ୟାମ୍ପେନ କରୁଥିବା ବେଳେ ହିଁ ଜାଡେଜା ଏଭଳି ଏକ ମଜାଦାର ଘଟଣାର ଖୁଲାସା କରିଥିଲେ । ଯାହାକୁ ଅନେକଙ୍କୁ ବେଶ ପସନ୍ଦ ହେଉଛି ।

ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଉଚ୍ଚ ପଦବୀ ବ୍ୟକ୍ତି ତାଙ୍କ ବିଷୟରେ ଏଭଳି କହିବା ପରେ ଜାଡେଜାଙ୍କର ଖୁସିର ଠିକଣା ନଥିଲା । ଆଉ ଜାଡେଜା ଆଜି ଟିମ୍ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି । ଲଗାତାର ଭଲ ପ୍ରଦର୍ଶନ କରି ସେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ବଜାୟ ରଖି ପାରିଛନ୍ତି । କିନ୍ତୁ ଆହତ ସମସ୍ଯା ଯୋଗୁଁ ଏବେ ତାଙ୍କୁ ଟିମ୍ ରୁ ଦୂରେଇ ରହିବାକୁ ପଡିଥିଲା ।

ଟିମ୍ ଇଣ୍ଡିଆ ଆଗକୁ ବାଂଲାଦେଶ ସହ ଖେଳିବାକୁ ଥିବା ଟେଷ୍ଟ ସିରିଜରେ ଜାଡେଜା ପୁଣି ଥରେ ଦଳକୁ ଫେରିବେ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।