ଧଳା ଅଣ୍ଡା କାହାର ? ସାମ୍ନାକୁ ଆସିଲା Archana ଙ୍କୁ ଧଳା ଅଣ୍ଡା ଉପହାର ଦେଇଥିବା ବିଧାୟକଙ୍କ ନାଁ, ଜେରା ପାଇଁ ନୋଟିସ ପଠାଇଲା ED

ସୁନ୍ଦରୀ ଅର୍ଚ୍ଚନାଙ୍କ ପାଖେ ରହିଛି 40 ଲକ୍ଷ ଟଙ୍କାର ଧଳା ଅଣ୍ଡା ବା ଏଣ୍ଡୋଭର କାର୍ଡ଼ । ଏତେ ଲକ୍ଷ ଟଙ୍କାର ଦାମୀ କାର୍ ତାଙ୍କୁ କିଏ ଦେଇଥିଲେ ଏନେଇ ପ୍ରଶ୍ନ ଉଙ୍କି ମାରିଛି । କେଉଁ ବିଧାୟକ ଅର୍ଚ୍ଚନାଙ୍କୁ ଏଭଳି ଦାମୀ ଉପହାର ଦେଇଥିଲେ ଏବଂ କାହିଁକି ଦେଇଥିଲେ ଏହାକୁ ନେଇ ଏବେ ସଭିଁଙ୍କ ମନରେ ପ୍ରଶ୍ନ । ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନା ନାଗଙ୍କ ମାମଲାରେ ଏବେ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରହସ୍ୟ । ଅର୍ଚ୍ଚନାଙ୍କ ଧଳା ଅଣ୍ଡା ଜବତ ହେବା ପରେ ସାମ୍ନାକୁ ଆସିଛି ଜଣେ ବିଧାୟକଙ୍କ ନାମ ।

ବିଧାୟକ ଜଣଙ୍କ ଅର୍ଚ୍ଚନାଙ୍କୁ ଏହି ଦାମୀ କାର୍ ଉପହାରରେ ଦେଇଥିଲେ । ଶୁଣିବାକୁ ମିଳୁଛି କି, ଦେହ ବଦଳରେ ଅର୍ଚ୍ଚନାଙ୍କୁ 40 ଲକ୍ଷର ଦାମୀ କାର୍ ଦେଇଥିଲେ ବିଧାୟକ । ଅର୍ଚ୍ଚନାଙ୍କ ରାଜପ୍ରସାଦ ଭଳି ଘରେ ଅନେକ ବିଳାସପୂର୍ଣ୍ଣ ଦାମୀ ଦାମୀ ଜିନିଷ ଭରପୁର ହୋଇ ରହିଥିବା ଦେଖିବାକୁ ମିଳିଛି । ଯାହାକି ଅନେକ ବଡବଡିଆଙ୍କୁ ଦେହ ଲୋଭ ଦେଖାଇ ବ୍ଳାକମଲ କରି ଅର୍ଜନ କରିଥିଲେ ଅର୍ଚ୍ଚନା । ନେତା, ମନ୍ତ୍ରୀ, ବିଜନେସମ୍ୟାନ, ଫିଲ୍ମ ପ୍ରଯୋଜକଙ୍କ ଦେହର ଭୋକ ମେଣ୍ଟାଇବା ପାଇଁ ନିଜ ଦେହର ବ୍ୟବସାୟ କରିଥିଲେ ଅର୍ଚ୍ଚନା ।

ଏହାପରେ ଅଶ୍ଳୀଳ ଭିଡିଓ ରେକଡିଂ କରି ବ୍ଳାକମଲ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଇଜ୍ଜତ ଯିବା ଭୟରେ ଅର୍ଚ୍ଚନାଙ୍କୁ କିଏ ଲକ୍ଷ ଲକ୍ଷ ଟଙ୍କାର କାର୍ ତ ଆଉ କିଏ ପଲଙ୍କ ପୁଣି କିଏ ଲକ୍ଷ ଲକ୍ଷ ଟଙ୍କାର ଭ୍ୟାନିଟି ବ୍ୟାଗ ବି ଦେଉଥିଲା । ଜଣାପଡିଛି ଯେ, ଅର୍ଚ୍ଚନାଙ୍କୁ 40 ଲକ୍ଷ ଟଙ୍କାର ଏଣ୍ଡୋଭର କାର୍ ଉପହାର ଦେଇଥିଲା ବିଧାୟକଙ୍କ ନାଁ ଇଡି ହାତରେ ଲାଗି ସାରିଛି । ଆଉ ଖୁବ ଶୀଘ୍ର ଉକ୍ତ ବିଧାୟକଙ୍କୁ ଜେରା ପାଇଁ ଡକାଇ ପାରେ ଇଡି ।

ବିଧାୟକ କେଉଁଥି ପାଇଁ ଅର୍ଚ୍ଚନାଙ୍କୁ ଦାମୀ କାର୍ ଦେଇଥିଲେ, ଏହା ପଛରେ କଣ କାରଣ ରହିଛି ଏବଂ ଏହାସହ ଆଉ କଣ ସବୁ ଅର୍ଚ୍ଚନାଙ୍କୁ ଦେଇଛନ୍ତି ସେସବୁ ପ୍ରଶ୍ନବାଣ ପ୍ରସ୍ତୁତ କରି ରଖିଛି ଇଡି । ଏଣ୍ଡୋଭରର ସତ ସାମ୍ନାକୁ ଆସିବା ପରେ ଉକ୍ତ ବିଧାୟକ ବାବୁଙ୍କ ମନରେ ଛନକା ପଶିଗଲାଣି । ତେଣୁ ଓକିଲ ଖୋଜିବା ଆରମ୍ଭ କଲେଣି ବିଧାୟକ । ଏମିତି ଧୀରେ ଧୀରେ ଅର୍ଚ୍ଚନା ମାମଲାରେ ଜଡିତ ଥିବା ବହୁତ ନେତା ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବ । ତେବେ ସମ୍ପୃକ୍ତ ବିଧାୟକଙ୍କୁ ଇଡି ନୋଟିସ ପଠାଇ ସାରିଛି ବୋଲି ସୂଚନା ରହିଛି ।

ତେବେ ଦେଖାଯାଉ କେବେ ଇଡିରେ ହାଜର ହେଉଛନ୍ତି ସେହି ବିଧାୟକ । ଅକ୍ଷୟ ପରିଜା ଓ ବ୍ୟବସାୟ ଅମୀୟ ଦାସଙ୍କୁ ଇଡି ପୂର୍ବରୁ ଜେରା କରି ସାରିଥିବା ବେଳେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଖୋଜି ବାହାର କରିଛି ଇଡି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।