ଇଏ ହେଉଛି ଦୁନିଆର ସବୁଠୁ ବଡ ମନ୍ଦିର, ଯାହାର କାନ୍ଥ ଗୁଡିକରେ ଅନ୍କା ହେଇଛି ରାମାୟଣ ଓ ମହାଭାରତ ର କାହାଣୀ

କହିବାକୁ ଗଲେ ଭାରତକୁ ମନ୍ଦିର ର ଦେଶ ବୋଲି କୁହାଯାଏ । କାରଣ ଏଠାରେ ବହୁତ ମନ୍ଦିର ଅବସ୍ଥିତ ଯାହା ନିଜର ସାଂସ୍କୃତିକ ଓ ଧାର୍ମିକ କାରଣ ପାଇଁ ବହୁତ ପ୍ରସିଦ୍ଧ ଅଟେ ଓ ଏହି ସମସ୍ତ ମନ୍ଦିରକୁ ବୁଲିବା ପାଇଁ ଓ ଦର୍ଶନ ପାଇଁ ଲୋକମାନେ ଦୂର ଦୁରାନ୍ତରୁ ଆସିଥାନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ବଡ ମନ୍ଦିର ବିଷୟରେ କହିବାକୁ ଯାଉଛୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆର ସବୁଠୁ ବଡ ମନ୍ଦିର ଭାରତରେ ନୁହେଁ କମ୍ବୋଡିୟାରେ ଅବସ୍ଥିତ । କମ୍ବୋଡିୟାରେ ଅବସ୍ଥିତ ଏହି ମନ୍ଦିରର ନାମ ଅଂକୋରଵାଟ ଅଟେ । ଅଂକୋରଵାଟ ନାମକ ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏମିତି କୁହାଯାଏ କି ଏହି ମନ୍ଦିରରେ ଭଗବାନ ବିଷ୍ଣୁ ସ୍ଵୟଂ ନିବାସ କରନ୍ତି । ଏହି ମନ୍ଦିର ପ୍ରତି ଲୋକମାନଙ୍କର ଏତେ ଶ୍ରଦ୍ଧା ଅଛି କି ପୁରା ଦୁନିଆର ଲୋକମାନେ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି ଓ ଏଠିକାର ସୁନ୍ଦରତା ଦେଖି ମନ୍ତ୍ରମୁଗ୍ଧ ହୋଇଯାନ୍ତି ।

କମ୍ବୋଡିୟାରେ ଅବସ୍ଥିତ ଏହି ବିଷ୍ଣୁ ମନ୍ଦିରର ନାମ ଗିନୀଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ବି ସାମିଲ ଅଛି । ପ୍ରଥମେ ଏହି ମନ୍ଦିରର ନାମ ୟଶୋଧର ପୁର ଥିଲା । କୁହାଯାଏ କି ଏହି ମନ୍ଦିରର ନିର୍ମାଣ କରିବା ପାଇଁ ୫୦ ରୁ ୧ କୋଟି ବାଲି ର ପଥରର ବ୍ୟବହାର କରାଯାଇଛି ଓ ଗୋଟିଏ ପଥରର ଓଜନ ପାଖାପାଖି ୧.୫ ଟନ ଅଟେ । ଏହି ମନ୍ଦିରର ଫଟୋ କମ୍ବୋଡିୟାର ନ୍ୟାସନଲା ଫ୍ଲାଗରେ ବି ଛପା ଯାଇଅଛି ।

ଯଦି ଏହି ମନ୍ଦିରର ଇତିହାସ କଥା କୁହାଯାଏ ତେବେ ୧୧ ତମ ଶତାବ୍ଦୀରେ ଏଠାରେ ସମ୍ରାଟ ସୂର୍ୟବର୍ମନ ଦ୍ୱିତୀୟଙ୍କର ସାମ୍ରାଜ୍ୟ ସ୍ଥାପିତ ଥିଲା । ସୂର୍ୟବର୍ମନ ଏହି ମନ୍ଦିରକୁ ମିକାଂକ ନଦୀ ତଟରେ ତିଆରି କରିଥିଲେ । ଏହି ମନ୍ଦିରକୁ ଟାଇମ ମାଗାଜିନ ବିଶ୍ଵର ୫ ଟି ଆଶ୍ଚର୍ଯ୍ୟଜନକ ଜିନିଷରେ ସାମିଲ ବି କରିଥିଲା । ଏହା ଛଡା ୧୯୯୨ରେ ଏହି ମନ୍ଦିରକୁ ୟୁନେସ୍କୋ ବିଶ୍ଵ ବିରାସତରେ ବି ଦର୍ଜ କରିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ମନ୍ଦିରର କାନ୍ଥ ଗୁଡିକରେ ରାମାୟଣ ଓ ମହାଭାରତର କାହାଣୀ ଅଙ୍କିତ ଅଛି ଓ ଏହା ସହିତ ଏହି ମନ୍ଦିରର କାନ୍ଥଗୁଡିକରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ହୋଇଥିବା ଅମୃତ ମନ୍ଥନର ବି ଉଲ୍ଲେଖ କରାଯାଇଛି । ଏହି ମନ୍ଦିରକୁ ଦୁନିଆର ସବୁଠୁ ବଡ ପୂଜା ସ୍ଥଳ ଓ ସଂସାରର ସବୁଠୁ ମହତ୍ଵପୂର୍ଣ୍ଣ ଓ ପ୍ରାଚୀନ ପୁରାତାତ୍ଵିକ ସ୍ଥଳ ମଧ୍ୟ କୁହାଯାଏ ।

କହିବାକୁ ଗଲେ ସାରା ଦୁନିଆରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଚୀନ ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ । ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଂକୋରଵାଟ ମନ୍ଦିର ଏତେ ସୁନ୍ଦର ଅଟେ କି ଏଠାକୁ ଆସିବା ପରେ ଫେରିବାକୁ ଇଚ୍ଛା ହୁଏ ନହିଁ ।