ଦ୍ଵିତୀୟ ଥର ପାଇଁ ପିତା ହେଲେ Harbhajan Singh, ସ୍ତ୍ରୀ Geeta Basra ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ, ଭାବୁକ ହେଇ Harbhajan କହିଲେ କିଛି ଏମିତି…

ବାପା ହେବ ସୁଖ ଠାରୁ ଦୁନିଆରେ ଆଉ କିଛି ସୁଖ ନାହି । କିଛି ପୁରୁଷ ଏମିତି ଅଛନ୍ତି ଯେଉଁ ମାନଙ୍କୁ ଏହି ସୁଖ ବାରମ୍ବାର ମିଳିଥାଏ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ହରଭାଜନ ସିଂ ଏମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ହରଭଜନ ସିଂ ଦିତୀୟ ଥର ପାଇଁ ପୁଅର ପିତା ହୋଇଛନ୍ତି । ପିତା ହେବାର ଖୁସି ହରଭଜନଙ୍କୁ ବହୁତ ଖୁସି ଆଣି ଦେଇଛି । ହରଭଜନ ପିତା ହେବା ପରେ ନିଜ ଟ୍ବିଟରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି ତାଙ୍କ ଘରେ ଗୋଟେ ପୁଅ ଜନ୍ମ ନେଇଛି । ନିଜ ସ୍ତ୍ରୀ ଓ ପୁଅର ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହା ସହ ସେ ଯେଉଁ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ କ୍ରିକେଟ ଦୁନିଆର ଖେଳାଳି ମାନଙ୍କ ବ୍ଯତୀତ ତାଙ୍କର କୋଟି କୋଟି ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ହରଭଜନ ସିଂ ଓ ଗୀତା ବାସରା ୨୦୧୫ ଅକ୍ଟୋବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ଏକ ବର୍ଷ ପରେ ସେ ଗୋଟେ ଝିଅକୁ ଜନ୍ମ ଦେଇଥିଲେ ।

ଯାହାର ନାଁ ହେଉଛି ହୀନାୟା । ହୀନାୟାଙ୍କୁ ଖେଳିବା ପାଇଁ ତାଙ୍କର ସାନ ଭାଇ ଆସି ଯାଇଛି । ବର୍ତ୍ତମାନ ହରଭଜନଙ୍କର ପରିବାର ପୁରା ହୋଇ ଯାଇଛି । ତାଙ୍କ ସ୍ତ୍ରୀ ବଲିଉଡର ଜଣେ ଅଭିନେତ୍ରୀ ଅଟନ୍ତି । ହରଭଜନଙ୍କ ସ୍ତ୍ରୀ ୨୦୨୧ରେ ଦିତୀୟ ଥର ମା ହେବାର ଖୁସି ଜଣାଇ ଥିଲେ । ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ “କମିଙ୍ଗ ସୁନ  ଜୁଲାଇ ୨୦୨୧” ।

ଏହା ବ୍ଯତୀତ ହରଭଜନଙ୍କ ସ୍ତ୍ରୀ ନିଜ ପ୍ରେଗନେସିର କିଛି ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟର କରିବାର ନଜର ଆସିଛନ୍ତି । ତାଙ୍କର ବେବି ବମ୍ପ ଫୋଟୋ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଦୀର୍ଘ ୯ ମାସର ଅପେକ୍ଷା ପରେ ସେ ପୁଅକୁ ଜନ୍ମ ଦେଇଛନ୍ତି । ହରଭଜନ ଓ ଗୀତା ନିଜ ପୁଅ ହେବାର ଖୁସିକୁ ସମସ୍ତଙ୍କ ସହ ଶେୟାର କରୁଛନ୍ତି । ଦୁହିଙ୍କର ପ୍ରେମ କାହାଣୀ ବହୁତ ରୋମାଞ୍ଚକର ଅଟେ । କାରଣ ଭଜ୍ଜି ଗୀତାଙ୍କୁ ପ୍ରଥମ ଥର ଟିଭିରେ ଦେଖିଥିଲେ । ସେହି ସମୟରେ ଭଜ୍ଜି ୟୁବରାଜଙ୍କ ସହ ଇଂଲଣ୍ଡରେ ଥିଲେ ।

ଏହା ପରେ ୟୁବରାଜଙ୍କର ବଲିଉଡରେ ସମ୍ପର୍କ ଥିବାରୁ ସେ ଭଜ୍ଜିଙ୍କର ସାହାଜ୍ଯ ଅରିବା ପାଇଁ ତାଙ୍କୁ କହିଥିଲେ । ଏହା ପରେ ଭଜ୍ଜି ଆଫ୍ରିକାରେ ଟି-୨୦ ମ୍ଯାଚ ଜିତିବା ପରେ ଜଣେ ବନ୍ଧୁଙ୍କ ଠାରୁ୭ ଗୀତାଙ୍କର ଫୋନ ନମ୍ବର ନେଇଥିଲେ । ଏହା ପରେ ଗୀତା ଭଜ୍ଜିଙ୍କର ମ୍ଯାସେଜର ଚାରି ଦିନ ଯାଏଁ କିଛି ଉତ୍ତର ଦେଇନଥିଲେ । 

ଏହା ପରେ ଗୀତା ମାନି ଯାଇଥିଲେ ଯାହା ଫଳରେ ଦୁହିଙ୍କର ପ୍ରେମ କାହାଣୀ ସଫଳ ହୋଇ ବିବାହ ହୋଇଥିଲା । ଗୀତା ବଲିଉଡରେ “ଦିଲ ଦେ ଦିୟା ହେ”, “ଦ ଟ୍ରେନ” ଫିଲ୍ମରେ ଇମରାନ ହାସମୀଙ୍କ ବିପରୀତ ଚରିତ୍ରରେ ଅଭିନୟ କରିଥିଲେ । ମ୍ୟାରେଜ ପରେ ଗୀତା ବଲିଉଡ ଠାରୁ ଦୂରେଇ ଯାଇଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।