ବ୍ଲାକହେଡ୍ସ ରୁ ସବୁଦିନ ପାଇଁ ମିଳିବ ମୁକ୍ତି, ବହୁତ ସହଜ ଅଟେ ଏହି ଘରୋଇ ଉପାୟ

ନାକ, ମଥା ଓ ଥୋଡିରେ ବ୍ଲାକହେଡ୍ସ ପାଇଁ ସାଧାରଣତଃ ଝିଅ ମାନେ ବହୁତ ଚିନ୍ତିତ ରୁହନ୍ତି । ଏହାର କାରଣ ହେଉଛି ଧୁଳି, ମାଟି ଓ ବର୍ତ୍ତମାନର ପ୍ରଦୂଷଣ । ଏହା ଛଡା ଖାଦ୍ୟ ପେୟର ଅବହେଳା ପାଇଁ ମଧ୍ୟ ଏହା ହୋଇଥାଏ । ଚେହେରାରେ ବ୍ଲାକହେଡ୍ସ ହେବା ସ୍କିନ ପାଇଁ ଠିକ ନୁହେ । କାରଣ ଏହା ଦ୍ଵାରା ସ୍କିନର ପୋର୍ସ ବନ୍ଦ ହେଇଯାଏ, ଯାହାଫଳରେ ଚେହେରାକୁ ଠିକ ଭାବରେ ଅମ୍ଳଜାନ ମିଳିନଥାଏ ।


ବହୁତ ଲୋକ ଏହାକୁ ଚେହେରାରୁ ହଟେଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି, ହେଲେ ଏହା ଫଳରେ ଚେହେରାରେ ଦାଗ ଆସିଯାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପାୟ କହିବୁ ଯାହାକି ବହୁତ ସହଜ ଓ ଉପକାରୀ । ଏହା ଦ୍ଵାରା ଚେହେରାରେ ହେଉଥିବା ବ୍ଲାକହେଡ୍ସ ହଟିଯିବ ।

୧. ଡାଲଚିନି ଓ ଲେମ୍ବୁ

ବ୍ଲାକହେଡ୍ସ ହଟେଇବା ପାଇଁ ଗୋଟିଏ ବା ଦୁଇ ଚାମଚ ଡାଲଚିନି ପାଉଡରରେ ଗୋଟିଏ ବା ଦୁଇ ଚାମଚ ଲେମ୍ବୁ ରସ ମିଶାଇ ଏକ ଗାଢା ପେଷ୍ଟ ବନାନ୍ତୁ । ଏହି ପେଷ୍ଟଟିକୁ ଚେହେରାର ସେହି ଅଂଶରେ ଲଗାନ୍ତୁ ଯେଉଁଠି ବ୍ଲାକହେଡ୍ସ ହୋଇଥିବ । ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ । ଏହାପରେ ପାଣିରେ ଧୋଇଦିଆନ୍ତୁ । ୩ ରୁ ୪ ଥର ଏହି ଉପାୟ ପ୍ରୟୋଗ କରନ୍ତୁ ଦେଖିବେ ବ୍ଲାକହେଡ୍ସ ସଫା ହୋଇଯିବ ।

୨. ହଳଦୀ ଓ ପୁଦିନା ରସ

ଗୋଟେ ଚାମଚ ହଳଦୀ ପାଉଡର ସହ ଦୁଇ ଚାମଚ ପୁଦିନାର ରସ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ କରିଦିଅନ୍ତୁ ଓ ପେଷ୍ଟକୁ ପ୍ରଭାବିତ ଅଂଶରେ ଲଗାନ୍ତୁ । ଏହାକୁ ଲଗେଇବା ପରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଅପେକ୍ଷା କରନ୍ତୁ, ଶୁଖିବା ପରେ ଚେହେରାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା ପରେ ଚେହେରାରେ ମଏଶ୍ଚରାଇଜର ଲଗାନ୍ତୁ । ସପ୍ତାହକୁ ଗୋଟିଏ ଥର ଏହି ଉପାୟ କରନ୍ତୁ ।

୩. ଗ୍ରୀନ ଟି

ପ୍ରୟୋଗ ପାଇଁ ଏକ ଚାମଚ ଗ୍ରୀନ ଟି ର ପତ୍ରକୁ ପାଣିରେ ପକାଇ ପେଷ୍ଟ କରିନିଅନ୍ତୁ । ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇ ୧୫ରୁ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଆନ୍ତୁ । ଏହା ପରେ ଗରମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ସପ୍ତାହକୁ ଗୋଟିଏ ଥର ଏହି ଉପାୟକୁ କରନ୍ତୁ, ଚେହେରା ପୁରା ସଫା ହୋଇଯିବ ।