ହାଇକୋର୍ଟ ର ବଡ ନିସ୍ପତି ! ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ଦେଲେ ଏମିତି ନିଷ୍ପତ୍ତି

ପତି ଓ ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ଆଉ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହିଁ । ଏହି ସମ୍ବନ୍ଧରେ ଭୁଲ କାମକୁ ଅଧିକରୁ ଅଧିକ ଯୌନ ଉତ୍ପୀଡନ ବୋଲି କୁହାଯାଇ ପାରିବ । ପତ୍ନୀ କେବଳ ନିଜ ଅହଂ ଭାବକୁ ସନ୍ତୁଷ୍ଟ କରିବା ପାଇଁ ପତିକୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଏପରି କରିବାକୁ ବାଧ୍ୟ କରିପାରିବ ନାହିଁ । ଏହାସହ ସେମାନଙ୍କ ସମ୍ପର୍କକୁ ଯୌନ ଦୁଷ୍କର୍ମ ବର୍ଗରେ ସାମିଲ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଏନେଇ ଏକ ମାମଲାର ଶୁଣାଣି କରିବାକୁ ଯାଇ ଗତ ମଙ୍ଗଳବାର ଦିନ କୋର୍ଟରେ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ସୂଚନା ମୁତାବକ, ହୃଦୟ ନାମକ ଏକ ଏନଜିଓ ର ବୈବାହିକ ଦୁଷ୍କର୍ମର ପିଟିସନ ଉପରେ ବିଚାର କରି କୋର୍ଟ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି । ପିଟିସନ ଅନୁଯାୟୀ ଘରୋଇ ହିଂସା ଆଇନର ଧାରା ୩ ଅନୁଯାୟୀ ମହିଳାଙ୍କ ସମ୍ମାନ ହାନି କରୁଥିବା ଯେକୌଣସି ପ୍ରକାରରର ଯୌନ ସମ୍ପର୍କକୁ ଦୁଷ୍କର୍ମ ଭାବେ ସାମିଲ କରିବା ପାଇଁ ଆବେଦନ କରା ଯାଇଥିଲା । କି

ନ୍ତୁ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରି କହିଥିଲେ ଯେ, ପତି ପତ୍ନୀଙ୍କ ମଧ୍ୟରେ ଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହିଁ । ଏହା ଘରୋଇ ହିଂସା ଅଧିନିୟମ ୨୦୦୫ ଆଧାରରେ କ୍ରୁରତା ବୋଲି ପରିଭାଷିତ କରାଯାଇଛି । ନ୍ୟାୟମୂର୍ତ୍ତି ରାଜୀବ ଶକଧର ଓ ନ୍ୟାୟାମୂର୍ତ୍ତି ହରିଶଙ୍କରଙ୍କ ଖଣ୍ଡପୀଠ ଏନଜିଓ ଆରଆଇଟି ଫାଉଣ୍ଡେସନ, ଅଖିଳ ଭାରତୀୟ ଲୋକତାନ୍ତ୍ରିକ ମହିଳା ସଂଘ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଦ୍ଵାରା ଦାୟର କରା ଯାଇଥିବା ଜନହିତ ଯାଚିକାର ଶୁଣାଣି କରୁଥିଲେ ।

ଯେଉଁଥିରେ ଭାରତୀୟ ବ-ଳା-ତ୍କା-ର ଆଇନ ଅନୁସାରେ ପତି ମାନଙ୍କୁ ଦିଆ ଯାଉଥିବା ଅପବାଦକୁ ଶେଷ କରିବା ପାଇଁ ଦାବି କରିଥିଲେ । ଯାଚିକାକର୍ତ୍ତା ମାନେ ଧାରା ୩୭୫ ଆଇପିସି ଅନୁସାରେ ବୈବାହିକ ବ-ଳା-ତ୍କା-ର ଅପବାଦକୁ ସମ୍ବିଧାନିକତା ଚ୍ୟାଲେଞ୍ଜ କରିଛନ୍ତି । ଏହା ସେହି ମହିଳା ମାନଙ୍କ ସହ ଭେଦଭାବ କରୁଛି ଯେଉଁମାନେ ସେମାନଙ୍କ ସ୍ଵାମୀଙ୍କ ଦ୍ଵାରା ଯୌନ ଉତ୍ପୀଡନର ଶିକାର ହେଉଛନ୍ତି ।

ଏହି ମାମଲାରେ କୋର୍ଟ ଆଜି ଆଉ ଥରେ ଶୁଣାଣି କରିବେ ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।