ଲେହେଙ୍ଗା ପିନ୍ଧି ସ୍ବାଗରେ ବୁଲେଟ ଚଲାଉଛନ୍ତି ନବବଧୂ ! ଭିଡିଓ ଭାଇରାଲ ହେବା ପରେ ଲୋକେ କହିଲେ କିଛି ଏମିତି… ଦେଖନ୍ତୁ ଭାଇରାଲ video

ହାତରେ ଶଙ୍ଖା ପିନ୍ଧିଛନ୍ତି ଆଉ ଦେହରେ ପିନ୍ଧିଛନ୍ତି ନାଲି ରଙ୍ଗର ଏକ ଭାରି କାମ ହୋଇଥିବା ଲେହେଙ୍ଗା । ଯୁବତୀ ଜଣକ ନବ ବଧୂ ବେଶରେ ପୂରାପୂରି ସଜେଇ ହୋଇଛନ୍ତି ଆଉ କେବଳ ବରକୁ ଅପେକ୍ଷା ଅଛି । କିନ୍ତୁ ବିବାହ କରିବା ପୂର୍ବରୁ ଏକ ବୁଲେଟ ଚଢିଛନ୍ତି ଏହି ସୁନ୍ଦରୀ ନବ ବଧୂ ଜଣକ । କେବଳ ବୁଲେଟ ଚଢିଛନ୍ତି ତାହା ନୁହେଁ ବରଂ ରାସ୍ତା ଉପରେ ଜବରଦସ୍ତ ଡ୍ରାଇଭିଙ୍ଗ ମଧ୍ୟ କରୁଛନ୍ତି ଏହି ନବ ବଧୂ । ଆଉ ଏହି ସମୟର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବିବାହ ଦିନ ସାଧାରଣତଃ ଅଧିକାଂଶ ଯୁବତୀ ଲାଜ କରନ୍ତି । ବନ ବଧୂ ବେଶ ସାଜି ଲାଜ ଲାଜ ହୋଇ ରହିଥାନ୍ତି ଯୁବତୀ ମାନେ । କିନ୍ତୁ ଏହି ନବ ବଧୂଙ୍କ କ୍ଷେତ୍ରରେ ଏହାର ସଂପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଲାଜ କରିବା ବଦଳରେ ନିଜର ସ୍ବାଗ ଦେଖାଇଛନ୍ତି ଏହି ନବ ବଧୂ । ବିବାହ ପୂର୍ବରୁ ବୋହୂ ବେଶରେ ସଜେଇ ହୋଇ ସେ ରାସ୍ତାରେ ବୁଲେଟ ଧରି ବୁଲୁଛନ୍ତି ।

କଳା ରଙ୍ଗର ଏହି ବୁଲେଟ ଚଲାଉ ଥିବା ବେଳେ ତାଙ୍କ ଲେହେଙ୍ଗା ମଧ୍ୟ ଖୁବ ସ୍ବାଗରେ ଉଡୁଛି । ଆଉ ସେ ସାଜିଛନ୍ତି ବୁଲେଟ ରାଣୀ । ଯୁବତୀଙ୍କ ଏଭଳି ଅନ୍ଦାଜ ଏବେ ସମସ୍ତଙ୍କୁ ପସନ୍ଦ ଆସୁଛି । ଏହି ଭିଡିଓକୁ ୱିଟି ୱେଡିଙ୍ଗ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି । ଆଉ କ୍ୟାପ୍ସନରେ ଲେଖା ଯାଇଛି କି, “ଯେତେବେଳେ ଆପଣଙ୍କ ପରିବାର ଲୋକଙ୍କ ପକ୍ଷରୁ ଲଭ ମ୍ୟାରେଜ ପାଇଁ ସହମତି ମିଳିଯାଏ ।”

ତେବେ ଏହି ଭିଡିଓରେ ନଜର ଆସୁଥିବା ଯୁବତୀ ଜଣକ କିଏ ଓ ସେ କେଉଁଠିକାର ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସେପଟେ ଭିଡିଓଟି ଭାଇରାଲ ହେବା ପରେ ଅନେକ ଲୋକ ର୍ଥିରେ କମେଣ୍ଟ ମଧ୍ୟ କରୁଛନ୍ତି । କେହି କେହି ଏହାକୁ ପ୍ରଶଂସା କରୁଥିବା ବେଳେ ଏହିଭଳି ହେଲେମେଟ ନପିନ୍ଧି ବୁଲେଟ ଚଳାଇବାକୁ ଆପତ୍ତି ଉଠାଇଛନ୍ତି ।

ଏହିଭଳି ହେଭି ଲେହେଙ୍ଗାରେ ବୁଲେଟ ଚଳାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି ମଧ୍ୟ ଲୋକମାନେ କମେଣ୍ଟରେ ଲେଖୁଛନ୍ତି । ସେ ଯାହି ବି ହେଉ ନବ ବଧୂଙ୍କ ସ୍ବାଗକୁ ତ ଆମେ ବି ପ୍ରଶଂସା କରୁଛୁ । ଆପଣଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।