ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ସରଳ ଉପାୟ, ପୁରା ହେବ ସବୁ ଇଚ୍ଛା

ଭାଦ୍ର କୃଷ୍ଣ ପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ହେଇଥିଲା । ପ୍ରତ୍ୟେକ୍ ବର୍ଷ ଏହି ଦିନ କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଜନ୍ମାଷ୍ଟମୀରେ ଲୋକ ଭଗବାନ କୃଷ୍ଣ ଙ୍କ ବ୍ରତ ରଖନ୍ତି ଏବଂ ଶ୍ରୀକୃଷ୍ଣ ଙ୍କ ବାଲ୍ୟ ବେଶ କୁ ପୂଜା କରନ୍ତି । ଜନ୍ମାଷ୍ଟମୀରେ ଯଦି ଭଲ ମନରେ ଶ୍ରୀକୃଷ୍ଣ ଙ୍କୁ ପୂଜା କରାଯାଏ ତେବେ ଭଗବାନ ଖୁସି ହୋଇ ନିଜ ଭକ୍ତ ମାନଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କୁ ଖୁସି କରିବା ବହୁତ୍ ସହଜ, ତଳେ କୁହା ଯାଇଥିବା ଉପାୟ ରୁ ଆପଣ ବହୁତ୍ ସହଜ ଭାବେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଖୁସି କରି ପାରିବେ । ତେବେ ଚାଲନ୍ତୁ ଜାଣିବା ।

ଏହି ପରି କରନ୍ତୁ ସ୍ନାନ

ଜନ୍ମାଷ୍ଟମୀ ଦିନ ଗାଧୁଆ ପାଣିରେ କଳା ରାଶି ପକାନ୍ତୁ ଏବଂ ଏହି ପାଣିରେ ଗାଧାନ୍ତୁ । ଏହି ପାଣିରେ ଗାଧୋଇଲେ ସବୁ ପାପରୁ ମୁକ୍ତି ମିଳିଥାଏ । ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀରେ ଏହି ପାଣିରେ ଗାଧୋଇବା ସବୁଠୁ ବଢିଆ ଅଟେ । ସେଥିପାଇଁ ଆପଣ ଜନ୍ମାଷ୍ଟମୀ ଦିନ ଏହି ପାଣିରେ ନିଶ୍ଚୟ ଗାଧାନ୍ତୁ ।

ନୂଆ ବସ୍ତ୍ର ପିନ୍ଧନ୍ତୁ

ଜନ୍ମାଷ୍ଟମୀ ଦିନ ଗାଧୋଇ ସାରିବା ପରେ ନୂଆ ବସ୍ତ୍ର ପିନ୍ଧନ୍ତୁ । ଏହି ଦିନ ହଳଦିଆ ରଙ୍ଗ ପିନ୍ଧିବା ଶୁଭ ମାନା ଯାଏ । ହଳଦିଆ ରଙ୍ଗ ଛଡା ଆପଣ ନାଲି ରଙ୍ଗ ର କପଡା ମଧ୍ୟ ପିନ୍ଧିପରିବେ ।

ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ:-

ନୂଆ ବସ୍ତ୍ର ପିନ୍ଧିବା ପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ମନ ଧ୍ୟାନ ଦେଇ ପୂଜା କରନ୍ତୁ ଏବଂ ଶ୍ରୀକୃଷ୍ଣ ଙ୍କୁ ସ୍ମରଣ କରନ୍ତୁ । ଶାସ୍ତ୍ରରେ ୧୬ ବିଧିରେ ଶ୍ରୀକୃଷ୍ଣ ଙ୍କୁ ପୂଜା କରିବା ପାଇଁ କୁହା ଯାଇଛି ଏବଂ ଏହି ୧୬ ବିଧିରେ ଆପଣ ଭଗବାନ ଙ୍କୁ ସ୍ଥାପନା କରନ୍ତୁ ।

କୃଷ୍ଣଙ୍କ ନାମ ଜପ କରନ୍ତୁ:-

ଜନ୍ମାଷ୍ଟମୀରେ ଭଗବାନ ଙ୍କ ପାଇଁ ବ୍ରତ ରଖିବା ସହିତ ଶ୍ରୀକୃଷ୍ଣ ଙ୍କୁ ଜପ କରନ୍ତୁ । ଏହି ଦିନ ଶ୍ରୀକୃଷ୍ଣ ଙ୍କ ସହିତ ଶ୍ରୀ ବିଷ୍ଣୁ ଙ୍କୁ ମଧ୍ୟ ପୂଜା କରନ୍ତୁ, କାରଣ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କ ଅବତାର ଅଟନ୍ତି ।

ରାତିରେ କରନ୍ତୁ ଶ୍ରୀକୃଷ୍ଣ ଙ୍କ ଜନ୍ମ:-

କୃଷ୍ଣ ଙ୍କ ଜନ୍ମ ରାତିରେ ୧୨ ଟାରେ ହେଇଥିଲା । ସେଥିପାଇଁ ସବୁ ମନ୍ଦିରରେ ରାତି ୧୨ ଟାରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ପାଳନ କରାଯାଏ ଏବଂ ଶ୍ରୀକୃଷ୍ଣ ଙ୍କ ବାଲ୍ୟ ରୂପ କୁ ପୂଜା କରାଯାଏ । ଆପଣ ନିଜ ଘରେ ମଧ୍ୟ ରାତି ୧୨ ଟାରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ପାଳନ କରନ୍ତୁ । କୃଷ୍ଣ ଙ୍କ ବାଲ୍ୟ ରୂପ କୁ ଜଳାଭିଷେକ କରନ୍ତୁ ଏବଂ ପଞ୍ଚା ମୃତରେ ଭଗବାନ ଙ୍କ ମୂର୍ତ୍ତି କୁ ସ୍ନାନ କରାନ୍ତୁ । ଶାସ୍ତ୍ର ଅନୁସାରେ ଯଦି ଏହି ଦିନ କୌଣସି ଦମ୍ପତି ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରନ୍ତି ତେବେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହୁଏ । କୃଷ୍ଣ ଜନ୍ମ ସମୟରେ ଶଙ୍ଖ, ଘଣ୍ଟି ବଜାଇ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିନ ପାଳନ କରନ୍ତୁ ।

ପ୍ରସାଦ ନିଶ୍ଚୟ ଲଗାନ୍ତୁ:-

କୃଷ୍ଣ ଙ୍କ ଜଳାଭିଷେକ ପରେ ଆପଣ ଲହୁଣୀ ଏବଂ କ୍ଷୀରୀ ନିଶ୍ଚୟ ଭୋଗ ଲଗାନ୍ତୁ ଏବଂ ଆର ଦିନ ସକାଳେ ପୂଜା କରିବା ପରେ ନିଜ ବ୍ରତ ଭାଙ୍ଗନ୍ତୁ । ଆପଣ ମନ୍ଦିର ଯାଇକି ଦାନ ଦକ୍ଷିଣା କରି ମଧ୍ୟ ନିଜ ବ୍ରତ ଭାଙ୍ଗି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।