କଣ ଝାଳ କାରଣରୁ ଆପଣଙ୍କ ବସ୍ତ୍ରରେ ବି ହେଇଯାଉଛି ଏମିତି ଧଳା ଦାଗ, ତେବେ ଜରୁର ପଢନ୍ତୁ ଏହି ଖବର

ଗରମ ଦିନ ରେ ଝାଳ ଆସିବାର ସାଧାରଣ କଥା ଅଟେ ଏବଂ ଏହା ସମସ୍ତଙ୍କ ସହ ହୋଇଥାଏ । ବେଶୀ ଖରା କାରଣରୁ ଶରୀରର ରେ ସ୍ଥିତ ଦ୍ରବ୍ୟ ଝାଳ ରୂପରେ ବାହାରକୁ ଆସିଥାଏ । ଆପଣ ଦେଖିଥିବେ ବେଶୀ ଝାଳ ଆସୁଥିବା ମଣିଷର କପଡାରେ କିଛି ଧଳା ଦାଗ ହୋଇ ଯାଇଥାଏ ଏବଂ ଯେତେବେଳେ କପଡା ଧୋଇ ହୋଇଯାଏ ସେହି ଦାଗ ପଳେଇ ଯାଇଥାଏ । ଏହା ଏଥିପାଇଁ କି ଆମ ଶରୀରରେ ବାହାରୁଥିବା ଝାଳରେ କିଛି ମାତ୍ରାରେ ଲୁଣ ଥାଏ । ଯାହାଦ୍ଵାରା ଝାଳ ଶୁଖିବାଦ୍ଵାରା ଏହାର ଧଳା ଦାଗ ରହି ଯାଇଥାଏ । ବେଳେ ବେଳେ ଏହି ଦାଗ ଛାଡେ ନାହିଁ । ଆଜି ଆମେ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣମାନେ ଏହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

୧. ଲୁଣ ହଟାଇ ଥାଏ ଏହି ଦାଗ

ଗୋଟିଏ କପ ଉଷୁମ ପାଣିରେ ଗୋଟିଏ ଚାମଚ ଲୁଣ ପକାଇ ଝାଳ ଲାଗିଥିବା ଦାଗ ଉପରେ ଲଗାନ୍ତୁ ଏବଂ ବ୍ରଶ କିମ୍ବା ହାତରେ ଆସ୍ତେ ଆସ୍ତେ ରଗଡନ୍ତୁ । ଦାଗଟି ଧୀରେ ଧୀରେ ଛାଡିଯିବ ଏବଂ ଯଦି ମଦ କପଡାରେ ବି ପଡିଯାଏ ତେବେ ଆପଣ କପଡାରେ ଲୁଣ ଲଗାଇ କିଛି ସମୟ ଛାଡି ଦିଅନ୍ତୁ ଏବଂ ଧୋଇବା ଦ୍ଵାରା ଏହି ଦାଗ ଚାଲିଯାଏ ।

୨. ଭିନେଗାର

ଝାଳର ଦାଗ ଗୁଡିକୁ ଦୂର କରିବା ପାଇଁ କପଡାରେ ଝାଳ ଲାଗିଥିବା ସ୍ଥାନରେ ଭିନେଗାର ପକାଇଦିଅନ୍ତୁ, ଧୀରେ ଧୀରେ ରଗଡନ୍ତୁ ଏବଂ କପଡାକୁ ଧୋଇଦିଅନ୍ତୁ । ଏହା ଦ୍ଵାରା ଆପଣ ଡିୟୋଡ୍ରେଂଟ ର ଦାଗକୁ ବି ଦୂର କରି ପାରିବେ ।

୩. ଲେମ୍ବୁ କିମ୍ବା ସୋଢା

କପଡାକୁ ଲେମ୍ବୁ କିମ୍ବା ସୋଢାରେ ୧୦ ମିନିଟ ପର୍ଯ୍ୟନ୍ତ ଓଦା କରି ରଖନ୍ତୁ ଏହା ପରେ ଧୋଇଦିଅନ୍ତୁ । ଏହା ଦ୍ଵାରା ଆପଣ କେତେ ପ୍ରକାର ଦାଗକୁ ବି ଛଡାଇ ପାରିବେ ଏବଂ ଭଲ ସୁଗନ୍ଧ ବି ଆସିବ ।

୪. ଫିଟିକିରି

ବେଶୀ ଝାଳ ନ ଆସିବା ପାଇଁ ଆପଣ ବଞ୍ଚିବା ପାଇଁ ଫିଟିକିରିକୁ ଓଦା କରି ଶରୀରର କେତେକ ଜାଗାରେ ଲଗାନ୍ତୁ । ଏହାଦ୍ଵାରା ଝାଳ ବୋହିବା କମ ହୋଇଯିବ । ଯଦି ଆପଣଙ୍କର କପଡାରେ ଝାଳ ଯୋଗୁ ଧଳା ଦାଗ ଲାଗିଯାଇଛି ତେବେ ଆପଣ ଏହାକୁ ଫିଟିକିରି ଦ୍ଵାରା ସଫା କରି ପାରିବେ । ଶରୀରର ଝାଳ ଏବଂ ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ଆପଣ ଏଂଟୀ-ପ୍ରସ୍ପେରେଂଟ ଲୋଶନ କିମ୍ବା ପାଉଡର ଲଗାନ୍ତୁ । ପ୍ରାୟତଃ ସ୍ନାନ କରନ୍ତୁ ।