T20 ବିଶ୍ଵକପ ନିୟମରେ ପରିବର୍ତ୍ତନ ଆଣିଲା ICC, ମ୍ଯାଚ ଜିତିବା ହେବ ମୁସ୍କିଲ, ଏହିସବୁ ନୂଆ ନିୟମ ସହ ଖେଳାଯିବ T20 ବିଶ୍ଵକପର ନୂଆ ସଂସ୍କରଣ

ଆଇସିସି ଟି20 ବିଶ୍ଵକପ 2022 ଶେଷ ହୋଇଛି । ଇଂଲଣ୍ଡ ଏଥିରେ ଚମ୍ପିୟାନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ଫେରିଥିଲା । ଟି20 ବିଶ୍ଵକପର ପରବର୍ତ୍ତୀ ସଂସ୍କରଣ 2024 ରେ ଖେଳାଯିବ । ଏହି ବିଶ୍ଵକପ ଅତ୍ୟନ୍ତ ଖାସ ରହିବ, କାରଣ ପ୍ରଥମ ଥର ପାଇଁ ଏହି ବିଶ୍ଵକପକୁ ଆୟୋଜନ କରିବେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ । ତେବେ 2024 ବିଶ୍ଵକପରେ ଆଇସିସି କିଛି ନିୟମରେ ପରିବର୍ତ୍ତନ ଆଣିବ ବୋଲି ସୂଚନା ରହିଛି । ଅର୍ଥାତ 2024 ବିଶ୍ଵକପ ଏକଦମ ନୂଆ ରୂପରେ ଖେଳାଯିବ ।

2022 ଟି20 ବିଶ୍ଵକପର ଟପ୍-8 ଟିମ୍ 2024 ବିଶ୍ଵକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ଟିମ୍ ମଧ୍ୟରେ ଖେଳାଯିବା କ୍ଵାଲିଫାଏ ରାଉଣ୍ଡ । ଏହା ବ୍ଯତୀତ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ସିଧାସଳଖ ବିଶ୍ଵକପରେ ପ୍ରବେଶ କରିବେ । ଆମେରିକା ଓ ୱେଷ୍ଟଇଣ୍ଡିଜ ଏହି ବିଶ୍ଵକପ ଆୟୋଜନ କରୁଥିବାରୁ ସେମାନଙ୍କୁ ମଧ୍ୟ ସିଧା ଏଣ୍ଟ୍ରି ମିଳିବ । କହିବାକୁ ଗଲେ 2024 ବିଶ୍ଵକପ ପାଇଁ 12 ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି ।

ତେବେ ଆଗାମୀ ବିଶ୍ଵକପରେ 20ଟି ଟିମ୍ ଖେଳିବା ନିଷ୍ପତ୍ତି ରହିଥିବାରୁ ବାକି 8ଟି ଟିମ୍ ଙ୍କୁ କ୍ଵାଲିଫାଏ ରାଉଣ୍ଡରେ ଫଇସଲା କରାଯିବ । ଟି20 ବିଶ୍ଵକପରେ ଖେଳିବାକୁ ଥିବା ଏହି 20ଟି ଟିମ୍ ଙ୍କୁ 5ଟି ଲେଖାଏଁ ଚାରୋଟି ଗ୍ରୁପରେ ବଣ୍ଟାଯିବ । ସେହିପରି ସବୁ ଗ୍ରୁପର ଟପ୍-2 ଟିମ୍ ସୁପର-8 ପାଇଁ କ୍ଵାଲିଫାଏ କରିବେ । ଆଉ ଏହି ସଂସ୍କରଣରେ 2022 ଭଳି ସୁପର-12 ମ୍ଯାଚ ହେବନାହିଁ ।

ଏହାପରେ ଚାରୋଟି ଲେଖାଏଁ ଟିମ୍ କୁ ଦୁଇଟି ଗ୍ରୁପରେ ବଣ୍ଟାଯିବ । ଆଉ ଏହି 2 ଗ୍ରୁପରୁ ଟପ୍-2 ଗ୍ରୁପ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବେ ଏବଂ ଏହାପରେ ଫାଇନାଲ ମ୍ଯାଚ ଖେଳାଯିବ । ଆମେରିକା ଓ ୱେଷ୍ଟଇଣ୍ଡିଜ ଏହି ବିଶ୍ଵକପ ଆୟୋଜନ କରୁଥିବାରୁ ଏହି ଦୁଇଟି ଦଳ ଏବେ ପ୍ରଥମ ଦୁଇଟି ସ୍ଥାନ ହାସଲ କରି ସାରିଛନ୍ତି । 2024 ଟି20 ବିଶ୍ଵକପରେ ମୋଟ 55ଟି ମ୍ଯାଚ ଖେଳାଯିବ । ଏଥିରୁ ଏକ-ତୃତୀୟାଂଶ ମ୍ଯାଚ ଆମେରିକାରେ ଖେଳାଯିବାକୁ ଥିବାବେଳେ ବାକି ମ୍ଯାଚ ୱେଷ୍ଟଇଣ୍ଡିଜରେ ଖେଳାଯିବ ।

ତେଣୁ ମ୍ଯାଚରେ ଅନେକ ପରିବର୍ତ୍ତନ ଆଣିଛି ଆଇସିସି । ନୂଆ ଢଙ୍ଗରେ ଆଗାମୀ ଟି20 ବିଶ୍ଵକପ ଖେଳାଯିବାକୁ ଥିବାବେଳେ କ୍ରିକେଟପ୍ରେମୀଙ୍କ ମନରେ ଏହାକୁ ନେଇ ଏବେଠାରୁ ଉତ୍ସାହ ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।