ପୁରୁଷଙ୍କୁ ଏହି ୪ ଟି କଥା କେବେ ବି କାହାକୁ କହିବା କଥା ନୁହେଁ, ଭୋଗିବାକୁ ପଡିଥାଏ ଭୟଙ୍କର ପରିଣାମ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଚାଣକ୍ୟ ନୀତିରେ ସଫଳ ଓ ସୁଖୀ ଜୀବନର ଅନେକ ସୂତ୍ର କୁହାଯାଇଛି । ମଣିଷ ଜୀବନରେ ଏମିତି ବହୁତ ମଉକା ଆସିଥାଏ ଯେତେବେଳେ ସେ ଜଣାତରେ ବା ଅଜଣାତରେ ନିଜର କୌଣସି ଏମିତି କଥା ଅନ୍ୟକୁ କହିଥାନ୍ତି ଯିଏ ଭବିଷ୍ୟତରେ ଆମ ପାଇଁ ସଙ୍କଟ ସୃଷ୍ଟି କରିଥାଏ ।

ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଏମିତି ୪ ଟି କଥା କହିଛନ୍ତି ଯାହା କାହାକୁ ବି କହିବା କଥା ନୁହେଁ । ଯେଉଁ ଲୋକ ଏହି ପ୍ରକାରର କଥା ଅନ୍ୟ କାହାକୁ କହିଥାନ୍ତି ସେମାନଙ୍କ ଜୀବନରେ ସମସ୍ଯା ଉତ୍ପନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୪ ଟି କଥା ଯାହା କାହାକୁ ମଧ୍ୟ କହିବା କଥା ନୁହେଁ ।

୧. ଧନହାନି

ଯଦି ଆମ ଜୀବନରେ ଆର୍ଥିକ ସ୍ଥିତି ଖରାପ ଚାଲିଛି ତେବେ ଏହି କଥା କାହାକୁ କହିବା ଉଚିତ ନୁହେଁ । ଏହାର କାରଣ ହେଲା ଯେତେବେଳେ ଏହି କଥା କାହାକୁ ଜଣା ପଡିବ ତେବେ କୌଣସି ବି ବ୍ୟକ୍ତି ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସାହାର୍ଯ୍ୟ କରିବ ନାହିଁ । କାରଣ ଆଜି ମଧ୍ୟ ଆମ ସମାଜରେ ଗରିବ ବ୍ୟକ୍ତିକୁ ସହଜରେ ଆର୍ଥିକ ସାହାର୍ଯ୍ୟ ମିଳି ନଥାଏ ।

୨. ମନସନ୍ତାପ ବା ଦୁଃଖ କଥା

ଆମର ଦୁଃଖର କଥା କାହାକୁ ବି କହିବା କଥା ନୁହେଁ । ଯଦି ଆମେ ଆମର ଦୁଃଖ କଥା ଅନ୍ୟକୁ କହିବା ତେବେ ସେହି ଲୋକ ଆପଣଙ୍କର ଉପହାସ କରିବେ । ଯଦି ଏମିତି କାହା ସହିତ ହୋଇଥାଏ ତେବେ ତା’ର ଦୁଃଖ ଆହୁରି ବଢିଯାଇଥାଏ । ଅତଃ ଆମେ ନିଜର ଦୁଃଖ କଥା କାହା ଆଗରେ ପ୍ରକଟ କରିବା କଥା ନୁହେଁ ।

୩. ପତ୍ନୀ ସମ୍ବନ୍ଧୀୟ କଥା

ପତିଙ୍କୁ ନିଜ ଘର ପରିବାର ଝଗଡା, ସୁଖ ଦୁଃଖ ଆଦି କଥା ସମାଜରେ ପ୍ରକଟ କରିବା କଥା ନୁହେଁ । ଯେଉଁ ପୁରୁଷ ଏପରି କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ ।

୪. ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅପମାନ

ଯଦି କେବେ ବି ଆମ ସହିତ ଏପରି ହୋଇଥାଏ ତେବେ ଏହି ଘଟଣାକୁ କାହାକୁ କହିବା କଥା ନୁହେଁ । ଏହି କଥା ଅନ୍ୟମାନଙ୍କୁ ଜଣା ପଡିଲେ ସେମାନେ ବି ଆମର ଉପହାସ କରିବେ ଓ ଆମ ପ୍ରତିଷ୍ଠାରେ ହାନି ହେବ । ଏହି କାରଣରୁ ଆମକୁ ଏହି କଥା କାହାକୁ ବି କହିବା କଥା ନୁହେଁ କି ଆମର ଅପମାନ ହୋଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।