ଏହି ସୁନ୍ଦର ମହିଳା ଜଣକ ଜାସୁସୀ ମାମଲାରେ ପୁରୁଷମାନଙ୍କ ଉପରେ ବି ପଡୁଥିଲା ଭାରି, ବହୁତ ଲୋକଙ୍କ ସହିତ ବନେଇଥିଲା ସମ୍ବନ୍ଧ

ଯେତେବେଳେ ବି ଜାସୁସୀର କଥା କୁହାଯାଏ ତେବେ ପୁରୁଷମାନଙ୍କର ନାମ ସର୍ବ ପ୍ରଥମେ ଆସିଥାଏ । କାରଣ ବହୁତ ଲୋକମାନେ ଏହା ଜାଣନ୍ତି ନାହିଁ କି ଜାସୁସୀ ମାମଲାରେ ଦୁନିଆରେ ମହିଳାମାନେ ହିଁ ସବୁଠୁ ଆଗରେ ରହିଛନ୍ତି । ଆଜି ଆମେ ଆପଣଙ୍କୁ ଏକ ବହୁତ ହିଁ ଲୋକପ୍ରିୟ ଜାସୁସୀ ମହିଳାଙ୍କର କାହାଣୀ କହିବାକୁ ଯାଉଛୁ । ଏହି ମହିଳା ଜାସୁସୀ ନିଜର ସୁନ୍ଦରତା ଓ ବୁଦ୍ଧିମାନୀ ଦ୍ଵାରା ଜାସୁସୀର ଦୁନିଆରେ ରାଜ କରିଥିଲେ ।

ଆମେ ଯେଉଁ ଜାସୁସୀ ମହିଳାଙ୍କର କଥା କହୁଛୁ ତାଙ୍କର ନାମ ମାତା ହାରୀ ଅଟେ । ସେ ନିଜ ସମୟରେ ଜାସୁସୀ ର ଦୁନିଆରେ ପୁରୁଷମାନଙ୍କୁ ବି ପଛରେ ଛାଡି ଦେଇଥିଲେ । ସର୍ବ ପ୍ରଥମେ ମହିଳା ଜାସୁସୀର ଦୁନିଆରେ ମାତା ହାରୀଙ୍କର ନାମ ଆସିଥାଏ । ୧୮୭୬ରେ ମାତା ହାରୀଙ୍କର ଜନ୍ମ ନେଦରଲ୍ୟାଣ୍ଡରେ ହୋଇଥିଲା । କିନ୍ତୁ ତାଙ୍କର ପାଳନ ପୋଷଣ ପ୍ୟାରିସରେ ହୋଇଥିଲା ।

ତାଙ୍କର ଅସଲ ନାମ ଗେରତ୍ରୁଦ ମାର୍ଗରେଟ ଜେଲେ ଥିଲା । ସେ ଏକ ଭଲ ଡ୍ୟାନ୍ସର ଥିଲେ । ସେ ଜାସୁସୀ ର ଦୁନିଆରେ ରହି ବହୁତ ଲୋକମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ବି ରଖିଥିଲେ । ଏହିଭଳି କରି ସେ ବହୁତ ଗୁପ୍ତ ସୂଚନା ହାସଲ କରୁଥିଲେ । ଏତିକି ନୁହେଁ ତାଙ୍କର ବଡ ବଡ ସେନା ଅଧିକାରୀମାନଙ୍କ ସହିତ ବି ବହୁତ ଗମ୍ଭୀର ସମ୍ବନ୍ଧ ଥିଲା ।

ସୂଚନା ଅନୁସାରେ ପ୍ରଥମ ବିଶ୍ଵ ଯୁଦ୍ଧ ସମୟରେ ମାତା ହାରୀଙ୍କୁ ଟଙ୍କା ବଦଳରେ ସୂଚନା ଦେବା ପାଇଁ ଅଫର ମିଳିଥିଲା । ଏହି କାରଣରୁ ସେ ଜର୍ମାନୀର ଜାସୁସୀ ହୋଇଗଲେ । ମାତା ହାରୀଙ୍କୁ ଦୁଇମୁଖୀ ଜାସୁସୀ ବି କୁହାଯାଏ । ଯେତେବେଳେ ସେ ସ୍ପେନ ଯାଉଥିଲେ ତେବେ ତାଙ୍କୁ ଇଂଲଣ୍ଡର ଫାଲମାଉଥ ବନ୍ଦରଗାହରେ ବ୍ରିଟିଶ ଖୁଫିୟା ଏଜେଂସି ଦ୍ଵାରା ଗିରଫ୍ କରାଗଲା । କାରଣ ତାଙ୍କ ଉପରେ ସନ୍ଦେହ ଥିଲା କି ସେ ଜର୍ମାନୀ ପାଇଁ ଜାସୁସୀ କରୁଛନ୍ତି ।

ଏହି କଥାର କିନ୍ତୁ ସଠିକ ପ୍ରମାଣ ନ ଥିଲା । ସେଥିପାଇଁ ମାତା ହାରୀଙ୍କ ଉପରେ ଡବଲ ଏଜେଣ୍ଟ ହେବାର ବି ଆରୋପ ଲାଗିଥିଲା । ଶେଷରେ ଫ୍ରାନ୍ସରେ ତାଙ୍କୁ ଗୁଳି କରି ହତ୍ୟା କରି ଦିଆଗଲା । ମୃତ୍ୟୁ ପରେ ମାତା ହାରୀଙ୍କର ଶବକୁ ପ୍ୟାରିସ ର ମେଡିକାଲ ସ୍କୁଲକୁ ଦିଆ ଯାଇଥିଲା ଓ ତାକୁ କଟା କଟି କରି ଉପଯୋଗ କରାଗଲା । ମାତା ହାରୀଙ୍କର ଚେହେରାକୁ ଆନାଟୋମୀ ମ୍ୟୁଜିୟମରେ ରଖାଗଲା । କିନ୍ତୁ ୨୨ ବର୍ଷ ପୂର୍ବେ ତାଙ୍କର ଚେହେରା ରହସ୍ୟମୟୀ ଭାବରେ ଗାୟବ ହୋଇଗଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେହି ଚେହେରା ମିଳି ନାହିଁ ।