15 ଦିନ ବ୍ଯବଧାନରେ ଦୃଶ୍ୟମାନ ହେବାକୁ ଯାଉଛି ଦ୍ଵିତୀୟ ଗ୍ରହଣ, ଏହାର ଶୁଭ ଓ ଅଶୁଭ ପ୍ରଭାବ ନେଇ ଜ୍ୟୋତିର୍ବିଦଙ୍କ ମତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ !

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଏକ ପ୍ରାକୃତିକ ଘଟଣା । କିନ୍ତୁ ହିନ୍ଦୁ ଧର୍ମର ଜ୍ଯୋତିଷ ଶାସ୍ତ୍ର ଓ ଧାର୍ମିକ ଗ୍ରନ୍ଥରେ ଏହି ଦୁଇଟି ପ୍ରକ୍ରିୟାକୁ ଅଶୁଭ ବୋଲି ବିଶ୍ବାସ କରାଯାଏ । ଆଉ ୨୦୨୨ ବର୍ଷରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଂଯୋଗ ଖୁବ୍ ଅଜବ ରହିଛି । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କାରଣ ସୂର୍ଯ୍ୟପରାଗର ମାତ୍ର ୧୫ ଦିନ ମଧ୍ୟରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ ।

ଗତ ୨୫ ତାରିଖ ଦୀପାବଳି ଦିନ ସୂର୍ଯ୍ୟପରାଗ ଲାଗିଥିବା ବେଳେ ନଭେମ୍ବରରେ ମାତ୍ର ୧୫ ଦିନ ବ୍ଯବଧାନରେ ଆଉ ଏକ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ସୂଚନା ଅନୁସାରେ ଆସନ୍ତା ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଦ୍ଵିତୀୟ ଗ୍ରହଣ ଲାଗିବାକୁ ଯାଉଛି । ଏହି ଦ୍ଵିତୀୟ ଚନ୍ଦ୍ରଗ୍ରହଣକୁ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ତେବେ ଏହି ଗ୍ରହଣ ଭାରତର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଛି ।

ହେଲେ ଏହି ଦ୍ଵିତୀୟ ଚନ୍ଦ୍ରଗ୍ରହଣର ପ୍ରଭାବ ଅନେକ ରହିଛି ବୋଲି ଜ୍ୟୋତିର୍ବିଦ ମାନେ ମତପ୍ରକାଶ କରୁଛନ୍ତି । ଅନେକଙ୍କ ମତରେ ଏହି ଲଗାତାର ଗ୍ରହଣକୁ ଶୁଭ ବୋଲି କୁହା ଯାଉଥିବା ବେଳେ ଆଉ କେତେକ ଜ୍ୟୋତିର୍ବିଦଙ୍କ ମତଗରେ ଏହାକୁ ଅଶୁଭ ସଙ୍କେତ ବୋଲି କୁହାଯାଉଛି ।

ଜ୍ୟୋତିର୍ବିଦ ଅନୁଯାୟୀ ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ସମସ୍ତେ ଗୋଟିଏ ସରଳରେଖାରେ ଅବସ୍ଥାନ କରୁଥିଲେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥାଏ । ଗତ ମେ’ ମାସ ୧୫ ତାରିଖରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡିଥିଲା । ଆଉ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ । କିଛି ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ଏହି ଦ୍ଵିତୀୟ ଚନ୍ଦ୍ରଗ୍ରହଣର ପ୍ରଭାବ ସେତେଟା ରହିବ ନାହିଁ ।

ରାତି ୫:୩୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬:୧୮ ମିନିଟ ପର୍ଯ୍ୟନ୍ତ ଏହି ଗ୍ରହଣ ଲାଗିବ । ତେଣୁ ଏହା ଭାରତର ଅଧିକାଂଶ ସହରରେ ଦେଖାଯିବ ନାହିଁ । ହେଲେ ପାଟନା, ରାଞ୍ଚି, କଲିକତା, ସିଲିଗୁଡି ଏବଂ ଗୌହାଟି ଇତ୍ୟାଦି ସ୍ଥାନରେ ଏହି ଗ୍ରହଣ ଦୃଶ୍ୟମାନ ହୋଇପାରେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିବା ଯୋଗୁଁ ସମସ୍ତ ୧୨ ଗୋଟି ରାଶିଙ୍କ ଉପରେ ଏହା ପ୍ରଭାବ ପକାଇବା ସହ ରାଶି ଅନୁସାରେ ଗ୍ରହଣର ଶୁଭ ଏବଂ ଅଶୁଭ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ସାରା ବିଶ୍ବରେ ଏହି ଗ୍ରହଣର ପ୍ରଭାବ ପଡିବାକୁ ଯାଉଥିବା ବେଳେ ଜଳବାୟୁ ଉପରେ ଏହାର ଅଧିକ ପ୍ରଭାବ ପଡିବ ବୋଲି କୁହାଯାଉଛି ।

ମାନବ ଜଗତ ପାଇଁ ଏହି ଗ୍ରହଣ ଚିନ୍ତାର ବିଷୟ ହୋଇପାରେ ବୋଲି ମତ ଦେଉଛନ୍ତି ଜ୍ୟୋତିର୍ବିଦ । ତେଣୁ ଗ୍ରହଣ ସମୟରେ ଖାଦ୍ୟ ସେବନ ନକରିବା ସହ ଘରେ ରହିବା ଓ ଗ୍ରହଣ ପରେ ସ୍ନାନ କରିବା ଦ୍ଵାରା ଏହାର ଅଶୁଭ ପ୍ରଭାବରୁ ରକ୍ଷା ପାଇ ହେବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।