ଚପଲ ମାଡ ଖାଇବା ପରେ ବି ସୁଧୁରିଲେନି, ହଟ୍ ଡ୍ୟାନ୍ସ ସଙ୍ଗାକୁ ଦର୍ଶକଙ୍କ ହାତକୁ କିସ୍ ବି କଲେ ଅଭିନେତ୍ରୀ Rani Priyadarshini Sahoo, ଦେଖନ୍ତୁ video

କଥାରେ ଅଛି, “ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ” । ଏହାର ଅର୍ଥ ହେଉଛି ମୋତେ ଯିଏ ଯାହା କହୁଛି କହୁ ହେଲେ ମୋର ଯାହା ଇଚ୍ଛା ମୁଁ ସେଇଆ କରିବି । ଲାଜ ସରମ ଛାଡି ଅର୍ଦ୍ଧ ନଗ୍ନ ହୋଇ ନାଚିବି, ତେଣିକି ଯିଏ ଯାହା କହୁଛି କହୁ । କାହା ଇଚ୍ଛାରେ ମୁଁ କାମ କରିପାରିବି ନାହିଁ । ଦର୍ଶକମାନେ ତ ମୋ ଅର୍ଦ୍ଧ ନଗ୍ନ ଦେହକୁ ଦେଖିବାକୁ ଭଲ ପାଉଛନ୍ତି । ଯାହାକୁ ଏସବୁ ଭଲ ନ ଲାଗୁଛି ସେମାନେ ଯାତ୍ରାକୁ ନ ଆସନ୍ତୁ ।

ଆମେ ଏହା କହିବାର ଅର୍ଥ ହେଉଛି, ମଞ୍ଚ ଉପରେ ଚପଲ ମାଡ ଖାଇବା ପରେ ସୁଧୁରି ନାହାନ୍ତି ଯାତ୍ରା ଆଇଟମ ଗାର୍ଲ ରାନୀ ପ୍ରିୟଦର୍ଶିନୀ ସାହୁ । ଭଦ୍ରକର ଚରମ୍ପାରେ ଆୟୋଜିତ ଯାତ୍ରା ମଞ୍ଚରେ ଚପଲ ମାଡ ଖାଇବା ପରେ ତାଙ୍କୁ ପୁଣି ଥରେ ସୁନ୍ଦରଗଡ ବଣାଇର ଯାତ୍ରା ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସେଠାରେ ବି ରଙ୍ଗୀନ ଝିଲମିଲ୍ ଆଲୋକ ସଜ୍ଜିତ ମଞ୍ଚରେ ରାନୀ ବୋଲ୍ଡ ଡ୍ୟାନ୍ସ କରିଛନ୍ତି । ରାନୀଙ୍କ ଏଭଳି ନୃତ୍ୟରେ ଦର୍ଶକ ମଧ୍ୟ ପୁରା ମସଗୁଲ୍ ଅଛନ୍ତି ।

ଖାସ୍ କରି ଆଗଧାଡିରେ ବସିଥିବା ଦର୍ଶକମାନେ ରାନୀଙ୍କ ନାଚକୁ ଅମୃତ ଭଳି ପିଇ ଯାଉଛନ୍ତି । ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁମାନଙ୍କ ପକେଟରୁ ଟଙ୍କାଟିଏ ବାହାରେନି ସେମାନେ ରାନୀଙ୍କ ପାଇଁ ସାଇଁ ସାଇଁ ଟଙ୍କା ଉଡାଉଛନ୍ତି । ରାନୀ ବୋଧେ ଠିକ କଥା କହିଛନ୍ତି, ଅଲାଜୁକ ଦର୍ଶକ ଓ ଯାତ୍ରା ଆୟୋଜନ କରୁଥିବା କମିଟି ନ ଚାହିଁଲେ କଣ ରାନୀ ଷ୍ଟେଜ ଉପରେ ଏମିତି ଅର୍ଦ୍ଧ ନଗ୍ନ ହୋଇ ନାଚି ପାରିବେ !

ଅଧିକ ଟଙ୍କା ରୋଜଗାର ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା ମାଲିକଙ୍କ କଥାନୁସାରେ ରାନୀ ଏଭଳି ନୃତ୍ୟ ପରିବେଷଣ କରୁଛନ୍ତି । ଗତ ଶୁକ୍ରବାର ଦିନ ଭଦ୍ରକ କାଳୀପୂଜାରେ ଆୟୋଜିତ ହୋଇଥିବା ଯାତ୍ରାରେ ରାନୀଙ୍କ ଅର୍ଦ୍ଧ ନଗ୍ନ ନାଚ ପାଇଁ ଜଣେ ମହିଳା ଦର୍ଶକ ତାଙ୍କୁ ଚପଲ ଫୋପାଡି ମାରିଥିଲେ । କେବଳ ସେତିକି ନୁହେଁ ବରଂ ଷ୍ଟେଜ ଉପରକୁ ଚଢି ରାନୀଙ୍କୁ ମାଡ ମାରିବା ପାଇଁ ମଧ୍ୟ ଘଉଡାଇଥିଲେ ।

ଏଥିପାଇଁ ସେ ଷ୍ଟେଜ ଉପରେ କିଛି ସମୟ ପ୍ରତିବାଦ ମଧ୍ୟ କରିଥିଲେ । ଯାତ୍ରା କମିଟିର ହସ୍ତକ୍ଷେପ ପରେ ମହିଳାଜଣକ ଜିଦ୍ ଛାଡି ଷ୍ଟେଜରୁ ଓହ୍ଲାଇବା ପରେ ଯାଇ ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରା ମଞ୍ଚରେ ଏଭଳି ଅଶ୍ଳୀଳ ନୃତ୍ୟକୁ କଣ ପାଇଆନ ପ୍ରଶ୍ରୟ ଦିଆଯାଉଛି ସେନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେଉଛି ।

ଯେଉଁ ଯାତ୍ରା ଦେଖିବାକୁ ଛୋଟ ପିଲାମାନେ ପରିବାର ସହ ଯାଉଛନ୍ତି ସେଠାରେ ଏମିତି ନୃତ୍ୟ ସେମାନଙ୍କ ଉପରେ ନିଶ୍ଚିତ ଭାବେ ଖରାପ ପକାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।