ସବୁଦିନ ଜଲ୍ଦି ଅଫିସ ଆସି ନିଜ ସଫା ସଫି କରିଥାନ୍ତି ଏହି IAS ଅଧିକାରୀ, ଜାଣନ୍ତୁ କାହିଁକି

କୁହନ୍ତି କି କୌଣସି କାମ ଛୋଟ କିମ୍ବା ବଡ ହୋଇ ନ ଥାଏ । ଆପଣଙ୍କୁ କେବଳ ସେହି କାମର ମହତ୍ଵ ବୁଝିବାର ଅଛି । ଏମିତି ତ ସମସ୍ତେ ପରିଷ୍କାର ପରିବେଶ ମଧ୍ୟରେ ରହିବା ପାଇଁ ଚାହାନ୍ତି । କିନ୍ତୁ ଯେତେବେଳେ ନିଜ ହାତରେ ଝାଡୁ ମାରି ସଫା କରିବାର କଥା ଆସିଥାଏ ତେବେ ବହୁତ ଲୋକମାନେ ମନା କରି ଦିଅନ୍ତି । କେତେ ଜଣ ନିଜ ଘରକୁ ସଫା ରଖିଥାନ୍ତି କିନ୍ତୁ ଯେତେବେଳେ ଅଫିସରେ ନିଜେ ଝାଡୁ ମାରିବା କଥା ଆସିଥାଏ ତେବେ ଏହି କାମକୁ କେହି ବି କରିବାକୁ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି IAS ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କେବିନରେ ଝାଡୁ ମାରିବା ପାଇଁ ଅଫିସରେ ୧୦ ମିନିଟ ପୂର୍ବରୁ ହିଁ ପହଞ୍ଚି ଯାଆନ୍ତି ।

ସେ ବ୍ୟକ୍ତି ଜଣକ ହେଉଛନ୍ତି ଡାକ୍ତର ଅଜୟଶଙ୍କର ପାଣ୍ଡେ । ଉତ୍ତର ପ୍ରଦେଶରେ ରହୁଥିବା ଅଜୟ ସବୁଦିନ ନିଜର ଅଫିସକୁ ୧୦ ମିନିଟ ପୂର୍ବରୁ ହିଁ ଚାଲି ଆସନ୍ତି । ଯାହା ଦ୍ଵାରା ସେ ନିଜର କେବିନକୁ ନିଜେ ହିଁ ଝାଡୁ ମାରିବା ସହିତ ପୋଛା ବି ମାରି ପାରିବେ । ଅଜୟ କୁହନ୍ତି କି ଏହି କାମକୁ ସେ ୧୯୯୩ରୁ ଆରମ୍ଭ କରିଥିଲେ । ସେହି ସମୟରେ ସେ ଅଗ୍ରାର ଏତ୍ମାଦପୁରରେ SDM ଥିଲେ ।

ସେତେବେଳେ ଥରେ ସେଠିକାର ପରିଷ୍କାର କରୁଥିବା କର୍ମଚାରୀମାନେ ଧର୍ମଘଟ କାରିବାକୁ ଯାଇଥିଲେ । ଏମିତିରେ ଅଜୟ ତାହା ପର ଦିନ ଠାରୁ ନିଜେ ହିଁ ଝାଡୁ ଧରିନେଲେ ଓ ପରିଷ୍କାର କରିବାକୁ ଲାଗିଲେ । ପ୍ରଥମରୁ ଯେତେବେଳେ ସେ ସମସ୍ତଙ୍କୁ ନିଜେ ଝାଡୁ ମାରିବା ପାଇଁ କହିଲେ ତେବେ ସମସ୍ତେ ହସିବାକୁ ଲାଗିଲେ ।

ଏମିତିରେ ସେ ନିଜେ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ନିଜ କେବିନକୁ ପରିଷ୍କାର କରିବା ଆରମ୍ଭ କରିଦେଲେ । ଏତେ ବଡ ଅଫିସରକୁ ଝାଡୁ ଲଗାଇବାର ଦେଖି ଲୋକମାନେ ବି ଏହି କାମ କରିବାକୁ ଲାଗିଲେ ।

ଅଜୟ କୁହନ୍ତି କି ପରିଷ୍କାର କରିବା କୌଣସି ଖରାପ କାମ ନୁହେଁ । ଆମେ ଘରେ ବି ଝାଡୁ ଲଗାଇ ଥାଉ । ଏହା ପରେ ସେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କଲେ । ଏହି ଅଭିଯାନରେ ସମସ୍ତ ଲୋକ ରାସ୍ତା ଉପରକୁ ଓଲ୍ହାଇ ଆସିଲେ ଓ ସହରକୁ ପରିଷ୍କାର କରିବାକୁ ଲାଗିଲେ । ଏହାକୁ ଦେଖି ଧର୍ମଘଟ କରୁଥିବା କର୍ମଚାରୀମାନେ ଚୁପଚାପ କାମ ଉପରକୁ ଫେରିଗଲେ । ଏହା ପରେ IAS ଅଜୟ ନିଷ୍ପତି ନେଲେ କି ବର୍ତ୍ତମାନ ଠାରୁ ସେ ନିଜର କେବିନକୁ ନିଜେ ହିଁ ସଫା କରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।