ତୁଳସୀଦାସ ନାରୀ ସହିତ ସମ୍ବନ୍ଧ ବିଷୟରେ ଏହି ଅତି ଗୋପନୀୟ କଥା କହିଛନ୍ତି, କଣ ଆପଣଙ୍କୁ ଜଣା ଅଛି ?

ଗୋସ୍ୱାମୀ ତୁଳସୀଦାସ (୧୫୧୧ – ୧୬୨୩) ଏକ ମହାନ କବି ଥିଲେ । ନିଜର ଜୀବନ କାଳ ମଧ୍ୟରେ ସେ ୧୨ଟି ଗ୍ରନ୍ଥ ଲେଖିଛନ୍ତି । ସେ ସଂସ୍କୃତରେ ବିଦ୍ଵାନ ହେବା ସହିତ ହିନ୍ଦୀ ଭାଷାରେ ପ୍ରସିଦ୍ଧ ଓ ସର୍ବଶ୍ରେଷ୍ଠ କବିମାନଙ୍କ ମଧ୍ୟରେ ଜଣେ ଥିଲେ । ତାଙ୍କୁ ମୂଳ ଆଦିକବି ରାମାୟଣର ରଚୟିତା ମହର୍ଷି ବାଲ୍ମୀକିଙ୍କର ଅବତାର ବୋଲି ବି କୁହାଯାଏ ।

କହିବାକୁ ଗଲେ ତୁଳସୀଦାସ ମନୁଷ୍ୟଙ୍କର ଜୀବନକୁ ଉତ୍ତମ କରିବା ପାଇଁ ନିଜର କିଛି ଦୋହା ମାଧ୍ୟମରେ କିଛି ସନ୍ଦେଶ ଦେଇଛନ୍ତି, ତାହା କଣ ଅଟେ ଆସନ୍ତୁ ଜାଣିବା :

ଧୀରଜ, ଧର୍ମ, ମିତ୍ର ଅରୁ ନାରୀ ।

ଆପଦ କାଲ ପରଖିଏ ଚାରୀ ।।

ଧୈର୍ଯ୍ୟ, ଧର୍ମ, ମିତ୍ର ଓ ପତ୍ନୀଙ୍କର ପରୀକ୍ଷା ଅତି ବିପତ୍ତି ସମୟରେ ହିଁ କରାଯାଇ ପାରେ । ମଣିଷର ଭଲ ସମୟରେ ତ ସମସ୍ତେ ତାହାର ସାଥ ଦେଇଥାଏ, କିନ୍ତୁ ଯେଉଁ ବ୍ୟକ୍ତି ଖରାପ ସମୟରେ ଆପଣଙ୍କ ସହିତ ରହିଥାଏ ସେହି ହିଁ ଉଚିତ ସାଥି ଅଟେ । ତା’ ଉପରେ ଆପଣଙ୍କୁ ସବୁଠୁ ଅଧିକ ବିଶ୍ଵାସ କରିବା ଉଚିତ ।

ଜନନୀ ସମ ଜାନହିଂ ପର ନାରୀ ।

ତିନ୍ହ କେ ମନ ଶୁଭ ସଦନ ତୁମ୍ହାରେ ।।

ଯେଉଁ ପୁରୁଷ ନିଜର ପତ୍ନୀଙ୍କ ଛଡା କୌଣସି ଅନ୍ୟ ସ୍ତ୍ରୀଙ୍କୁ ନିଜର ମା’ ସମାନ ଭାବିଥାଏ, ତାହାର ହୃଦୟରେ ଭଗବାନ ବାସ କରିଥାନ୍ତି । ଯେଉଁ ପୁରୁଷ ପର ସ୍ତ୍ରୀ ସହ ସମ୍ବନ୍ଧ ରଖିଥାଏ ସେ ପାପୀ ହୋଇଥାଏ, ତାଙ୍କ ପାଖରୁ ଇଶ୍ଵର ସବୁବେଳେ ଦୂରରେ ରହିଥାନ୍ତି ।

