ଶରୀରରୁ ବିଷାକ୍ତ ପଦାର୍ଥ କାଢି ଶହେ ପ୍ରକାରର ରୋଗକୁ ଠିକ କରେ ଏହି ସୁପରଫୁଡ୍, ସକାଳ ଜଳଖିଆ ପରେ କରନ୍ତୁ ଏହାର ସେବନ, ରାମବାଣ ଭଳି କମ କରିବ !

ଆଜି ଆମେ ଆପଣଙ୍କୁ ଏପରି ଏକ ସୁପରଫୁଡ୍ ବିଷୟରେ କହିବୁ ଯାହା ଖାଦ୍ଯକୁ ସୁସ୍ଵାଦୁ କରିବା ସହ ଆମ ଶରୀରକୁ ସୁସ୍ଥ ରଖିବା କାର୍ଯ୍ୟ ମଧ୍ୟ କରେ । ତେବେ ଏହି ସୁପରଫୁଡ ଟି ହେଉଛି ଅଦା । ରୋଷେଇ ଘରେ ପ୍ରାୟ ସବୁଦିନ ଏହାର ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ, ଅଦା ଅପମା ଶରୀରର ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ସକାଳ ଚାହା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟଞ୍ଜନରେ କାମରେ ଆସିଥାଏ ଅଦା ।

ଏହାସହ ଆମ ଶରୀରର ଅନେକ ରୋଗରୁ ଉପଶମ ମଧ୍ୟ ଦେଇଥାଏ । ଖାଦ୍ଯରେ ବ୍ୟବହାର ହେବାସହ, ଖାଦ୍ଯହଜମ ଓ ଥଣ୍ଡାସର୍ଦ୍ଦି ଭଳି ଅନେକ ରୋଗରେ ରାମବାଣ ଭଳି କାମ କରେ ସୁପରଫୁଡ୍ ଅଦା । ଆଜିକାଲିର ଖାଦ୍ଯଶୈଳୀ ଓ ପର୍ବପର୍ବାଣିରେ ଭଳିକି ଭଳି ଖାଇବା ଯୋଗୁଁ ଆମ ଶରୀରର ହଜମ ପ୍ରକ୍ରିୟା ଅନେକ ସମୟରେ ବିଗିଡିଯାଏ । ଏହାସହ ଓଜନ ବଢିବାର ମଧ୍ୟ ସମ୍ଭାବନା ରହିଥାଏ ।

ତେଣୁ ସମୟ ସମୟରେ ଶରୀରକୁ ଡିଟକ୍ସ କରି ବିଷାକ୍ତ ପଦାର୍ଥକୁ ବାହାର କରିବା ଅତ୍ୟନ୍ତ ଜରୁରୀ ଅଟେ । ଯାହାଦ୍ୱାରା ମଣିଷ ଶରୀର ଆକ୍ଟିଭ ରୁହେ । ତେଣୁ ଆମେ ଆଜି ଅଦାପାଣିର କିଛି ଫାଇଦା ବିଷୟରେ ଜାଣିବା । ଅଦାପାଣି ପିଇବା ଦ୍ଵାରା ଦୀର୍ଘ ସମୟ ଯାଏଁ ଶରୀର ହାଇଡ୍ରେଟ ରୁହେ ।

ଏହାକୁ ତିଆରି କରିବାର ଉପାୟ ମଧ୍ୟ ଖୁବ୍ ସହଜ । ଏହି ପାଣି ଆପଣଙ୍କ ତ୍ଵଚାକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରେ । ଅଦା ପାଣି ପେଟର ପ୍ରାୟ ସବୁ ସମସ୍ଯା ଯଥା ଗ୍ଯାସ, ହଜମ ସମସ୍ଯା ଓ ବାନ୍ତି ଭଳି ସମସ୍ଯାରୁ ଆରାମ ଦେଇଥାଏ । ଖାଦ୍ଯ ହଜମ ହେଉ ନଥିଲେ ସାମାନ୍ଯ ଅଦାପାଣି ଦ୍ଵାରା ଆପଣଙ୍କୁ ଅନେକ ଫାଇଦା ମିଳିବ । ଆପଣଙ୍କ ଶରୀରର କୋଲେଷ୍ଟ୍ରୋଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଅଦାପାଣି ।

ନିୟମିତ ଅଦାପାଣିର ସେବନ ହୃଦୟକୁ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରେ । ଫଳରେ ହାର୍ଟ ଆଟାକ୍ ଭଳି ସମସ୍ଯାକୁ ବହୁ ପରିମାଣରେ କମ୍ କରିହେବ । ଖରାପ ଖାଦ୍ଯାଭ୍ଯାସ ଯୋଗୁଁ ଓଜନ ବଢିବା ସମସ୍ୟାରେ ମଧ୍ୟ ରାମବାଣ ଭଳି କାମ କରେ ଅଦା ।

ତେଣୁ ଆପଣ ପ୍ରତ୍ଯେକ ଦିନ ସକାଳ ଜଳଖିଆ ପରେ ଯଦି ଅଦାପାଣି ଟିକେ ପିଅନ୍ତି ତେବେ ଏହା ଆପଣଙ୍କ ଚର୍ବି ତରଳାଇବା ସହ ଓଜନକୁ ଶୀଘ୍ର ହ୍ରାସ କରିଥାଏ । ଅଦାପାଣି ତିଆରି କରିବାକୁ ହେଲେ ପ୍ରଥମେ ଏକ ପାତ୍ରକୁ ଧୋଇ ସେଥିରେ ଦୁଇ କପ୍ ପାଣି ଫୁଟାନ୍ତୁ । ଏହାପରେ ଅଦାକୁ ଭଲଭାବେ ଧୋଇବା ପରେ ଛେଚିକି ସେହି ସିଝା ପାଣିରେ ମିଶାଇ ଦିଅନ୍ତୁ ।

ଅଦା ପକାଇବା ପରେ ସେହି ପାଣିକୁ ଗୋଟିଏ ଦୁଇ ମିନିଟ ଫୁଟାଇ ବନ୍ଦ କରିଦିଅନ୍ତୁ । ପ୍ରାୟ ୧୦ ମିନିଟ ଯାଏଁ ଏହି ପାଣିକୁ ଘୋଡାଇ ରଖନ୍ତୁ ଓ ଏହାପରେ ଅଳ୍ପ ଉଷୁମ ଥିବା ଅବସ୍ଥାରେ ଅଦାପାଣିକୁ ଛାଣି ଏହାର ସେବନ କରନ୍ତୁ । ଏହା ଆପଣଙ୍କ ଶରୀରରେ ରାମବାଣ ଭଳି କାମ କରିବ ।