ନବରାତ୍ରିରେ ଏହି 4ଟି ରାଶି ରୁହନ୍ତୁ ସାବଧାନ ନହେଲେ … ଦେଖନ୍ତୁ ଆପଣଙ୍କ ରାଶି ଅଛି କି?

ନବରାତ୍ରିରେ ଏହି 4ଟି ରାଶି ରୁହନ୍ତୁ ସାବଧାନ ନହେଲେ

ହିନ୍ଦୁ ଧର୍ମରେ କୌଣସି କାର୍ଯ୍ୟ କରିବା ଆଗରୁ ପୂଜା ଅର୍ଚ୍ଚନା କରାଯାଏ। କୌଣସି ଏକ ଶୁଭ କାମ ଆରମ୍ଭ କରିବା ଆଗରୁ ବିଶେଷ ପୂଜା କରାଯାଏ। ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ଵ ଅଛି। କାହିଁକି ନା ଏହି ୯ଦିନ ମାଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଏ, ଯାହାକି ବହୁତ ନୀତି ନିୟମରେ ପାଳନ କରାଯାଏ। ନବରାତ୍ରିର ଆରମ୍ଭ ହୋଇସାରିଛି। ଏହି ନବରାତ୍ରିକୁ ଶାରଦୀୟ ନବରାତ୍ରି କୁହାଯାଏ।

ଏହି ଥର ଶାରଦୀୟ ନବରାତ୍ରି ୧୦ ଅକ୍ଟୋବର ରୁ ଆରମ୍ଭ ହୋଇ ୧୮ରରେ ସରିବ, ଓ ୧୯ ଅକ୍ଟୋବର ଦିନ ସମଗ୍ର ଦେଶରେ ଦଶହରା ପାଳନ କରାଯିବ। କିଛି ଲୋକ ଏହି ୯ ଦିନ ଉପବାସ ମଧ୍ୟ କରନ୍ତି। କିନ୍ତୁ ଏହି ସମୟରେ ଏହି ସବୁ ରାଶିର ବ୍ୟକ୍ତି ମାନଙ୍କୁ ଟିକେ ସଜାଗ ରହିବାର ଆବଶ୍ୟକତା ରହିଛି। ଚଲାନ୍ତୁ ଜାଣିବା ଏହା କେଉଁ କେଉଁ ରାଶି।

ସିଂହ ରାଶି-

ସବୁ ରାଶି ଭିତରେ ସିଂହ ରାଶିର ଲୋକ ମାନଙ୍କୁ ବହୁତ ସାବଧାନ ରହିବା ଦରକାର। ଯେଉଁ ମାନେ ଗାଡି ଚଲାଉଛନ୍ତି ସେମାନେ ଟିକେ ଅଧିକା ସତର୍କ ରହିବା ଦରକାର। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କୌଣସି ବ୍ୟକ୍ତିଙ୍କ ସହ ଝଗଡା କରନ୍ତୁ ନାହିଁ। ବାହାର ଲୋକଙ୍କଠାରୁ ଟିକେ ଦୂରେଇ ରୁହନ୍ତୁ। କାହିଁକି ନା ଏହି ନବରାତ୍ରି ସମୟରେ ଆପଣଙ୍କର ନିଜ ମିତ୍ରା ସହ ମଧ୍ୟ ଝଗଡା ହୋଇପାରେ, ଯଦି ଆପଣ ଚାକିରି କରିଛନ୍ତି ତେବେ ନିଜ ସହକର୍ମୀ ମାନଙ୍କ ସହ ଭଲରେ କଥା ବାର୍ତ୍ତା ହୁଅନ୍ତୁ। ନିଜ ଜୀବନ ସାଥିଙ୍କର ଅଧିକ ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି-

ଏହି ରାଶିର ବ୍ୟକ୍ତି ମା ଦୂର୍ଗାଙ୍କର ପୂଜା କରନ୍ତୁ। ଏହା ବ୍ଯତୀତ ଶନିବାର ଦିନ ଶନି ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରନ୍ତୁ। ଏହା କରିବା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହେବ। ପରିବାରରେ ହସ ଖୁସିର ବାତାବରଣ ରହିବ। କର୍ମ କରୁଥିଲେ କର୍ମ କ୍ଷେତ୍ରରେ ସମସ୍ତଙ୍କଠାରୁ ବଞ୍ଚିକି ରୁହନ୍ତୁ। ଭଲରେ କଥା ହୁଅନ୍ତୁ ଓ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ। କୌଣସି ନିର୍ଣ୍ଣୟ ନେବା ଆଗରୁ ଭାବନ୍ତୁ।

ମୀନ ରାଶି-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଏହି ଥର ମା ଦୂର୍ଗା ରାଗିଛନ୍ତି। ମା ଭଗବତୀଙ୍କୁ ପ୍ରଶନ୍ନ କରିବା ପାଇଁ ଘରେ ଦୀପ ଲଗାନ୍ତୁ। ଆପଣ ଉପବାସ ମଧ୍ୟ କରିପାରନ୍ତି। ଘରେ କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ। ଏହା ଦ୍ଵାରା ମା ଆପଙ୍କ ଉପରେ ରାଗି ପାରନ୍ତି। ଧୀରେ ଧୀରେ ଓ ଆରାମରେ କଥା ହୁଅନ୍ତୁ। କାହା ସହ ବଡ ପାଟିରେ କଥା ହୁଅନ୍ତୁ ନାହିଁ। ନବରାତ୍ରି ସମୟରେ ଘରର ସଫସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ମିଥୁନ ରାଶି-

ଏହି ରାଶି ପାଇଁ ଭଲ ଥିଲେ ମଧ୍ୟ କିଛି ଖରାପ ମଧ୍ୟ ରହିଛି। ନବରାତ୍ରି ସମୟରେ ଘରେ ଦୀପ ଲଗାନ୍ତୁ। ବ୍ୟବସାୟୀ ମାନଙ୍କ ପାଇଁ ଏହି ନବରାତ୍ରି ଏତେ ଭଲ ଫଳ ଦେବା ନାହିଁ। କୌଣସି ପ୍ରାକାର ଅର୍ଥ ବିନିଯୋଗ କରନ୍ତୁ ନାହିଁ। ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ଯା ଦେଖା ଦେଇ ପାରେ।

 

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