ଅଜଣା ଶବ୍ଦରେ କମ୍ପି ଉଠିଲା ଓଡିଶାର ଏହି 3 ଜିଲ୍ଲା, ଶବ୍ଦ ଏତେ ଭୟଙ୍କର ଥିଲା ଯେ ଏବେବି ଭୟରେ ଥରୁଛନ୍ତି ଲୋକେ, କାହିଁକି ହେଲା ଏଭଳି ପ୍ରଚଣ୍ଡ ବିସ୍ଫୋରକ ଶବ୍ଦ ?

ସାମ୍ନାକୁ ଆସିଲା ଆଜିର ସବୁଠୁ ବଡ ଖବର । ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ 3ଟି ଜିଲ୍ଲା ଥରିଛି । ଶବ୍ଦ ଶୁଣିବା ପରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ତେବେ ଏହି ଶବ୍ଦଟି କେଉଁ କାରଣ ପାଇଁ ହୋଇଛି ସେନେଇ ଏବେ ଯାଏଁ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ । କିନ୍ତୁ ଶବ୍ଦଟି ଏତେ ଭୟଙ୍କର ଥିଲା ଯେ 3ଟି ଜିଲ୍ଲାର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ, ଯାଜପୁର ଏବଂ ଆନନ୍ଦପୁର ଅଞ୍ଚଳରେ ଏକ ବଡ ବୋମା ଫୁଟିବା ଭଳି ଶବ୍ଦ ଶୁଣିବାକୁ ପାଇଛନ୍ତି ସେଠାକାର ଲୋକେ ।

ଶବ୍ଦଟି ଏତେ ଭୀଷଣ ଥିଲା ଯେ ଲୋକେ ଖୁବ ଭୟଭୀତ ହୋଇ ଯାଇଥିଲେ । ଶବ୍ଦ କେଉଁଠୁ ଆସିଲା ଏବଂ କଣ ପାଇଁ ଏଭଳି ଶବ୍ଦ ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । କିନ୍ତୁ କେହିବି ସଠିକ ଭାବେ ଜାଣି ପାରୁନାହାନ୍ତି କି ହଠାତ ଏଭଳି ଭୟଙ୍କର ଶବ୍ଦ କାହିଁକି ଶୁଣିବାକୁ ମିଳିଛି । ତେବେ କୌଣସି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବା କିମ୍ବା କିଛି ପରୀକ୍ଷଣ କରା ଯାଉଥିବା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା ଅନୁଯାୟୀଶବ୍ଦ ଏତେ ଭୟଙ୍କର ଥିଲା ଯେ କାନରୁ ଅତଡା ଖସି ଜୀବ ଭଳି ଅନୁଭବ ହୋଇଥିଲା । ଦୋକାନୀ ମାନଙ୍କ କହିବା ଅନୁଯାୟୀ ପ୍ରଚଣ୍ଡ ଶବ୍ଦ ଯୋଗୁଁ ସେମାନେ ଦୋକାନ ଥାକରେ ସଜେଇ ରଖିଥିବା ଜିନିଷ ସବୁ ମଧ୍ୟ ତଳକୁ ଖସି ପଡିଥିଲା । ଏହି ପ୍ରଚଣ୍ଡ ଶବ୍ଦରେ ସ୍ଥାନିଏ ଅଞ୍ଚଳ ଏକଦମ ଗୋଟିଏ ବଡ ଭୂମିକମ୍ପର ଝଟକା ଭଳି କମ୍ପି ଉଠିଥିଲା । ଆପଣ ନିହାତି ଭାବେ ବୁଝି ପାରୁଥିବେ କି ସେହି ସମୟ କେତେ ଭୟାନକ ଥିଲା ।

ପୁରା ଅଞ୍ଚଳର ଲୋକଙ୍କ ମନରେ ବର୍ତ୍ତମାନ ଯାଏଁ ମଧ୍ୟ ଏହି ଶବ୍ଦକୁ ନେଇ ଭୟାବହତା ଲାଗି ରହିଛି । ଯାହାକି ସେମାନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଦିନ ପ୍ରାୟ 12ଟା ପାଖାପାଖି ଏଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି ଓଡିଶାର ଏହି ତିନୋଟି ଜିଲ୍ଲାରେ । ଏହି ଶବ୍ଦରେ ଘର କାନ୍ଥ ଓ ଭୂମି ଆଦି ସବୁ ଥରି ଉଠିଥିଲା । ସେହି ସମୟରେ ଧନେଶ୍ଵର ଛକରେ ଯେଉଁ କବାଡି ଗୋଦାମ ରହିଛି ସେଠାରେ ନିଆଁ ଲାଗିଥିଲା । ଯଦି ସେଠାରେ କିଛି ବିସ୍ଫୋରଣ ହୋଇଥିବ ତେବେ ନିହାତି ଭାବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା ।

ଏହି ଶବ୍ଦକୁ ନେଇ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି । କାରଣ 2020 ରେ ବେଙ୍ଗାଲୁରୁରେ ମଧ୍ୟ ଏଭଳି ଏକ ସନ୍ଦେହଜନକ ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପଛରେ କଣ କାରଣ ଥିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ବର୍ତ୍ତମାନ ଓଡିଶାର ଭଦ୍ରକ, ଯାଜପୁର ଓ ଆନନ୍ଦପୁର ଅଞ୍ଚଳରେ ଏଭଳି ଶବ୍ଦ ଲୋକଙ୍କ ଛାତି ଥରେଇ ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।