ପୁରୁଷ ଶୂନ୍ୟ ଗାଁ, ଯେଉଁ ଗାଁରେ ନାହାନ୍ତି ଗୋଟିଏ ବି ପୁରୁଷ, କିନ୍ତୁ ମହିଳା ହୁଅନ୍ତି ଗର୍ଭବତୀ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି କେହିବି ପୁରୁଷ ନାହାନ୍ତି । କେବଳ ସୁନ୍ଦରୀ ମହିଳାମାନେ ଏହି ଗାଁରେ ରୁହନ୍ତି । ଆଫ୍ରିକୀୟ ଦେଶ କେନିୟାରେ ଏପରି ଏକ ଗାଁ ଅଛି ଯେଉଁଠି ପୁରୁଷଙ୍କୁ ଭିତରକୁ ଯିବା ବାରଣ ଅଟେ । ଏହି ଗାଁର ନାମ ହେଉଛି ଉମୋଜା । ଗତ ୩୧ ବର୍ଷ ଧରି ଏଠାରେ କେବଳ ମହିଳାମାନେ ନିଜ ଜୀବନ ଏକାକୀ ବିତାଉଛନ୍ତି । ୧୯୯୦ରେ ଏହି ଗାଁରେ ୧୫ଜଣ ମହିଳାଙ୍କ ସହ ରହିବାକୁ ସ୍ଥିର ହୋଇଥିଲା ।

ଏହି ମହିଳା ମାନଙ୍କ ସହ ବ୍ରିଟିଶ ସୈନ୍ୟମାନେ ବଳାତ୍କାର କରି ଚାଲି ଯାଇଥିଲେ । ଏହାପରେ ପୁରୁଷ ମାନଙ୍କକ ହିଂସାର ଶିକାର ହୋଇଥିବା ମହିଳାମାନେ ଲୁଚି ରହିଥିଲେ । କିନ୍ତୁ ଲଗାତାର ସେମାନଙ୍କ ସହ ଏପରି ହେଉଥିବାର ଏହି ଗାଁର ମହିଳାମାନେ ଏପରି ଏକ ନିୟମ ଲାଗୁ କରିଥିଲେ ଯେ ତାଙ୍କ ଗାଁ ମଧ୍ୟକୁ କୌଣସି ପୁରୁଷ ପ୍ରବେଶ କରିପାରିବେ ନାହିଁ । ଏହି ଗାଁରେ କେବଳ ମହିଳାମାନେ ନିଜ ପିଲା ଏବଂ ତାଙ୍କ ଅଜଣା ଜୀବନ ସହ ରହିଥାନ୍ତି ।

କୌଣସି ପୁରୁଷ ବ୍ୟକ୍ତି ଏହି ଗାଁ ମଧ୍ୟକୁ ଆସିବା ପାଇଁ ନିଷେଧ ରହିଛି । କିନ୍ତୁ ଏଠାକାର ମହିଳାମାନେ ଗର୍ଭବତୀ ହୁଅନ୍ତି ଓ କୌଣସି ପୁରୁଷ ବିନା ସନ୍ତାନ ପ୍ରସବ କରନ୍ତି । ଏହି ମହିଳାମାନେ ଶାରୀରିକ ସମ୍ବନ୍ଧ ମଧ୍ୟ ରଖନ୍ତି । ଘରେ କୌଣସି ମହିଳା ନଥାଇ ମଧ୍ୟ ଏହି ଗାଁରେ ବର୍ତ୍ତମାନ ପ୍ରାୟ ୨୫୦ ମହିଳା ଏବଂ ଶିଶୁ ବାସ କରୁଛନ୍ତି ।

ଗାଁରେ ପ୍ରାଥମିକ ବିଦ୍ୟାଳୟ, ସାଂସ୍କୃତିକ କେନ୍ଦ୍ର ଏବଂ ସେଠାକାର ଜାତୀୟ ଖାଦ୍ଯ ପ୍ରଦର୍ଶନ କରୁଥିବା ଭଳି ଏକ ଅଭିଯାନ ସେଠାକାର ମହିଳାମାନେ ପର୍ଯ୍ୟଟକଙ୍କ ପାଇଁ ଚଳାଉଛନ୍ତି । ଏହି ଗାଁର ନିଜସ୍ଵ ଏକ ୱେବସାଇଟ ମଧ୍ୟ ଅଛି । ଏହି ଗାଁରେ ରହୁଥିବା ମହିଳାମାନେ ରୋଜଗାର ପାଇଁ ପାରମ୍ପରିକ ଅଳଙ୍କାର ତିଆରି କରି ବିକ୍ରି କରିଥାନ୍ତି । ତେବେ ଆପଣ ଭାବୁଥିବେ ବିନା ପୁରୁଷରେ ଏହି ମହିଳାମାନେ କିପରି ଗର୍ଭବତୀ ହୁଅନ୍ତି ?

ଏହି ଗାଁ ମଧ୍ୟକୁ ପୁରୁଷଙ୍କ ପ୍ରବେଶ ନିଷେଧ ହୋଇଥିଲେ ମଧ୍ୟ ମହିଳାମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ଶାରୀରିକ ସମ୍ପର୍କ ରଖି ଗାଁ ଭିତରକୁ ଫେରି ଆସନ୍ତି । ଏହି ଗାଁରେ ବିବାହ ପ୍ରଥା ନାହିଁ, ଯିଏ ଯାହାକୁ ପସନ୍ଦ କରି ପାରିଲା ।

ମହିଳାମାନେ ଗର୍ଭବତୀ ହୋଇ ଯଦି ପୁତ୍ର ସନ୍ତାନ ପ୍ରସାବ ହୁଏ ତେବେ ସେ ୧୦ ବର୍ଷର ହେବା ପରେ ତାଙ୍କୁ ପୁରୁଷଙ୍କ ଗାଁରେ ଛାଡି ଦିଆ ଯାଇଥାଏ । ପୁରୁଷମାନେ ସେମାନଙ୍କୁ ଶିକ୍ଷା ଦେବା ସହ ଲାଳନ ପାଳନ ମଧ୍ୟ କରିଥାନ୍ତି । ଆପଣଙ୍କୁ ଏହି ଗାଁ ବିଷୟରେ ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।