ପାକିସ୍ତାନ ଆଜି ପର୍ଯ୍ୟନ୍ତ ଏହି ୫ ଟି ଜିନିଷ ପାଇଁ ନିର୍ଭର କରିଆସୁଛି ଭାରତ ଉପରେ, ପୁଲୱାମା ପରେ ଦେଖାଯିବ ବର୍ତ୍ତମାନ ପାକିସ୍ତାନରେ ଦେଖାଯିବ ଏହି ସବୁ ଅସୁବିଧା

ପୁଲୱାମା ଆକ୍ରମଣ ପରେ ପୁରା ଦେଶ ପାକିସ୍ତାନ ମୁର୍ଦାବାଦର ନାରା ଲଗାଉଛି । କହି ଦେଉଛୁ ଯେ ଯବାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ପରେ ମୋଦୀ ସରକାର ପାକିସ୍ତାନ ଠାରୁ ମୋସ୍ଟ ଫେଭରେଟ ନେଶନର ଟ୍ୟାଗ ଉଠାଇ ଦେଇଛନ୍ତି । ସରକାରଙ୍କର କହିବା ଅଟେ କି ଏହି ଟ୍ୟାଗକୁ ହଟାଇବା ପରେ ପାକିସ୍ତାନର ବ୍ୟାପାର ଉପରେ ଗଭୀର ପ୍ରଭାବ ପଡିବ । ଯାହାକି ଗୋଟିଏ ପ୍ରକାରର ସହିଦ ଯବାନଙ୍କର ପ୍ରତିଶୋଧ ଭଳି ହେବ ।

ଏବଂ ବର୍ତ୍ତମାନ ଠାରୁ ହିଁ ପାକିସ୍ତାନର ବିଜନେସ ଉପରେ ଏହାର ପ୍ରଭାବ ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ଭାରତୀୟ ସରକାର ପାକିସ୍ତାନରୁ ଆସୁଥିବା ଜିନିଷ ଉପରେ ୨୦୦ % ଟ୍ୟାକ୍ସ ଲଗାଇ ଦେଇଛି । ପାକିସ୍ତାନ ସବୁବେଳେ ନିଜକୁ ଏକ ଆଜାଦ ମୂଲକ କହିଥାଏ କିନ୍ତୁ ଏହା ସତ୍ବେ ବି ସେ କୌଣସି ନା କୌଣସି ଭାବରେ ଭାରତ ଉପରେ ନିର୍ଭର କରିଥାଏ ।

ଆଜି ଆମେ ଆପଣଙ୍କୁ ଏହିଭଳି ୫ ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପାକିସ୍ତାନ ଭାରତରୁ ଆମଦାନୀ କରୁଛି କିନ୍ତୁ ବର୍ତ୍ତମାନ ପୁଲୱାମା ପରେ ଏହି ଜିନିଷକୁ ଆଣିବାରେ ତାକୁ ବହୁତ ମହଙ୍ଗା ପଡିପାରେ ।

କଟନ

କଟନ ପାଇଁ ପାକିସ୍ତାନ ଗତ କିଛି ବର୍ଷ ହେବ ଭାରତ ଦେଶ ଉପରେ ନିର୍ଭର ରହୁଛି । ଭାରତରେ ଦୁନିଆର ସବୁଠୁ ଉତ୍ତମ କଟନ ମିଳିଥାଏ । ଖବର ଅନୁସାରେ ଭାରତ ପାକିସ୍ତାନକୁ ୨୦୧୮ରେ ପାଖାପାଖି ୨୬୮୪ କୋଟି ଟଙ୍କାର କଟନ ଏକ୍ସପୋର୍ଟ କରିଥିଲା । କିନ୍ତୁ ବର୍ତ୍ତମାନ ମୋସ୍ଟ ଫେବର୍ଡ ନେଶନର ଟ୍ୟାଗକୁ ହଟାଇବା ପରେ ପାକିସ୍ତାନକୁ କଟନ କିଣିବା ପାଇଁ ଅସୁବିଧାର ସାମନା କରିବାକୁ ପଡିବ ।

