ସାପ ପ୍ରେମରେ ପାଗଳ ହୋଇ ଓଡିଶା ଆସିଗଲେ ବିଦେଶୀ ଦମ୍ପତି, ସୁପରିଚିତ ସାପଧରାଳି Mirza Asif ଙ୍କୁ ଭେଟିବା ସହ ସ୍ଵପ୍ନ ପୂରଣ ହେଲା କହିଲେ, ଦେଖନ୍ତୁ video

ଓଡିଶାର ସାପ ଧରାଳିଙ୍କୁ ଭେଟିବାକୁ ବିଦେଶରୁ ଭାରତ ଚାଲିଆସିଲେ ଏହି ଦମ୍ପତି । ୟୁଟ୍ଯୁବରେ ସାପ ଧରାଯିବା ବେଳର କୌଶଳ ଦେଖୁଥିଲେ ଏହି ଦମ୍ପତି । ହେଲେ ସାପ କେମିତି ଧରାଯାଏ ଏହାକୁ ରିୟଲରେ ଦେଖିବାର ଇଚ୍ଛା ଏହି ଦମ୍ପତିଙ୍କୁ ଓଡିଶା ଟାଣି ଆଣିଛି । ସେଥିପାଇଁ ସୁଦୂର ୟୁକେରୁ ଏହି ଦମ୍ପତି ଓଡିଶାର ଭଦ୍ରକ ଚାଲି ଆସିଛନ୍ତି । ସ୍ଵାମୀ ଜଣେ କେମିକାଲ ଇଞ୍ଜିନିୟର ହୋଇଥିବା ବେଳେ ସ୍ତ୍ରୀ ମେଡିକାଲରେ ସେବିକା ଭାବେ କାମ କରନ୍ତି ।

ହେଲେ ଦୁଇ ଜଣଙ୍କର ସାପଙ୍କ ପ୍ରତି ଭଲପାଇବା ଖୁବ ବେଶୀ । ସେମାନେ ଚିଡିଆଖାନାରେ ଏବଂ ୟୁଟ୍ଯୁବରେ ସାପ ଦେଖିଛନ୍ତି ସତ ହେଲେ ସତରେ କେବେ ସାପ ଦେଖି ନାହାନ୍ତି ବୋଲି କୁହନ୍ତି । ସେଥିପାଇଁ ସେମାନେ ୟୁକେରୁ ଭଦ୍ରକ ସାପ ଦେଖିବା ଓ ସାପଧରା କୌଶଳ ଶିଖିବା ପାଇଁ ଚାଲି ଆସିଛନ୍ତି । ଭଦ୍ରକର ସାପଧରାଳି ମିର୍ଜା ଆସିଫ ନିଜ ଅନନ୍ୟ ପ୍ରତିଭା ଯୋଗୁଁ ଓଡିଶା ତଥା ଓଡିଶା ବାହାର ରାଜ୍ୟରେ ଏବଂ ଭାରତ ବାହାରେ ମଧ୍ୟ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ୟୁଟ୍ଯୁବରେ ତାଙ୍କ ସାପ ଉଦ୍ଧାର ବେଳର ଭିଡିଓକୁ ଦେଶ ବିଦେଶର ଲୋକମାନେ ଦେଖିଥାନ୍ତି ଓ ପ୍ରଶଂସା କରିଥାନ୍ତି । ସତରେ ଏଭଳି ସାୟ ଧରିବା ମିଛ ନା ସତ ଏହା ଦେଖିବାକୁ ପାଇଁ ସେମାନେ ୟୁକେ ରୁ ଆସି ଭଦ୍ରକର ଜଣାଶୁଣା ସାପଧରାଳି ମିର୍ଜା ଆସିଫଙ୍କୁ ଭେଟିଛନ୍ତି । ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ଦମ୍ପତି ଗତ ଶୁକ୍ରବାର ଦିନ ମିର୍ଜା ଆସିଫଙ୍କୁ ଭେଟି ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

ୟୁଟ୍ଯୁବରେ ମିର୍ଜା ଆସିଫଙ୍କ ସାପଧରା କୌଶଳ ଦେଖିବା ପରେ ସେ ଭଦ୍ରକ ଆସି ତାଙ୍କୁ ଭେଟିବାକୁ ସ୍ଥିର କରିଥିଲେ । ସେମାନେ ମିର୍ଜାଙ୍କୁ ଭେଟିବା ସହ ତାଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବା କୌଶଳ ଦେଖିଥିବା ଦେଖିବାକୁ ମିଳିଛି । ମିର୍ଜାଙ୍କୁ ଦେଖିବା ପାଇଁ ସେମାନେ ସାତଦରିଆ ପାରି ହୋଇ ଆସିଥିବା କହିବା ସହ ତାଙ୍କୁ ଭେଟିବା ପରେ ତାଙ୍କର ସ୍ଵପ୍ନ ପୂରଣ ହୋଇଛି ବୋଲି ଏହି ଦମ୍ପତି କହିଛନ୍ତି । ମିର୍ଜା ମଧ୍ୟ ଏନେଇ ବେଶ ଖୁସି ଥିବା କହିଛନ୍ତି ।

ବର୍ଷ ବର୍ଷ ଧରି ସେ ସାପଙ୍କୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟ ଏତେ ଦୂର ଯାଏଁ ପହଞ୍ଚି ପାରିଛି ତେଣୁ ଏହା ତାଙ୍କୁ ସବୁଠୁ ବେଶୀ ଖୁସି ଦେଇଛି ବୋଲି ମିର୍ଜା ଆସିଫ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।