ଏହା ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ଫଳ, ଡାଇବେଟିସ, ମୋଟାପା ଭଳି 5 ଟି ରୋଗର ବଡ ଶତୃ  

ପ୍ରକୃତି ଆମ ମଣିଷଙ୍କୁ ଉପହାର ରୂପରେ ଏମିତି ବହୁତ ଫଳ ଓ ପରିବା ଦେଇଛି ଯାହାକୁ ସେବନ କରି ଆମେ ବହୁତ ରୋଗରୁ ମୁକ୍ତି ପାଇ ପାରିବା । ଅଧିକାଂଶ ସବୁ ଫଳ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ଏକ ଫଳ ବିଷୟରେ ଜଣାଇବୁ ଯିଏ ଡାଇବେଟିସ, ମୋଟାପା ଭଳି 5 ଟି ରୋଗର ଶତୃ ଅଟେ ।

ଏହି ଫଳ ଏହି ସବୁ ରୋଗକୁ ମୂଳରୁ ଭଲ କରିଦେଇଥାଏ । ଡାଇବେଟିସ, ମୋଟା ହୋଇଯିବା, ହେପାଟାଇଟିସ, ପାଚନ, ହାର୍ଟ ଡିଜିଜ ଭଳି ରୋଗକୁ ଦୂର କରିବା ବହୁତ କଷ୍ଟ ହୋଇଥାଏ । ଆୟୁର୍ବେଦ ଆନୁସାରେ ଏହି ସବୁ ରୋଗ ଗମ୍ଭୀର ଅଟେ କିନ୍ତୁ ଆମେ ଯେଉଁ ଫଳ ବିଷୟରେ ଜଣାଇବୁ ତାହାକୁ ଏହି ସବୁ ରୋଗର କାଳ ବୋଲି କୁହାଯାଏ ।

ଆମେ ଯେଉଁ ଫଳ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାହା ଆଲୁବୁଖାରା ବା ପ୍ଲମ ଅଟେ । ଏହି ଫଳ ଏକ ମୌସୁମୀ ଫଳ ହୋଇଥାଏ ଯିଏ ଖରା ଦିନେ ମିଳିଥାଏ । ଏହା ଟମାଟର ଭଳି ଦେଖା ଯାଇଥାଏ । ଏହାର ରଙ୍ଗ ମେରୁନ ହୋଇଥାଏ ଓ ଏହାର ସ୍ଵାଦ ଖଟା ମିଠା ହୋଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ବହୁତ ଲାଭକାରୀ ଅଟେ । ଏଥିରେ ବହୁତ ପୋଷକ ତତ୍ତ୍ଵ ଥାଏ ଯିଏ ବହୁତ ପ୍ରକାରର ରୋଗରୁ ଆମକୁ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଏହି ଫଳର ସେବନରେ କଣ କଣ ରୋଗ ଭଲ ହୋଇଥାଏ ତାହା ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବା ପ୍ଲମ ଆମକୁ କେଉଁ କେଉଁ ରୋଗରୁ ବଞ୍ଚାଇଥାଏ

ଓଜନ କମାଇଥାଏ

ଯଦି ଆପଣ ପ୍ଲମ ର ସେବନ କରନ୍ତି ଏଥିରୁ ଆପଣଙ୍କର ଓଜନ ବି କମ ହୋଇଥାଏ କାରଣ ଏଥିରୁ ହାଇଫାଇବର ମିଳିଥାଏ ଯିଏ ପାଚନ କ୍ରିୟା କୁ ଠିକ ରଖିଥାଏ । ଏକ ରିସର୍ଚରୁ ଜଣା ପଡିଛି କି 6 ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ଖାଇବା ଦ୍ଵାରା 1 କିଲୋ ଓଜନ କମ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଜଲ୍ଦି ଭୋକ ଲାଗି ନଥାଏ ଓ ଯାହା କାରଣରୁ ଓଜନ କମ କରିବାରେ ଆମକୁ ସହାୟତା ମିଳିଥାଏ ।

ହାଇପରଟେନ୍ସନ

ଯଦି ଶୁଖିଲା ପ୍ଲମ କୁ ପାଣିରେ ଭିଜାଇ ଖିଆଯାଏ ତେବେ ଏହାର ଗୋଟିଏ ଥର ସେବନ ଦ୍ଵାରା ବ୍ଲଡ ପ୍ରେସର କଣ୍ଟ୍ରୋଲ ହୋଇ ଯାଇଥାଏ କାରଣ ଏଥିରେ ହାଇ ପୋଟାସିୟମ ମାତ୍ରା ଅଧିକ ଥାଏ ଯିଏ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ହେପାଟାଇଟିସ

ପ୍ଲମ ରେ ଅଧିକ ମାତ୍ରାରେ ଫାଇବାର ଥାଏ ଯିଏ ଲିଭର ଡିସଅର୍ଡର ର ଚିକିଶ୍ଚାରେ ସହାୟତା କରିଥାଏ । ଯଦି 8 ସପ୍ତାହ ପର୍ଯ୍ୟନ୍ତ ପ୍ଲମ କୁ ପାଣିରେ ଭିଯାଇ ଖାଇବେ ତେବେ ଏଥିରୁ ଲିଭର ରୋଗରୁ ମୁକ୍ତି ମିଳିଥାଏ ।

ପାଚନ କ୍ରିୟା କରେ ମଝବୁତ

ଯେଉଁ ବ୍ୟକ୍ତିଙ୍କୁ କବ୍ଜ ବା ଖରାପ ପାଚନ ର ସମସ୍ୟା ରହିଥାଏ ତାଙ୍କ ପାଇଁ ପ୍ଲମର ସେବନ ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣ ପ୍ଲମ ର ସେବନ କରନ୍ତି ତେବେ ଏହା ବଡ ଅନ୍ତରେ ଜରୁରୀ ବ୍ୟାକ୍ଟେରିଆ ବଢାଇ ଥାଏ  ଯାହା ଦ୍ଵାରା ପାଚନ ଶକ୍ତି ମଝବୁତ ହୋଇଥାଏ ।

ହାର୍ଟ ପାଇଁ ଲାଭକାରୀ

ଯଦି ଆପଣ ଶୁଖିଲା ପ୍ଲମ ର ସେବନ କରନ୍ତି ତେବେ ଏଥିରେ ଥିବା ଫାଇବାର ହାର୍ଟ ଡିଜିଜରୁ ବଞ୍ଚାଇଥାଏ ।

ଆଶା କରୁଛୁ ଆମର ଏହି ସୂଚନା ଆପଣଙ୍କୁ ପସନ୍ଦ ଆସିଥିବ । ଏହାକୁ ଅନ୍ୟ ମାନଙ୍କ ସହିତ ସେୟାର କରନ୍ତୁ ଓ ନିରୋଗୀ ରୁହନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ଯାହା ଦ୍ଵାରା ଆମେ ଆପଣଙ୍କ ପାଖରେ ଆହୁରି ଅନେକ ହେଲ୍ଥ ଟିପ୍ସ ପହଞ୍ଚାଇ ପାରିବୁ ।