ଗୋଟିଏ ନୁହେଁ ୩୪ଟି ଝିଅଙ୍କୁ ଗୋଦ ନେଇଥିବା ପ୍ରୀତି ଜିଂଟାଙ୍କର ସତ ଆସିଲା ସାମନାକୁ, ଜାଣନ୍ତୁ ବର୍ତ୍ତମାନ କେଉଁଠି ଅଛନ୍ତି ଏହି ପିଲାମାନେ ?

ବଲୀଉଡ ଦୁନିଆ ବାହାରୁ ଯେତେ ସୁନ୍ଦର ଦେଖାଯାଇଥାଏ, ଅସଲରେ ତାହା ସେତେ ସୁନ୍ଦର ହୋଇ ନଥାଏ । ବଲୀଉଡର ବଡ ବଡ ଷ୍ଟାର ନିଜ ଭିତରେ ଅନେକ ରହସ୍ୟ ଲୁଚାଇ ରଖିଥାନ୍ତି । କିନ୍ତୁ ବେଳେ ବେଳେ ଏହି ରହସ୍ୟ ଏତେ କଠୋର ହୋଇଥାଏ କି ଆପଣ ସ୍ଵପ୍ନରେ ବି ତାହାକୁ ଭାବି ନଥିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଏହାକୁ ଶୁଣିବା ପରେ ଆପଣ ତାଙ୍କର ଅସଲ ଚେହେରା ବିଷୟରେ ଜାଣି ପାରିବେ ।

ସେହି ଅଭିନେତ୍ରୀ ଆଉ କେହି ନୁହନ୍ତି, ବଲୀଉଡରେ ପ୍ରାୟତଃ ସବୁ ସୁପରସହିଟ ଫିଲ୍ମରେ କାମ କରି ସାରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଂଟା । ୨୦୦୯ରେ ସେ ଉତ୍ତରାଖଣ୍ଡର ଋଷିକେଶର ‘ମଦର ମିରେକଲ’ ସ୍କୁଲରୁ ଏକା ସହିତ ୩୪ଟି ଝିଅଙ୍କୁ ଗୋଦ ନେଇଥିଲେ । ତାଙ୍କର ପଢା ଲେଖା ସହ ତାଙ୍କର ଲାଳନ – ପାଳନ କରିବାର ଦାୟିତ୍ଵ ବି ନେଇଥିଲେ । ତାଙ୍କର ଏହି କାମ ଦ୍ଵାରା ସେ ସେହି ବର୍ଷ ବହୁତ ଚର୍ଚିତ ବିଷୟ ହୋଇ ଥିଲେ ।

ଆଜି ଏହି କଥାକୁ ପୁରା ୧୦ ବର୍ଷ ହୋଇ ଯାଇଛି । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରୀତି ଜିଂଟାଙ୍କ ଦ୍ଵାରା ଗୋଦ ନିଆ ଯାଇଥିବା ଏହି ପିଲାମାନେ ଆଜି କେଉଁଠି ଏବଂ କେଉଁ ଅବସ୍ଥାରେ ଅଛନ୍ତି ? ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ କି ବର୍ତ୍ତମାନ ହିଁ କିଛି ଦିନ ହେବ ଏକ ଇଣ୍ଟରଭିୟୁରେ ସେହି ପିଲମାନଙ୍କ ବିଷୟରେ ପ୍ରୀତି ଜିଂଟାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ।

କିନ୍ତୁ ପ୍ରୀତି ଜିଂଟାଙ୍କର ମନେ ହିଁ ନାହିଁ କି ସେ କୌଣସି ପିଲାମାନଙ୍କୁ ଗୋଦ ନେଇଥିଲେ । ପ୍ରୀତି ୨୦୦୯ରେ ସେହି ପିଲାମାନଙ୍କର ସବୁ ଖର୍ଚ ଉଠାଇବେ ବୋଲି କହିଥିଲେ କିନ୍ତୁ ସେ ସମୟରୁ ଆଜି ପର୍ଯ୍ୟନ୍ତ କେବ ବି ସେହି ସ୍କୁଲକୁ ଥରେ ହେଲେ ବି ଯାଇ ନାହାନ୍ତି ।

ପ୍ରୀତିଙ୍କ ଭଳି ଜଣେ ଜଣା ଶୁଣା ଏବଂ ବଡ ହସ୍ତୀ ନିଜ କଥାକୁ ନ ରଖି ଥିବାରୁ ସ୍କୁଲର ପ୍ରସାଶନ ତାଙ୍କ ଉପରେ ରାଗିଛନ୍ତି । ସୂତ୍ର ଅନୁସାରେ ପ୍ରୀତି ନିଜର ବାହାଘର ପୂର୍ବରୁ ଏବଂ ବାହାଘର ପରେ ନିଜର ସ୍ଵାମୀଙ୍କ ସହିତ ସେହି ସ୍କୁଲକୁ ଯାଇଥିଲେ କିନ୍ତୁ ତାହା ପରେ ସେ କେବେ ବି ସେହି ସ୍କୁଲ ଆଡକୁ ବୁଲି କରି ବି ଦେଖି ନାହାନ୍ତି ।

ଏହି ମାମଲାରେ ଶାଇଲା ଇତ୍ତେଫାମଙ୍କର କହିବା ଅଟେ କି ପ୍ରୀତି ସେହି ସମୟରେ ପ୍ରାୟତଃ ତାଙ୍କ ସ୍କୁଲକୁ ଆସୁଥିଲ ଏବଂ ଅନାଥ ପିଲାଙ୍କ ସହିତ ଫଟୋ ଉଠାଇ ଚାଲି ଯାଉଥିଲେ ।

ଶାଇଲାଙ୍କ ଅନୁସାରେ ସେତେବେଳେ ପ୍ରୀତି ୩୪ ଅନାଥ ପିଲାଙ୍କର ଦାୟିତ୍ଵ ନେବେ ବୋଲି କହିଥିଲେ । କିନ୍ତୁ ୧୦ ବର୍ଷ ମଧ୍ୟରେ ପ୍ରୀତି କେବେ ବି ସେହି ପିଲମାନଙ୍କର ଖବର ବି ପଚାରି ବୁଝି ନାହାନ୍ତି ଏବଂ ନା ହିଁ କୌଣସି ପ୍ରକାରର କିଛି ଟଙ୍କାର ସାହାର୍ଯ୍ୟ କରିଛନ୍ତି । ମିଡିୟା ଯେତେବେଳେ ଏହି କଥା ଉପରେ ତାଙ୍କ ସହିତ ପ୍ରଶ୍ନ ପଚାରିଲେ କିନ୍ତୁ ପ୍ରୀତି ଏହି କଥାକୁ ଟାଳି ଦେଇଥିଲେ ।

ଯେତେବେଳେ ସୋସିୟାଲ ମିଡିୟାରେ ଏହି ଟପିକ ସାମନାକୁ ଆସିଲା ତେବେ ଲୋକମାନେ ପ୍ରୀତିଙ୍କୁ ଭିନ୍ନ ଭିନ ପ୍ରକାରର କମେଣ୍ଟ ଦେଇଛନ୍ତି । ଲୋକମାନଙ୍କ କହିବା ଅନୁଯାଇ ଏମାନେ ପବ୍ଲିସିଟି ପାଇଁ ଏମିତି କରିଥାନ୍ତି ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।