ଏହି ଗାଁ’କୁ ଗଲେ ଆଉ କେବେବି ଜୀବନ ନେଇ ଫେରି ପାରିବେନି, ଯିଏ ଯିବ ସେ ନିଶ୍ଚୟ ମ-ରି-ବ ! ଗାଁ’ର ଇତିହାସ ଜାଣିଲେ ଛାତି ଥରିଯିବ !

ରହସ୍ୟମୟ ପୃଥିବୀରେ ଏଭଳି ଏକ ସ୍ଥାନ ଅଛି ଯେଉଁଠାକୁ ଗଲେ ସେଠାରୁ କୁଆଡେ ଆଉ ଫେରି ପାରିବେନି । ଏହି ସ୍ଥାନ ବିଷୟରେ ଖୁବ କମ୍ ଲୋକ ଜାଣିଥିବେ । ଆମେ ଏମିତି ଏକ ଗାଁ ବିଷୟରେ ଆପଣଙ୍କୁ କହିବୁ ସେଠାକୁ ଯିବା ଲୋକ ଫେରନ୍ତିନି ବୋଲି କୁହାଯାଏ । ଋଷିଆର ଉତ୍ତର ଓସେଟିଆର ଦାର୍ଗାଭରେ ଥିବା ଏହି ଗାଁକୁ ଲୋକେ “ମୃ-ତ୍ୟୁ-ର ଗାଁ” ମଧ୍ୟ କୁହନ୍ତି । ଜନଶୂନ୍ୟ ଓ ଉଚ୍ଚ ପର୍ବତମାଳା ମଧ୍ୟରେ ଲୁଚି ରହିଥିବା ଏହି ଗାଁରେ 99ଟି ଘର ରହିଛି ।

ଏଠାରେ ଥିବା ଘରଗୁଡିକ ଧଳା ପଥରରେ ନିର୍ମିତ ଏବଂ ଦେଖିବାକୁ ସମାଧି ଭଳି । ତେବେ ଏହି ଘରଗୁଡିକ ପ୍ରକୃତରେ ସମାଧି ଏବଂ 1600 ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏଠାରେ ଚାରିମହଲା ବିଶିଷ୍ଟ ଘର ମଧ୍ୟ ରହିଛି । କୁହାଯାଏ କି ଏହି ଘର ମାନଙ୍କରେ ଥିବା ପ୍ରତ୍ଯେକ କୋଠା ଗୋଟିଏ ଗୋଟିଏ ପରିବାରର ଯେଉଁଠି ସେହି ଘରର ଲୋକଙ୍କୁ ହିଁ ସମାଧି ଦିଆଯାଏ । ଏହି ସ୍ଥାନକୁ ନେଇ ସେଠାକାର ଲୋକଙ୍କ ମନରେ ଏକ ଭିନ୍ନ ବିଶ୍ବାସ ମଧ୍ୟ ରହିଛି ।

ସେମାନେ ବିଶ୍ବାସ କରନ୍ତି କି ଏହି କୁଟୀର ଭଳି ଅଟ୍ଟାଳିକା ଭିତରକୁ ଯିଏ ଯାଏ ସେ କେବେବି ଫେରି ଆସେ ନାହିଁ । ତଥାପି ଅନେକ ପର୍ଯ୍ୟଟକ ଏହି ସ୍ଥାନ ବିଷୟରେ ଲୁଚି ରହିଥିବା ରହସ୍ୟ ଜାଣିବାକୁ ଏଠାକୁ ଆସିଥାନ୍ତି । ହେଲେ ସେଠାକାର ଏଭଳି ଅଦ୍ଭୁତ ବିଶ୍ବାସ ଓ ଇତିହାସ ଆଜି ମଧ୍ୟ ରହସ୍ୟମୟ ହୋଇ ରହିଛି । ଅନ୍ୟପଟେ ଏହି ସ୍ଥାନକୁ ଯିବା ରାସ୍ତା ମଧ୍ୟ ଖୁବ କଷ୍ଟକର । ପାହାଡ ମଝିରେ ସଂକୀର୍ଣ୍ଣ ରାସ୍ତା ଦେଇ ଏଠାରେ ପହଞ୍ଚିବାକୁ ପ୍ରାୟ ତିନି ଘଣ୍ଟା ଲାଗିଯାଏ ।

ଏଠାକାର ପାଣିପାଗ ମଧ୍ୟ ସର୍ବଦା ଖରାପ ରହିବା ସହ ଯାତ୍ରା ପାଇଁ ବିପଦପୂର୍ଣ୍ଣ ହୋଇଥାଏ । ପ୍ରତ୍ନତତ୍ତ୍ଵବିତ୍ ମାନେ ଏଠାରେ ଥିବା ପ୍ରତ୍ଯେକ ଘର ସମୁଖରେ ଏକ କୂଅ ପାଇଛନ୍ତି । ଲୋକମାନେ ନିଜ ସମ୍ପର୍କୀୟଙ୍କୁ ଏଠାରେ ସମାଧି ଦେବା ପରେ ଏହି କୂଅରେ ମୁଦ୍ରା ପକାଇବା ପାଇଁ ବ୍ୟବହାର କରା ଯାଉଥିବା କୁହାଯାଏ । ଯଦି ମୁଦ୍ରା ତଳଭାରେ ପଥରରେ ମାଡ ହେବ ତେବେ ଆତ୍ମା ସ୍ଵର୍ଗରେ ପହଞ୍ଚିଲା ବୋଲି ସେମାନେ ବିଶ୍ବାସ କରନ୍ତି ।

ଏହି ରହସ୍ୟମୟ ସ୍ଥାନକୁ ଅନେକ ମଣିଷ ଯିବାକୁ ଇଚ୍ଛା କରିଲେ ମଧ୍ୟ ଯାଇପାରନ୍ତି ନାହିଁ । ସେହି ସ୍ଥାନକୁ ଗଲେ ମଣିଷ ଆଉ ଫେରିବ କି ନାହିଁ ଏକଥା କେହି କହିପାରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।