ମସ୍ତିଷ୍କକୁ କମଜୋର କରିଥାଏ ଆପଣଙ୍କ ଏହି ସବୁ ଅଭ୍ୟାସ, ତୃତୀୟ ଭୁଲ ତ ସମସ୍ତେ କରିଥାନ୍ତି

ଆମର କିଛି ଭୁଲ ହିଁ ଆମର ମସ୍ତିଷ୍କକୁ କମଜୋର କରିଦିଏ । କାରଣ ଆମର ଲାଇଫଷ୍ଟାଇଲ ସବୁଠୁ ଅଧିକ ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କେଉଁ ଜିନିଷ ମୁଣ୍ଡ ଉପରେ ଅଧିକ ପ୍ରଭାବ ପକାଇଥାଏ, ତାହା ବିଷୟରେ କହିବୁ । ଆପଣଙ୍କୁ କହିଦେଛୁ କି ସବୁଦିନ ଆମ ଜୀବନରେ କିଛି ଏମିତି ଜିନିଷ ଘଟିଥାଏ ଯାହା ଆମର ମସ୍ତିଷ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଏମିତିରେ ଆମେ ଡିପ୍ରେଶନର ବି ଶିକାର ହୋଇଯାଉ ।

ଏହା ଛଡା ସବୁଦିନର ଅସ୍ୱସ୍ଥ ଅଭ୍ୟାସ ଓ ଖାଦ୍ୟ ପେୟରେ ପୌଷ୍ଟିକତା କମ ଥିବା କାରଣରୁ ଶାରୀରିକ ସକ୍ରିୟତା କମ ହୋଇ ମସ୍ତିଷ୍କ କମଜୋର ହୋଇଯାଏ ।

ମସ୍ତିଷ୍କ କମଜୋର ହେବାର କାରଣ

ମସ୍ତିଷ୍କ କମଜୋର ହେବା ଦ୍ଵାରା ଆପଣ ବହୁତ ଜିନିଷ ଭୁଲି ଯାଆନ୍ତି । ଯଦି ଆପଣ ସବୁଦିନ ଭୁଲି ଯାଉଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର ମସ୍ତିଷ୍କ କମଜୋର ହେବାକୁ ଲାଗୁଛି । ଏହିଭଳି ଅବସ୍ଥାରେ ଆପଣ ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ ।

୧. କମ କିମ୍ବା ଅଧିକା ଶୋଇବା

ଶୋଇବା ଆମ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ଶୋଇଥାନ୍ତି କିମ୍ବା କମ ଶୋଇଥାନ୍ତି ତେବେ ଏହାର ପ୍ରଭାବ ବି ଆପଣଙ୍କର ମସ୍ତିଷ୍କ ଉପରେ ପଡିଥାଏ । ଯେଉଁ କାରଣରୁ ମସ୍ତିଷ୍କର ଶିରା ପ୍ରଶିରା କମଜୋର ହେବାକୁ ଲାଗିଥାଏ ଓ ଆପଣଙ୍କର ସ୍ମରଣଶକ୍ତି ବି କମ ହୋଇଯାଏ ।

୨. ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା

ଯଦି ଆପଣ ଅଧିକ ମସଲାଦାର ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କ ପାଇଁ ତାହା ଅସୁବିଧା ହୋଇପାରେ । କାରଣ ଅଧିକ ମସଲାଯୁକ୍ତ ଖାଦ୍ୟ ଆମର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ମସଲାଯୁକ୍ତ ଖାଦ୍ୟ କାରଣରୁ ଆପଣଙ୍କର ମସ୍ତିଷ୍କର କ୍ଷମତା ଧୀରେ ଧୀରେ କମ ହୋଇଯାଏ । ଏହା ଦ୍ଵାରା ଆପଣଙ୍କର ବୁଝିବାର କ୍ଷମତା ବି କମ ହୋଇଯାଏ ।

୩. ନିଶା କରିବା

ନିଶା କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ । କହିଦେଉଛୁ କି ନିଶା କୌଣସି ବି ପ୍ରକାରର ହେଉ ଏହା ଆପଣଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ସେ ପୁଣି ପ୍ରେମ ନିଶା କାହିଁକି ହୋଇ ନ ଥାଉ । ରିସର୍ଚ ବି ଏହା କହିଥାଏ କି ମସ୍ତିଷ୍କକୁ କମଜୋର କରିବାରେ ନିଶାଦ୍ରବ୍ୟର ମୁଖ୍ୟ ଭୂମିକା ଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।