ସ୍ଵାମୀର ଜୀବନ ଗଲା ପରେ ସ୍ତ୍ରୀ ଶବ ପାଖରେ ବସି ଭଗବାନଙ୍କୁ କରିଲା ପ୍ରାର୍ଥନା, ପୁଣି ହେଲା କିଛି ଏମିତି ଚମତ୍କାର !

ଭାରତ ଦେଶରେ ସଂସ୍କୃତି ସବୁଠୁ ପ୍ରାଚୀନ ଅଟେ ଓ ତାହା ସେତିକି ହିଁ ଲୋକପ୍ରିୟ ବି ଅଟେ । କହିବାକୁ ଗଲେ ଭାରତରେ ସ୍ତ୍ରୀମାନଙ୍କୁ ଏକ ଉଚ୍ଚ ସ୍ଥାନ ଦିଆଯାଏ । ଭାରତରେ ଶକ୍ତି, ବୁଦ୍ଧି ତଥା ଧନ ପାଇଁ ଦେବୀଙ୍କୁ ହିଁ ପୂଜା କରାଯାଇଥାଏ । କହିଦେଉଛୁ କି ପ୍ରାଚୀନ ସମୟରେ ମହିଳାମାନେ ନିଜର ସ୍ଵାମୀଙ୍କୁ ହିଁ ସବୁକିଛି ମାନୁଥିଲେ ।

ଏହି କଥା ସମ୍ବନ୍ଧିତ ଏକ ଘଟଣା ଶେଖପୁରା ଅଞ୍ଚଳର ଏକ ଗ୍ରାମରେ ଘଟିଛି । ଯେଉଁଠି ଏକା ସହିତ ସ୍ଵାମୀ – ସ୍ତ୍ରୀଙ୍କର ଶବ ଉଠିଲା । ଏହାକୁ ଦେଖି ପୁରା ଗ୍ରାମବାସୀମାନେ କାନ୍ଦି ପକାଇଲେ । ଲୋକମାନେ ଏହି ଘଟଣାକୁ ସ୍ଵାମୀ – ସ୍ତ୍ରୀଙ୍କର ଅତୁଟ ସମ୍ପର୍କର ପ୍ରତୀକ ବୋଲି କହୁଛନ୍ତି । ଅସଲରେ ଏଠିକାର ଏକ ମହିଳାର ସ୍ଵାମୀର ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାହାର ମୃତ୍ୟୁ ହୋଇଗଲା । ଏହା ପରେ ପତ୍ନୀର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲା ।

ଆମ୍ବୁଲାନ୍ସରେ ସ୍ଵାମୀର ଶବ ସହିତ ଘରକୁ ଫେରିବା ସମୟରେ ସେ ଲଗାତାର କେବଳ ଗୋଟିଏ ହିଁ କଥା କହୁଥିଲା କି, ବର୍ତ୍ତମାନ ମୋର ବି ଆଉ ବଞ୍ଚିବାର ଇଚ୍ଛା ନହିଁ । ମୋତେ ବି ମୋ ସ୍ଵାମୀ ପାଖରେ ପହଞ୍ଚାଇ ଦିଅ । ସୂଚନା ଅନୁସାରେ ଶେଖପୁରାର କୁରମୁରୀ ଗ୍ରାମର ନିବାସୀ କୃଷ୍ଣମୋହନ ୟାଦବଙ୍କର ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କର ପାଟନା ରେ ଚିକିଶ୍ଚା ଚାଲିଥିଲା । ସ୍ଥିତି ଗମ୍ଭୀର ହେବା ପରେ ତାଙ୍କୁ ରାଞ୍ଚି ରେଫର କରି ଦିଆଗଲା । ଯେଉଁଠି ଚିକିଶ୍ଚା ସମୟରେ ତାଙ୍କର ମୃତ୍ୟୁ  ହୋଇଗଲା ।

ଅଚାନକ ହୋଇଥିବା ଏହି ଘଟଣାରେ କୃଷ୍ଣମୋହନ ୟାଦବର ପତ୍ନୀ ଏତେ ଭାଙ୍ଗିପଡିଲେ କି ଶେଷରେ ସେ ନିଜର ଜୀବନ ଦେବା ପାଇଁ ମଧ୍ୟ ଜିଦ୍ଦି କରିବାକୁ ଲାଗିଲେ ଓ ଭଗବାନଙ୍କର ଲୀଳା ବି ଦେଖନ୍ତୁ ଆମ୍ବୁଲାନ୍ସରେ ଶବକୁ ନେଇ ଯାଉଥିବା ସମୟରେ ଜମୁଈ ଜିଲ୍ଲା ପାଖରେ ଆମ୍ବୁଲାନ୍ସର ସନ୍ତୁଳନ ବିଗିଡି ଗଲା ଓ ସେ ଗଛ ସହିତ ଯାଇ ଦୁର୍ଘଟଣା ଗ୍ରସ୍ତ ହେଲା । ଏହା ପରେ ପତ୍ନୀର ବି ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଗଲା ।

ଆପଣଙ୍କୁ କହିଦେଉଛୁ କି ଆମ୍ବୁଲାନ୍ସ ପୁରାପୁରି ଭାଙ୍ଗିରୁଜି ଯାଇଛି । ଆମ୍ବୁଲାନ୍ସରେ ଥିବା ମୃତକଙ୍କ ପତ୍ନୀଙ୍କର ବି ମୁର୍ତ୍ୟୁ ହୋଇ ଯାଇଛି । ଏହା ସହିତ ତାଙ୍କର ପୁତ୍ର ଶଶି ଭୂଷଣ ୟାଦବ ତଥା ମୃତକଙ୍କ ଭାଈ ଦଶରଥ ୟାଦବ ବି ଗମ୍ଭୀର ରୂପରେ ଆହତ ହୋଇଛନ୍ତି ।