ଚାଣକ୍ୟନୀତି : ଏହି ୧୧ ଟି କାମ କରୁଥିବା ଲୋକମାନଙ୍କୁ କହିଥାନ୍ତି ସବୁଠୁ ବଡ ମୂର୍ଖ, ଜାଣନ୍ତୁ ମୂର୍ଖଙ୍କ ଲକ୍ଷଣ

ଆଚାର୍ଯ୍ୟ ଚାଣକ୍ୟ ଭାରତ ବର୍ଷର ଏକ ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି । ଚାଣକ୍ୟ ନୀତିରେ କୁହାଯାଇଥିବା କଥା ଗୁଡିକ ଯଦି ବ୍ୟକ୍ତି ନିଜ ଜୀବନରେପାଳନ କରିଥାଏ ତେବେ ସେ ସର୍ବଦା ସଫଳତାର ଶୀର୍ଷରେ ପହଞ୍ଚି ଥାଏ । କିନ୍ତୁ ଚାଣକ୍ୟ ନୀତିରେ କିଛି କଥା ଏମିତି ଅଛି ଯାହାକୁ କରୁଥିବା ବ୍ୟକ୍ତିକୁ ମୂର୍ଖ କୁହାଯାଏ । ଆଜି ଆମେ ଆପଣଙ୍କୁ ମୂର୍ଖ ବ୍ୟକ୍ତିର କିଛି ଚିହ୍ନ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ କିମ୍ବା ଆପଣଙ୍କର ଆଖ ପାଖରେ ଥିବା ବ୍ୟକ୍ତି ତଳେ ଦିଆ ଯାଇଥିବା କଥା କହିଥାଏ ତେବେ ବୁଝି ଯାଆନ୍ତୁ କି ସେ ସବୁଠୁ ବଡ ମୂର୍ଖ ଅଟେ ।

ଏହି ଲୋକମାନେ କୁହା ଯାଆନ୍ତି ମୂର୍ଖ

Image courtesy: Google

କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଜ୍ଞାନ ତ ବିଲକୁଲ ନ ଥାଏ କିନ୍ତୁ ଏହା ସତ୍ତ୍ୱେ ବି ସେମାନେ ଗର୍ବ କରିଥାନ୍ତି । ସେଥିପାଇଁ ଯଦି କୌଣସି ବ୍ୟକ୍ତି ବିନା ଜ୍ଞାନରେ ଗର୍ବ କରିଥାଏ, ତେବେ ସେ ସବୁଠୁ ବଡ ମୂର୍ଖ ହୋଇଥାଏ ।

ଯେଉଁ ଲୋକମାନେ ଦରିଦ୍ର ହୋଇ ମଧ୍ୟ ବଡ ବଡ ସ୍ଵପ୍ନ ଦେଖନ୍ତି ଓ ବିନା ପରିଶ୍ରମ କରି ଧନବାନ ହେବାର ଇଚ୍ଛା ରଖନ୍ତି, ଏହିଭଳି ଲୋକମାନେ ବି ମୂର୍ଖ ହୋଇଥାନ୍ତି ।

Image courtesy: Google

କିଛି ଲୋକମାନଙ୍କର ଅଭ୍ୟାସ ଥାଏ କି ସେମାନେ ନିଜ କାମ ଛାଡି ଅନ୍ୟର କାମରେ ଲାଗି ଥାନ୍ତି । ଚାଣକ୍ୟଙ୍କ ଅନୁସାରେ, ଏହିଭଳି ଲୋକମାନେ ସବୁଠୁ ବଡ ମୂର୍ଖ ହୋଇଥାନ୍ତି ।

ଯେଉଁ ଲୋକମାନେ ଭୁଲ କାମ କରନ୍ତି କିମ୍ବା ଖରାପ ସଙ୍ଗତରେ ରହିଥାନ୍ତି, ଚାଣକ୍ୟଙ୍କ ଅନୁସାରେ ଏହିଭଳି ଲୋକମାନେ ବି ମୂର୍ଖ ହୋଇଥାନ୍ତି ।

ଦରକାରୀ ଜିନିଷ ତ କିଣିବା ଉଚିତ, କିନ୍ତୁ ଯେଉଁ ଲୋକମାନେ ବିନା ମତଲବ ରେ ବ୍ୟର୍ଥ ଜିନିଷ କିଣିଥାନ୍ତି, ସେମାନେ ବି ମୂର୍ଖ ହୋଇଥାନ୍ତି ।

Image courtesy: Google

କିଛି ଲୋକମାନେ ଜାଣି ଶୁଣି ନିଜ ଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସହ ଶତୃତା କରି ବସନ୍ତି । ଯେଉଁ ବ୍ୟକ୍ତି ଏହଭିଳି କରିଥାଏ ସେ ବି ମୂର୍ଖ ଶ୍ରେଣୀରେ ଆସିଥାଏ ।

ଯେଉଁ ଲୋକମାନେ ଶତୃଙ୍କୁ ମିତ୍ର କରି ନିଅନ୍ତି ଓ ନିଜ ବନ୍ଧୁଙ୍କୁ ଘୃଣା କରିବାକୁ ଲାଗନ୍ତି, ସେମାନେ ବି ମୂର୍ଖ ଶ୍ରେଣୀଭୁକ୍ତ ଅଟନ୍ତି ।

ଯେଉଁ ଲୋକମାନେ ପୁରା ଦିନ ଖରାପ କର୍ମ କରନ୍ତି ଓ ଯେଉଁମାନଙ୍କର ମନ ଖରାପ କାମରେ ଲାଗିଥାଏ, ସେମାନେ ବି ମୂର୍ଖ ହୋଇଥାନ୍ତି ।

Image courtesy: Google

ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ନିଜର କାର୍ଯ୍ୟର ରହସ୍ୟ ଖୋଲି ଦିଅନ୍ତି ଓ ବିନା କାରଣରେ କାହା ଉପରେ ବି ସନ୍ଦେହ କରିବାକୁ ଲାଗନ୍ତି ତେବେ ଏମାନେ ବି ମୂର୍ଖ ଅଟନ୍ତି ।

ଯେଉଁମାନେ ଭଗବାନଙ୍କ ଉପରେ ଆସ୍ଥା ରଖନ୍ତି ନାହିଁ ତାଙ୍କୁ ନାସ୍ତିକ କୁହାଯାଏ । ଭଗବାନଙ୍କୁ ମନାଉ ଥିବା ବ୍ୟକ୍ତି ଓ ତାଙ୍କୁ ଅପମାନ କରୁଥିବା ବ୍ୟକ୍ତି ବି ସବୁଠୁ ବଡ ମୂର୍ଖ ଅଟେ ।

ଅଳସୁଆ ଲୋକମାନେ ଯେଉଁମାନଙ୍କୁ ସମୟର ମୂଲ୍ୟ ଜଣା ନ ଥାଏ, ଏହିଭଳି ଲୋକମାନେ ବି ମୂର୍ଖ ହୋଇଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।