ସ୍ଵାମୀକୁ ମାରି ମାରି ଥାନାକୁ ଟାଣି ଟାଣି ଆଣିଲା ଏହି ମହିଳା ଜଣକ, କାନ୍ଦି କାନ୍ଦି କହିଲା ଆଶ୍ଚର୍ଯ୍ୟ କରିଦେଲାଭଳି କଥା, ଦେଖନ୍ତୁ ଭିଡିଓ

ବିବାହିତ ଜୀବନରେ ଖୁସିରେ ରହିବା ପାଇଁ ହେଲେ ପରସ୍ପର ପ୍ରତି ବିଶ୍ଵାସ ଥିବା ଆବଶ୍ୟକ । ବିନା ସ୍ଵାର୍ଥରେ ଯିଏ ନିଜ ପାର୍ଟନରକୁ ଭଲ ପାଇଥାଏ ତାହାର ବୈବାହିକ ଜୀବନରେ କୌଣସି ବି ଅସୁବିଧା ଆସେ ନାହିଁ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ବାହାଘରକୁ ଏକ ଖେଳ କରି ଦେଇ ଛନ୍ତି । ନିଜ ପାର୍ଟନରକୁ ନ କହି ଦ୍ଵିତୀୟ ଚକ୍କର ଚଲାଇ ଥାନ୍ତି ।

ସେହିଭଳି ୟୁପି ର ଜଣେ ବ୍ୟକ୍ତି ପତ୍ନୀକୁ ନ କହି ଦ୍ଵିତୀୟ ବିବାହ କରିବାକୁ ଯାଉଥିଲା । କିନ୍ତୁ ଠିକ ସମୟରେ ଯେତେବେଳେ ତାହାର ପତ୍ନୀକୁ ଏହା ବିଷୟରେ ଜଣା ପଡିଲା ତେବେ ସେ ସ୍ଵାମୀକୁ ମାରି ମାରି ଥାନାକୁ ନେଇଗଲା । ଏହା ପରେ ସ୍ତ୍ରୀ ଯେଉଁ ବୟାନ ଦେଲା ତାହା ଆଶ୍ଚର୍ଯ୍ୟଜନକ ଥିଲା ।

ୟୁପିର ଲଖୀମପୁର ଖୀରୀ ନିବାସି ପୁଷ୍ପେନ୍ଦ୍ର ନିଜର ପତ୍ନୀ ଶିବାନୀକୁ ଧୋକା ଦେଇ ସିବିଲ କୋର୍ଟରେ ଦ୍ଵିତୀୟ ପ୍ରେମ ବିବାହ କରିବାକୁ ଯାଉଥିଲା । ଠିକ ସେହି ସମୟରେ କେହି ଜଣେ ତାହାର ପତ୍ନୀଙ୍କୁ ଏହି କଥାର ସୂଚନା ଦେଇଦେଲା । ଯାହା ପରେ ଶିବାନୀ ଦଉଡି ଯାଇ କୋର୍ଟ ପହଞ୍ଚିଲା ଓ ବାହାଘରକୁ ବନ୍ଦ କରିଦେଲା । ଏହା ପରେ ଶିବାନୀ ପୁଷ୍ପେନ୍ଦ୍ରଙ୍କୁ ରାସ୍ତା ସାରା ମାରି ମାରି ପୋଲିସ ଷ୍ଟେସନକୁ ନେଇଗଲା । ଏହା ପରେ ଶିବାନୀ ଏସପି ବିଜୟ ଆନନ୍ଦଙ୍କୁ ସମସ୍ତ ମାମଲା କହିଲା ।

ପତ୍ନୀ ଶିବାନୀ ନିଜ ସ୍ଵାମୀ ଉପରେ ଆରୋପ ଲଗାଇଲା କି ତାହାର ସ୍ଵାମୀ ତାର ପିତାର ପ୍ରପର୍ଟୀକୁ ନିଜ ନାମରେ କରିବା ପାଇଁ ଗତ କିଛି ଦିନ ହେବ ତାହା ଉପରେ ପ୍ରେସର ଦେଉଥିଲା । ଯେତେବେଳେ ସେ ତାକୁ ମନା କରିଦେଲା ତେବ ସେ ଦ୍ଵିତୀୟ ବିବାହ କରିବା ପାଇଁ ତାକୁ ଧମକ ଦେବାକୁ ଲାଗିଲା । ପୁଣି ଆଜି ସେ ଏକ ଅନ୍ୟ ଯୁବତୀ ସହ ବିବାହ କରିବାକୁ ଯାଉଥିଲା । ବର୍ତ୍ତମାନ ପୋଲିସ ପତ୍ନୀର ଆରୋପ ଆଧାରରେ ସ୍ଵାମୀକୁ ଗିରଫ୍ କରି ନେଇଛି ।

ଅନ୍ୟ ପଟେ ସୋସିଆଲ ମିଡିଆରେ ପତ୍ନୀର ସ୍ଵାମୀକୁ ମାରିବାର ଭିଡିଓ ବହୁତ ଭାଇରାଲ ହେଉଛି । ଭିଡିଓରେ  ଆପଣ ଦେଖି ପାରିବେ କି ପତ୍ନୀ ଜଣକ କେମିତି କାନ୍ଦି କାନ୍ଦି ନିଜ ସ୍ଵାମୀକୁ ରାସ୍ତା ସାରା ମାରୁଛି । ଆପଣ ଏହି ପୁରା ଘଟଣାକୁ ଭିଡିଓରେ ଦେଖି ପାରିବେ ।

ଦେଖନ୍ତୁ ଭିଡିଓ

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।