RBI ର ଏହି ନୂଆ ନିୟମ ଅନୁସାରେ RTGS ଓ NEFT ଟ୍ରାଞ୍ଜାକ୍ସନ ପାଇଁ ଏବେ ଦେବାକୁ ପଡିବ ନାହିଁ କୌଣସି ଚାର୍ଜ, ଜାଣନ୍ତୁ ପୁରା ଖବର

ନୋଟବନ୍ଦି ପରେ ଟଙ୍କା ନେବା ଦେବା ଅନଲାଇନ ହୋଇଗଲା । କହିଦେଉଛୁ କି ବର୍ତ୍ତମାନ ଆରବିଆଇ ଲୋକମାନଙ୍କ ମଧ୍ୟରେ ଅନଲାଇନ ଟଙ୍କା ନେବା–ଦେବାକୁ ବଢାଇବା ପାଇଁ କିଛି ନୂଆ ନିୟମ ନେଇ ଆସିଛନ୍ତି । ଯେଉଁଥିରେ ଲୋକମାନଙ୍କୁ କିଛି ଛାଡ ମିଳିବ । ଏହି ନିୟମ ୧ ଜୁଲାଇ ରୁ ଚାଲୁ ହୋଇଯାଇଛି । କହିଦେଉଛୁ କି ୧ ଜୁଲାଇ ପର ଠାରୁ ଆପଣ ବିନା କୌଣସି ମୂଲ୍ୟରେ ଆରଟିଜିଏସ (RTGS) ଓ ଏନଇଏଫଟି (NEFT) କରି ପାରିବେ ।

କହିଦେଉଛୁ କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୧ ଜୁଲାଇରୁ ସମସ୍ତ ବ୍ୟାଙ୍କରେ ଏହି ନିୟମକୁ ପାଳନ କରିବା ପାଇଁ ଘୋଷଣା କରି ଦେଇଛନ୍ତି । ଯେଉଁଥିରେ RTGS ଓ NEFT ଟ୍ରାଞ୍ଜାକ୍ଶନ ଉପରେ ବର୍ତ୍ତମାନ କୌଣସି ପ୍ରକାରର ମୂଲ୍ୟ ଲାଗିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏହା ସହିତ RTGS ଜରିଆରେ ଟଙ୍କା ପଠାଉଥିବା ସମୟକୁ ୧.୫ ଘଣ୍ଟା ବଢାଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ କରି ଦେଇଛନ୍ତି ।

କହିଦେଉଛୁ କି NEFT ଜରିଆରେ ହେଉଥିବା ଟଙ୍କାର ନେବା – ଦେବାରେ ଏସବିଆଇ ୧ ରୁ ୫ ଟଙ୍କା ମଧ୍ୟରେ ଓ RTGS ଜରିଆରେ ହେଉଥିବା ଟ୍ରାଞ୍ଜାକ୍ଶନ ପାଇଁ ୫ ଟଙ୍କାରୁ ୫୦ ଟଙ୍କା ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ମୂଲ୍ୟକୁ ହଟାଇ ଦିଆଯାଇଛି ।

କଣ ଅଟେ ଆରଟିଜିଏସ

ଆରଟିଜିଏସ ମାନେ ରିୟଲ ଟାଇମ ଗ୍ରାସ ସେଟଲମେଂଟ ଅର୍ଥାତ୍ ତତ୍କାଳ ସକଳ ନିପଟାନ ଅଟେ । ଏହା ଅନଲାଇନ ଟଙ୍କା ପଠାଇବାର ସବୁଠୁ ଶୀଘ୍ର ପ୍ରକ୍ରିୟା ଅଟେ । କହିବାକୁ ଗଲେ RTGS ଦ୍ଵାରା ଆପଣ ୨ ଲକ୍ଷ ଟଙ୍କା କିମ୍ବା ତାହା ଠାରୁ ଅଧିକ ରାଶି ୩୦ ମିନିଟ ଭିତରେ ଅନ୍ୟ ଏକ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରି ପାରିବେ ।

କଣ ଅଟେ ଏନଇଏଫଟି

ଏନଇଏଫଟି (ନେଶନଲ ଇଲେକ୍ଟ୍ରୋନିକ ଫଂଡ ଟ୍ରାଂସଫର) ଦେଶରେ ବ୍ୟାଙ୍କ ଜରିଆରେ ଫଂଡ ଟ୍ରାଂସଫର କରିବା ମାନେ ଗୋଟିଏ ଜାଗରୁ ଅନ୍ୟ ଏକ ଜାଗାକୁ ପଠାଇବାର ଉପାୟ ଅଟେ । କିନ୍ତୁ ଆରଟିଜିଏସ ଅପେକ୍ଷା ଏହା ଅଳ୍ପ ଧିମା ଅଟେ । ଏନଇଏଫଟି ଜରିଆରେ କୌଣସି ବି ବ୍ୟାଙ୍କ ଖାତାରୁ ଅନ୍ୟ ଏକ ବ୍ୟାଙ୍କ ଖାତାରେ ଫଂଡ ଟ୍ରାଂସଫର ଏକ ନିର୍ଧାରିତ ସମୟରେ ହୋଇଥାଏ ।

କହିଦେଉଛୁ କି ଆରଟିଜିଏସ ଅନୁସାରେ ଏନଇଏଫଟିରେ କୌଣସି ନିର୍ଧାରିତ ଧନରାଶି ନ ଥାଏ । ନେଫ୍ଟ ଦ୍ଵାରା ସମୟ ବଞ୍ଚିଥାଏ ଓ ଏହି ସହଜ ପ୍ରକ୍ରିୟା କାରଣରୁ ଏହା ବହୁତ ଲୋକପ୍ରିୟ ଅଟେ । କାରଣ କହିଦେଉଛୁ କି ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ହେଉଥିବା ଟ୍ରାଞ୍ଜାକ୍ସନ ଏହି ପ୍ରକ୍ରିୟାର ଅନୁରୂପ ହୋଇଥାଏ । ନେଫ୍ଟ ୨୦୦୫ରେ ଆରମ୍ଭ ହୋଇଥିଲା ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।