କୋରାଇ ରେଳ ଦୁର୍ଘଟଣା ପରେ… ରେଳଧାରଣାର ଦୃଶ୍ୟ ଓ ମୃତକଙ୍କ ପରିବାରର ଦୃଶ୍ୟ… ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ… ଦେଖନ୍ତୁ video

ରେଳ ଦୁର୍ଘଟଣା ପରେ ରେଳଧାରଣା ମରାମତି ହୋଇ ଯାତ୍ରୀମାନେ ପୂର୍ବ ଭଳି ଯାତାୟାତ କଲେଣି । ହେଲେ ମାଲଗାଡି ବିଚ୍ଯୁତ ଦୁର୍ଘଟଣା ଦେଇ ଯାଇଥିବା ଦୁଃଖକୁ ବିନ୍ଧାଣି ପରିବାର କେବେବି ଭୁଲି ପାରିବେନି । ତାଙ୍କ ପରିବାର ଓ ସାହିଲୋକ କାହାରି ଆଖିରୁ ଏଯାଏଁ ଲୁହ ଶୁଖୁନି । ଏଭଳି ଅଭାବନୀୟ ଦୁର୍ଘଟଣାରେ ତିନିଜଣ କଅଁଳ ଶିଶୁମନକ ମୁଣ୍ଡରୁ ଚାଲିଯାଇଛି ମାଆର ପଣତକାନି । ସବୁଠୁ ଦୁଃଖର କଥା ହେଉଛି ତିନି ମାସର କଅଁଳ ଶିଶୁ ମାଆର ସ୍ନେହରୁ ବଞ୍ଚିତ ହୋଇଗଲା ।

ସୁନା ସଂସାରକୁ ଚୂନା କରି ଚାଲିଗଲା କୋରାଇର ସେହି ଲୌହଦାନବ । ଯାଜପୁର କୋରେଇ ରେଳ ଦୁର୍ଘଟଣା ଯାଜପୁର ଗାଁର କୁଚିନ୍ଦା ଗାଁକୁ ଦାରୁଣ ଦୁଃଖ ଦେଇ ଯାଇଛି । ତିନିମାସର ଶିଶୁପୁତ୍ରଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତିନି ତିନୋଟି ଛୁଆଙ୍କ ମୁଣ୍ଡରୁ ମା’ର ହାତ ସବୁଦିନ ପାଇଁ ହଟିଯାଇଛି । ଏହି ରେଳ ଦୁର୍ଘଟଣାରେ ପାର୍ବତୀ ବିନ୍ଧାଣି ଓ ତାଙ୍କ ଝିଅ ତଥା ତିନିଶିଶୁଙ୍କ ମା’ କଣ୍ଢେଇ ବିନ୍ଧାଣିଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

ଆଜି ସକାଳୁ ଉଭୟଙ୍କ ଶବ ସତ୍କାର କରି ସମସ୍ତେ ତିକ୍ତ ଭୋଜନ କରିଛନ୍ତି । ସେହିପରି ଫାଜଲପୁର ଗାଁର ଅବିଜୁନ ବିବି ମଧ୍ୟ ଏହି ରେଳ ଦୁର୍ଘଟଣାରେ ପ୍ରାଣ ହରାଇଅଛନ୍ତି । ସେ ନିଜ ଦିବ୍ୟାଙ୍ଗ ସ୍ଵାମୀଙ୍କ ପାଇଁ ଔଷଧ କିଣିବାକୁ କଟକ ବାହାରିଥିଲେ । ହେଲେ ମୃତ୍ୟୁର ଦୂର ସାଜି ଆସିଥିବା ଲୌହଦାନବ ତାଙ୍କ ପ୍ରାଣ ନେଇ ଯାଇଥିଲା । ପତ୍ନୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଦିବ୍ୟାଙ୍ଗ ସ୍ଵାମୀ ସେଖ ମୋଇନ ଓ ତାଙ୍କ ପରିବାର ।

ଅବିଜୁନ ଏକୁଟିଆ ରୋଜଗାର କରି ପରିବାର ଚଳାଉଥିଲେ । ଏବେ ସେମାନଙ୍କ ସଂସାର ଗାଡି କେମିତି ଚାଲିବ ସେନେଇ ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯାଜପୁର କୋରାଇରେ ଲୌହଦାନବ ଘଟାଇ ଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଆଉ ଏବେବି ଅନେକ ଆହତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଜୀବନ ମରଣ ସହ ଲଢେଇ ଜାରି ରଖିଛନ୍ତି ।

ସକାଳୁ ନିଜ ଗନ୍ତବ୍ୟ ପଥରେ ଯିବାକୁ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କ ସହ ଏଭଳି କିଛି ଘଟିଯିବ ଏହା କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ । ଦୁର୍ଘଟଣା ପରେ ରେଳ ଷ୍ଟେସନରେ ସିନା ସବୁ ପୂର୍ବ ଭଳି ଠିକ ହୋଇଗଲା, ହେଲେ ଏହି ଅଭାବୀ ପରିବାର ଗୁଡିକ ହୁଏତ ଆଉ କେବେବି ପୂର୍ବ ଭଳି ଠିକ ହୋଇ ପାରିବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।