ମୂଢ଼ ତୋହି ଅତିସୟ ଅଭିମାନା ।

ନାରୀ ସିଖାବନ କରସି କାନା ।।

ଭଗବାନ ରାମ ସୁଗ୍ରୀବଙ୍କର ବଡ ଭାଇ ବାଳିଙ୍କ ସାମ୍ନାରେ ସ୍ତ୍ରୀର ସମ୍ମାନ ଆଦର କରି କହିଲେ କି, ଦୁଷ୍ଟ ବାଳି ତୁମେ ତ ଅଜ୍ଞାନ ପୁରୁଷ ଅଟ । ତୁମେ ଗର୍ବ କରି ନିଜର ବିଦ୍ଵାନ ପତ୍ନୀର କଥା ମାନିଲ ନାହିଁ ଓ ସେଥିପାଇଁ ତୁମେ ପରାଜୟ ହୋଇଗଲ । ଅର୍ଥାତ ଯଦି କେହି ଆପଣଙ୍କୁ ଭଲ କଥା କହୁଛି ତେବେ ନିଜର ଅଭିମାନକୁ ତ୍ୟାଗ କରି ତାକୁ ଶୁଣିବା ଉଚିତ, ଆପଣଙ୍କୁ ତାହା ଦ୍ଵାରା ଲାଭ ମିଳିଥାଏ ।

ସଚିବ ବୈଦ ଗୁରୁ ତୀନି ଜୌଂ ପ୍ରିୟ ବୋଲହିଂ ଭୟ ଆସ ।

ରାଜ ଧର୍ମ ତନ ତୀନି କର ହୋଇ ବେଗିହୀଂ ନାସ ।।

ତୁଳସୀଦାସ କୁହନ୍ତି କି ମନ୍ତ୍ରୀ, ବୈଦ୍ୟ ଓ ଗୁରୁ ଏହି ତିନି ଜଣ ଲୋକ ଯଦି ଡରରେ କିମ୍ବା ନିଜର ଲାଭ ପାଇଁ କାହା ସହିତ ପ୍ରିୟ କଥାବାର୍ତ୍ତ କରୁଛନ୍ତି ତେବେ ରାଜ୍ୟ, ଶରୀର ଓ ଧର୍ମ ଏହି ତିନୋଟିର ଜଲ୍ଦି ବିନାଶ ହୋଇଯାଏ, ମାନେ ଯାହାର ଯେଉଁ କର୍ମ ଅଟେ ତାକୁ ପୁରା ବିଶ୍ଵାସର ସହ କରିବା ଉଚିତ ନା କି ନିଜର ଲାଭ ପାଇଁ ।

ତୁଳସୀ ଦେଖି ସୁବେଷୁ ଭୂଲହିଂ ମୂଢ଼ ନ ଚତୁର ନ ସୁନ୍ଦର ।

କେକିହୀ ପେଖୁ ବଚନ ସୁଧା ସମ ଅସନ ଅହି ।।

ତୁଳସୀ ଦାସ କୁହନ୍ତି କି ସୁନ୍ଦର ଲୋକମାନଙ୍କୁ ଦେଖି ମୂର୍ଖ ଲୋକମାନେ ନୁହେଁ ଚାଲାକ ଲୋକମାନେ ବି ଧୋଖା ଖାଇ ଯାଆନ୍ତି । ସୁନ୍ଦର ମୟୂରକୁ ହିଁ ଦେଖି ନିଅନ୍ତୁ ତାହାର ସ୍ଵର ବହୁତ ମିଠା ଅଟେ । କିନ୍ତୁ ସେ ସାପର ସେବନ କରିଥାଏ । ଏହାର ଅର୍ଥ ସୁନ୍ଦରତା ପଛରେ ଦୌଡିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।