ଦୀପାବଳି ରାତିରେ ଏହି ୫ଟି ଜାଗାରେ ଅବଶ୍ୟ ଜଳାନ୍ତୁ ଦୀପ, ବର୍ଷିବ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା

ଏଥର ଦୀପାବଳିର ଶୁଭ ପର୍ବ ୨୪ ଅକ୍ଟୋବରକୁ ପଡୁଛି । ଦୀପବଳୀର ପର୍ବକୁ କାର୍ତ୍ତିକ ମାସର ଅମାବସ୍ୟାରେ ପାଳନ କରାଯାଏ । ଦୀପାବଳି ହିନ୍ଦୁମାନଙ୍କର ମୁଖ୍ୟ ପର୍ବ ଅଟେ । ମାନ୍ୟତା ଅନୁସାରେ ଦୀପ ଦ୍ଵାରା ସଜ୍ଜିତ ଏହି ରାତିରେ ମାତା ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ ପାଇଁ ବାହାରିଥାନ୍ତି । ଏହି ଦିନରେ ଯେଉଁ ବ୍ୟକ୍ତିଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି, ତାଙ୍କ ଘରେ କେବେ ବି ଟଙ୍କାର ଅସୁବିଧା ହୁଏ ନାହିଁ ।

ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଦିନ ଲୋକମାନେ ନିଜ ଘରର ଚାରିଆଡେ ଦୀପ ଲଗାଇ ଥାନ୍ତି ।

କିନ୍ତୁ କିଛି ଲୋକମାନଙ୍କୁ ଜଣା ନାହିଁ କି ଘରର କେଉଁ ସ୍ଥାନରେ ଦୀପ ଲଗାଇବା ଉଚିତ । କିଛି ଖାସ ଜାଗାରେ ଦୀପ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଦୀପାବଳି ଦିନ ଘରର କେଉଁଠି କେଉଁଠି ଦୀପ ଲଗାଇବା ଉଚିତ ।

ଏହି ୫ଟି ଜାଗାରେ ଅବଶ୍ୟ ଲଗାନ୍ତୁ ଦୀପ

·    ଯଦି ଆପଣଙ୍କ ଘରର ଆଖପାଖରେ କୌଣସି ମନ୍ଦିର ଅଛି ତେବେ ଦୀପାବଳି ଦିନ ସେଠାକୁ ବି ଯାଇ ଏକ ଦୀପ ନିଶ୍ଚିତ ଲଗାଇବା ଉଚିତ । ଏହା କରିବା ଦ୍ଵାରା ପୁରା ବର୍ଷ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ ।

·    କୁହନ୍ତି କି ଦୀପାବଳି ଦିନ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସେଥିପାଇଁ ଦୀପ ଲଗାଇବା ସମୟରେ ବ୍ୟକ୍ତିକୁ ଘରର ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ଵରେ ଦୀପ ନିଶ୍ଚିତ ଲଗାଇବା ଉଚିତ ।

·    ଯଦି ଆପଣ ଘରର ଆଖ ପାଖରେ ନିଶବ୍ଦ ସ୍ଥାନ ଅଛି ତେବେ ସେଠି ବି ଯାଇ ଆପଣ ଏକ ଦୀପ ନିଶ୍ଚିତ ଲଗାନ୍ତୁ ।

·    ଯଦି ଆପଣ ଘରେ ଅଗଣା ଅଛି ତେବେ ସେଠି ବି ଦୀପ ଜଳାନ୍ତୁ । ଅଗଣାରେ ଦୀପ ଜଳାଇବା ଦ୍ଵାରା ଦୁର୍ଭାଗ୍ୟ ଆପଣଙ୍କ ଠାରୁ ବହୁତ ଦୂରକୁ ଚାଲିଯିବ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ । ଘରର ଅଗଣାରେ ଏକ ବଡ ଦୀପ ଲଗାନ୍ତୁ ଓ ସେଥିରେ ରାତିସାରା ଘିଅ ଦିଅନ୍ତୁ ।

·    ଦୀପାବଳି ଦିନ ଓସ୍ଥ ଗଛ ତଳେ ଏକ ଦୀପ ଅବଶ୍ୟ ଲଗାଇବା ଉଚିତ । ମାନ୍ୟତା ଅନୁସାରେ ଓସ୍ଥ ଗଛରେ ଦେବତାମାନଙ୍କର ବାସ ହୋଇଥାଏ । ସେଥିପାଇଁ ଏଠାରେ ଦୀପ ଜଳାଇବାକୁ ଶୁଭ ବୋଲି କୁହାଯାଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।