Sumit ବାପାଙ୍କ ଅଭିଯୋଗ କ୍ରମେ Tapaswini ଙ୍କୁ ନୋଟିସ ପଠାଇଲେ ମାନ୍ୟବର ହାଇକୋର୍ଟ ! ଏବେ କଣ କରିବେ Tapaswini ?

ବ୍ରହ୍ମପୁରର ଚର୍ଚ୍ଚିତ ବୋହୂ ତପସ୍ଵିନୀ ଦାସଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଉତ୍ତ୍ୟକ୍ତ ଜନତା ଡାକ୍ତର ସୁମିତ ସାହୁଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ତପସ୍ଵିନୀଙ୍କୁ ଘରେ ପ୍ରବେଶ କରାଇଥିଲେ । ହେଲେ ଏହି ମାମଲା ଏବେ ଥାନା ଦେଇ କଚେରୀକୁ ପହଞ୍ଚି ଯାଇଛି । ଆଉ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି । ସେଦିନ କେଉଁ ପରିସ୍ଥିତିରେ ଓ କେମିତି ଏଭଳି ଘଟିଲା ତା’ର ଟିକିନିଖି ଘଟଣା ଉପରେ ରହିଛି ହାଇକୋର୍ଟଙ୍କ ନଜର ।

ଏହି ଘଟଣା ପରେ ନିଜକୁ ଅସୁରକ୍ଷିତ ମନେ କରୁଥିବା ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ଏମିତିକି ତଳ କୋର୍ଟର ନିଷ୍ପତ୍ତିକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଡାକ୍ତର ସୁମିତ । ବଡ କଥା ହେଉଛି ଘର ଫାଟକ ଭାବି ସୁମିତଙ୍କ ଘରେ ପ୍ରବେଶ କରିବା ମାମଲାରେ ତପସ୍ଵିନୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ମାନ୍ୟବର କୋର୍ଟ । ଆସନ୍ତା ୮ ତାରିଖ ଭିତରେ ଏହି ଘଟଣାକୁ ନେଇ ନିଜର ପକ୍ଷ ରଖିବାକୁ କୁହାଯାଇଛି ।

ଅନେକ ମହିଳା ଏକତ୍ରିତ ହୋଇ ହୋହାଲ୍ଲା କରି ପୋଲିସଙ୍କ ଉପସ୍ଥିତିରେ ସୁମିତଙ୍କ ଘରର ଫାଟକକୁ ଭାଙ୍ଗି ତପସ୍ଵିନୀଙ୍କୁ ବାରଣ୍ଡାରେ ପ୍ରବେଶ କରାଇଥିଲେ । ଯାହାକୁ ମିଡିଆ ସାମ୍ନାରେ ଏବଂ ସିସିଟିଭି ଫୁଟେଜରେ ମଧ୍ୟ କଏଦ ହୋଇଥିଲା । ଏହାକୁ ନେଇ ପୋଲିସ ଥାନାରେ ମଧ୍ୟ ମାମଲା ରୁଜୁ କରିଥିଲେ ସୁମିତଙ୍କ ବାପା । କିନ୍ତୁ ଏହାପରେ ମଧ୍ୟ ପୋଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।

ଯେଉଁଥି ପାଇଁ ସୁମିତଙ୍କ ପରିବାର ଏସପିଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ଏସପି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନେ ବାଧ୍ୟ ହୋଇ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଏକ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ହାଇକୋର୍ଟ ତପସ୍ଵିନୀ ଏବଂ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରିବା ସହ ୮ ତାରିଖ ଦିନ ତାଙ୍କ ପକ୍ଷ ରଖିବାକୁ ନୋଟିସ ଦେଇଛନ୍ତି ।

ଡାକ୍ତର ସୁମିତଙ୍କ ଘରର ଫାଟକ ଭାଙ୍ଗିବା ପାଇଁ କେବଳ କିଛି ବ୍ରହ୍ମପୁର ବାସିନ୍ଦା ସାମିଲ ଥିଲେ ନା ଏଭଳି କିଛି କରିବା ପାଇଁ ତପସ୍ଵିନୀ ଉସୁକାଇ ଥିଲେ ? ତାହା ବର୍ତ୍ତମାନର ସବୁଠୁ ବଡ ପ୍ରଶ୍ନ । ଯଦି ଏହି ଘଟଣାରେ ତପସ୍ଵିନୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳେ, ତେବେ ତାହା ତାଙ୍କୁ ସମସ୍ଯାରେ ପକାଇ ପାରେ । ଏଭଳି ସ୍ଥିତିରେ କିଏ କଣ ପକ୍ଷ ରଖିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।