EDଙ୍କ ଅଫିସରେ ପହଞ୍ଚିଲେ ରିୟା ନିଜ ଭାଇ ସହିତ , ଚାଲିଛି ଏହି ସ୍ବାଉ କଥାକୁ ନେଇ ପଚରା ଉଚରା

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ଦିନକୁ ଦିନ ସାମ୍ନାକୁ ଆସୁଚି ନୂଆ ତଥ୍ୟ । ସୁଶାନ୍ତ ଙ୍କ କେଶ୍ କୁ CBI ନିଜ ହାତକୁ ନେଇ ସାରିଛି । ED ଏହି ମାମଲାରେ ଆଜି(ସୋମବାର) ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାଙ୍କୁ ପୁଣି ଥରେ ଡକାଇଛନ୍ତି । ରିୟା ଙ୍କୁ ED ଙ୍କ ନୂଆ ପ୍ରକ୍ରିୟାରେ ପଚରା ଉଚରା ଆରମ୍ଭ ହେଇ ସାରିଛି ।

ରିୟା ନିଜ ପିତା ଏବଂ ଭାଇ ଙ୍କ ସହିତ EDଙ୍କ ଅଫିସ୍ ରେ ପହଞ୍ଚି ସାରିଛନ୍ତି । ଏଥି ମଧ୍ୟରେ ରିୟା ଙ୍କୁ ସୁଶାନ୍ତ ଙ୍କ ଟଙ୍କା ପଇସା ଉପରେ ପ୍ରଶ୍ନ କରାଯିବ । ED ରିୟାଙ୍କୁ ନିଜର ଖର୍ଚ୍ଚ ର ପ୍ରୁଫ ଦେବାପାଇଁ ଡକ୍ୟୁମେଣ୍ଟ ମଧ୍ୟ୍ୟ ମାଗିଛନ୍ତି । ଏପଟେ ସୁଶାନ୍ତ ଙ୍କ ପୂର୍ବ ମ୍ୟାନେଜର୍ ସୃତି ମୋଦି ବି ED ଙ୍କ ଅଫିସ୍ ରେ ହାଜର ହେଇଛନ୍ତି । ତାଙ୍କୁ ମଧ୍ୟ୍ୟ ED ଙ୍କ ଦ୍ଵାରା ଯାଞ୍ଚ୍ କରାଯିବ ।

୨ ବର୍ଷ ର ଇନଭେସ୍ଟମେଣ୍ଟକୁ ନେଇ ହେବ ତଦନ୍ତ:-

ଏହା ପୂର୍ବରୁ ମଧ୍ୟ୍ୟ ୭ ଅଗଷ୍ଟ ରେ ରିୟା ଙ୍କୁ ୮ ଘଣ୍ଟା ପଚରା ଉଚରା କରିଥିଲେ ED । ପୂର୍ବ ଥର ରିୟା ନିଜର ସହମତି ଦେଖାଇ ନଥିଲେ ବୋଲି ଖବର ମିଳିଛି । ସେ ସବୁ ପ୍ରଶ୍ନ ର ନା ହି ଠିକ୍ ସେ ଉତ୍ତର ଦେଇଥିଲେ ନା ହି ନିଜର ଖର୍ଚ୍ଚ ର କିଛି ସଠିକ୍ ତଥ୍ୟ ଦେଇଥିଲେ । ଆଜି ED ରିୟା ଙ୍କ ୨ ବର୍ଷ ର ଇନଭେଷ୍ଟମେଣ୍ଟ କୁ ନେଇ ପ୍ରଶ୍ନ କରିବେ । ED ଙ୍କୁ ଲାଗୁଛି କି ରିୟା ଙ୍କ କିଛି ଏମିତି ଇନଭେଷ୍ଟମେଣ୍ଟ ଅଛି ଯାହାର ଖବର ଯାଞ୍ଚ୍ ଏଜେନ୍ସି ଙ୍କୁ ଦିଆ ଯାଇ ନାହିଁ । ରିୟା ଙ୍କୁ ତାଙ୍କର ପ୍ରପର୍ଟୀ ବିଷୟରେ ମଧ୍ୟ୍ୟ ପଚରା ଯିବ ।

ଏହି ସବୁକୁ ନେଇ କି ମଧ୍ୟ୍ୟ କରିପାରନ୍ତି ପ୍ରଶ୍ନ:-

ଖବର ମିଳିଥିଲା କି ରିୟା ଙ୍କ ମାସିକ ରୋଜଗାର ୧୦ ରୁ ୧୫ ଲକ୍ଷ କିନ୍ତୁ ରିୟା ଙ୍କ ପାଖରେ ଅଛି କୋଟି କୋଟି ଟଙ୍କାର ପ୍ରପର୍ଟି ତେବେ ଅଟେ ଟଙ୍କା ଆସିଲା କେଉଁଠୁ, କଣ୍ ରିୟା କରିଛନ୍ତି ସୁଶାନ୍ତ ଙ୍କ ପଇସା ହଡ଼ପ ? ୮ ବର୍ଷରେ ୭ ଟି ଫ୍ଲପ ଫିଲ୍ମ୍ କିନ୍ତୁ ଅଛି କୋଟି କୋଟି ଟଙ୍କାର ସମ୍ପତି ।

ଏହି ବିଷୟରେ ମଧ୍ୟ୍ୟ ପଚରା ଉଚରା କରାଯିବାର ସମ୍ଭାବନା ଅଛି । ରିୟା ଙ୍କୁ ସୁଶାନ୍ତ ଙ୍କ ୨ ଟି କମ୍ପାନୀ ବିଷୟରେ ବି ପଚରା ଯିବ ଯାହାର ଡିରେକ୍ଟର ରିୟା ଙ୍କ ଭାଇ ଶୋବିକ ଅଟନ୍ତି । ଗତ ଶୁକ୍ରବାର ଦିନ ମଧ୍ୟ ED ରିୟା ଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ରିୟା ନିଜର ସହମତି ଦେଇନଥିଲେ ।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ କି ସୁଶାନ୍ତ ଙ୍କ ପିତା ୨୫ ଜୁଲାଇ ରେ ପାଟନା ରେ ରିୟା ଙ୍କ ବିରୋଧରେ କେଶ୍ ଫାଇଲ କରିଥିଲେ ଯାହାକି ଏବେ CBI ଙ୍କ ହାତରେ ଅଛି । ରିୟା ଏବଂ ତାଙ୍କ ପରିବାର ସୁଶାନ୍ତ ଙ୍କୁ ଧମକାଇବା, ମାନସିକ ଚିନ୍ତା ଦେବା ଏବଂ ବିଭିନ୍ନ ବ୍ୟାଙ୍କ୍ ଖାତରୁ ୧୫ କୋଟି ଟଙ୍କାର ହେରାଫେରି କରିଥିବା ଅଭିଯୋଗ ଦେଇଛନ୍ତି ସୁଶାନ୍ତ ଙ୍କ ପିତା । ସୁଶାନ୍ତ ଙ୍କ ବ୍ୟାଙ୍କ୍ ଡିଟେଲସ୍ ରୁ ଜଣା ପଡ଼ିଛି କି ରିୟା ୪, ୫ ଥର ପୂଜା, ଦାନ ଦକ୍ଷିଣା ପାଇଁ ସୁଶାନ୍ତ ଙ୍କ ଆକାଉଣ୍ଟ୍ ରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।