ଯେତେବେଳ ପର୍ଯ୍ୟନ୍ତ ଏହି ଖରାପ କାମ ଛାଡି ନାହାନ୍ତି, ଶିବଲିଙ୍ଗରେ ଯେତେ ପାଣି ଢାଳିଲେବି ଭଗବାନ ଶିବ ହେବେ ନାହିଁ ପ୍ରସନ୍ନ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକ ଭଗବାନ ଶିବଙ୍କୁ ପୂଜା କରନ୍ତି । ଭାରତରେ ସବୁଠାରୁ ଅଧିକ ମନ୍ଦିର ଭଗବାନ ଶିବଙ୍କର ରହିଛି । ଭକ୍ତମାନେ ଭଗବାନ ଶିବଙ୍କ ଆରାଧନା ନିଷ୍ଠା ଓ ଆସ୍ଥାର ସହ କରନ୍ତି । ଯେଉଁମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ନିଅନ୍ତି ସେମାନଙ୍କ ଜୀବନରେ କୌଣସି ଅସୁବିଧା ହୋଇନଥାଏ । ହେଲେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ମଧ୍ୟ ବହୁତ କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କର୍ମ ବିଷୟରେ କହିବୁ ଯାହାକୁ କରିଲେ ଭଗବାନ ଶିବ କୌଣସି ଉପାୟରେ ପ୍ରସନ୍ନ ହେବେ ନାହିଁ । ତେଣୁ ଏହି ସବୁ ଖରାପ କର୍ମ ଠାରୁ ଆପଣ ଦୂରେଇ ରୁହନ୍ତୁ, ତେବେ ଆସନ୍ତୁ ଜାଣିବା ଏହି ସବୁ କର୍ମ ବିଷୟରେ ।

ପ୍ରଥମ ଖରାପ କର୍ମ-

ଯେଉଁ ବ୍ୟକ୍ତି ଅନ୍ୟ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରିଥାଏ, ସେମାନଙ୍କ ଭାଗ୍ୟରେ ଭଗବାନ ଶିବଙ୍କ ଆଶୀର୍ବାଦ ନଥାଏ । କାରଣ ଭଗବାନ ଶିବ ପଶୁ ପକ୍ଷୀ ଆଦି ପ୍ରାଣୀମାନଙ୍କୁ ବହୁତ ପସନ୍ଦ କରନ୍ତି । ଖାସ କରି ଗାଈକୁ ଯେଉଁ ପ୍ରାଣୀ ହଇରାଣ କରେ ବା ଅତ୍ୟାଚାର କରେ ସେମାନଙ୍କ ଭାଗ୍ୟରେ ଭଗବାନ ଶିବଙ୍କ ଆଶୀର୍ବାଦ ନଥାଏ । ସେମାନେ ଯେତେ ଯାହା କଲେ ମଧ୍ୟ ତାଙ୍କର ଏହି ଖରାପ କର୍ମ ପାଇଁ ଭଗବାନ ଶିବ କେବେବି ପ୍ରସନ୍ନ ହୁଅନ୍ତି ନାହିଁ ।

ଦ୍ଵିତୀୟ ଖରାପ କର୍ମ-

ଶିବ ମନ୍ଦିରକୁ ପ୍ରବେଶ କରିବା ପରେ ଯେଉଁ ବ୍ୟକ୍ତିର ମନରେ ଅନ୍ୟ ପ୍ରତି ଖରାପ ଚିନ୍ତା ଧାରା ଆସେ, ସେମାନଙ୍କୁ ଭଗବାନ ଶିବ ପସନ୍ଦ କରନ୍ତି ନାହିଁ । ତେଣୁ ମନ୍ଦିରରେ ପ୍ରବେଶ କରିବା ପରେ କାହାକୁ ଖରାପ ନଜରରେ ଦେଖିବା, ମନରେ କ୍ରୋଧ, ହିଂସା ଓ ଅହଂକାର ଭାବନା ଆଦି ଆଣନ୍ତୁ ନାହିଁ ।

ତୃତୀୟ ଖରାପ କର୍ମ-

ବୃଦ୍ଧ ଲୋକ, ପିଲା ଓ ମହିଳାମାନଙ୍କୁ ଅତ୍ୟାଚାର କରୁଥିବା ଲୋକମାନଙ୍କ ଭାଗ୍ୟରେ ଭଗବାନ ଶିବଙ୍କ ଆଶୀର୍ବାଦ ନଥାଏ । ସେଥିପାଇଁ ଆପଣ ଏହି ସବୁ ଖରାପ କର୍ମ ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣଙ୍କ ମନରେ ଏହି ପରି ଚିନ୍ତା ଧାରା ସୃଷ୍ଟି ହେଉଛି, ତେବେ ନିଜ ମନକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ । ନହଲେ ଆପଣ ଯେତେ ଯାହା କରିଲେ ମଧ୍ୟ ଭଗବାନ ଶିବଙ୍କ ଆଶୀର୍ବାଦ ପାଇ ପାରିବେ ନାହିଁ ।