ଆର୍ଗେନିକ କେମିକଲ୍ସ

ଆର୍ଗେନିକ କେମିକଲ୍ସ ବର୍ତ୍ତମାନ ସମୟରେ କେତେକ ଜାଗାରେ ବ୍ୟବହାର କରାଯାଉଛି । ପାକିସ୍ତାନର କଥା କହିଲେ ଗତ ବର୍ଷ ପାକିସ୍ତାନ ଏପ୍ରିଲ ଏବଂ ନଭେମ୍ବର ମାସର ମଧ୍ୟରେ ଭାରତ ଠାରୁ ୨୨୨୪ କୋଟି ଟଙ୍କାର ଆର୍ଗେନିକ କେମିକଲ୍ସ ଏକ୍ସପୋର୍ଟ କରିଥିଲା । ଏମିତିରେ ଏହି ବର୍ଷ ପାକିସ୍ତାନକୁ ଆର୍ଗେନିକ କେମିକଲ୍ସ ମାମଲାରେ ଅସୁବିଧା ଆସିପାରେ ।

ପ୍ଲାସ୍ଟିକ ସାମଗ୍ରୀ

ଭାରତ ଗତ କିଛି ବର୍ଷ ମଧ୍ୟରେ ହିଁ ପ୍ଲାସ୍ଟିକ ସାମଗ୍ରୀ ତିଆରି କରିବାରେ ଉନ୍ନତି କରି ସାରିଲାଣି । ଏମିତିରେ ରିପୋର୍ଟ ଅନୁସାରେ ଗତ ବର୍ଷ ଏପ୍ରିଲ ଏବଂ ନଭେମ୍ବର ମାସ ମଧ୍ୟରେ ପାକିସ୍ତାନ ୫୮୩ କୋଟି ଟଙ୍କାର ପ୍ଲାସ୍ଟିକ ସାମଗ୍ରୀ ଭାରତ ଠାରୁ ଏକ୍ସପୋର୍ଟ କରିଥିଲା । ଏମିତିରେ ବର୍ତ୍ତମାନ ପ୍ଲାସ୍ଟିକ ଜିନିଷ କିଣିବା ଉପରେ ବି ତାହାକୁ ଅଧିକ ଟାକ୍ସ ଦେବାକୁ ପଡିବ ।

ଚମଡା

ବର୍ଷ ୨୦୧୮ରେ ପାକିସ୍ତାନକୁ ଭାରତ ଦ୍ଵାରା ପାଖାପାଖି ୫୧୦ କୋଟି ଟଙ୍କାର ଚମଡା ଏକ୍ସପୋର୍ଟ କରାଯାଇଥିଲା । ଏହା ଛଡା ଭାରତ ପାକିସ୍ତାନକୁ ପେଂଟ, କଲରିଂଗ ଏବଂ ପିଗମେଂଟ୍ସ ଭଳି ଜିନିଷ ଏକ୍ସପୋର୍ଟ କରିଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନକୁ ଭରତ ଠାରୁ ଏହାକୁ କିଣିବା ପାଇଁ ଅସୁବିଧା ହେବ ।

ନ୍ଯୂକ୍ଲିଯର ରିଏକ୍ଟର ବାୟଲର ଏବଂ ମଶୀନରୀ

ଭାରତରେ ବର୍ଷ ୨୦୧୮ରେ ପାକିସ୍ତାନକୁ ପାଖାପାଖି ୪୧୩ କୋଟି ଟଙ୍କା ନ୍ଯୂକ୍ଲିଯର ରିଏକ୍ଟର୍ସ ଏବଂ ବହୁତ ମଶୀନରୀ ପ୍ରୋଡକ୍ଟ୍ସ ଏକ୍ସପୋର୍ଟ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ଜିନିଷକୁ କିଣିବା ପାଇଁ ପାକିସ୍ତାନକୁ ଅଧିକ ଟାକ୍ସ ଦେବାକୁ ପଡିବ ।

ଯଦି ଆପଣଙ୍କୁ ଏହି ଆର୍ଟିକୀଲ ଟି ପସନ୍ଦ ଆସିଥାଏ ଶେୟାର କରନ୍ତୁ ଓ ନିଜର ମୂଲ୍ୟବାନ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।