ଏଥର ଦୂର୍ଗା ପୂଜାରେ ଘରକୁ ନେଇ ଆସନ୍ତୁ ଏହି 5 ଗୋଟି ଜିନିଷ, ଘରେ ହେବ ଧନର ବର୍ଷା (Durga puja 2021)

ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରେ ପଡିବାକୁ ଯାଉଛି ପବିତ୍ର ଦୂର୍ଗା ପୂଜା ବା ଦଶହରା ପର୍ବ । ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଯଦି ଘରକୁ ଏହି ୫ ଗୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ନେଇ ଆସିବେ ତେବେ ଆପଣଙ୍କ ଘରେ ହେବ ଧନର ବର୍ଷା । ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ସହ ଏହି ଖାସ ଉପାୟ କଲେ ମା ଦୂର୍ଗା ଆପଣଙ୍କ ଘରେ ଆଗମନ କରିବା ସହ ଆପଣଙ୍କୁ ପ୍ରଚୁର ଧନ ଉପାର୍ଜନର ସୁଯୋଗ ପ୍ରଦାନ କରିବେ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

ପ୍ରଥମ ଜିନିଷଟି ହେଉଛି ରୂପା ମୁଦ୍ରା । ଆପଣଙ୍କ ଘରୁ ଦାରିଦ୍ର୍ଯ ଦୂର କରିବାକୁ ଚାହୁଁଥିଲେ ଏହି ନବରାତ୍ରି ଶେଷ ହେବା ପୂର୍ବରୁ ଘରକୁ ରୂପା ମୁଦ୍ରା ନିଶ୍ଚୟ ନେଇ ଆସନ୍ତୁ । ରୂପା ମୁଦ୍ରାକୁ ଯେକୌଣସି ଦିନ ଆଣି ସଂପୂର୍ଣ୍ଣ ମନରେ ପୂଜା କରି ଘରର ଆଲମାରିରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ବିଭିନ୍ନ ଦିଗରୁ ଘରକୁ ଧନର ଆଗମନ ହୋଇଥାଏ ।

ଦ୍ଵିତୀୟ ଜିନିଷଟି ହେଉଛି କଉଡି । ଯଦି ଆପଣଙ୍କୁ କିଛି କାର୍ଯ୍ୟରେ ଧନ ସମ୍ବନ୍ଧିତ ସମସ୍ଯାର ସମୁଖୀନ ହେବାକୁ ପଡୁଛି ତେବେ, ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ହଳଦିଆ ବା ଧଳା ରଙ୍ଗର କଉଡି ନିଶ୍ଚୟ ଘରକୁ ନେଇ ଆସନ୍ତୁ । ମା ଲକ୍ଷ୍ମୀଙ୍କ ପୂଜା କରିବାରେ ଏହି କଉଡିକୁ ପୂଜା ସ୍ଥାନରେ ରଖି ପୂଜା କରନ୍ତୁ ଓ ତା’ପରେ ଏହାକୁ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ ଏବଂ ଏହାକୁ ଆଲମାରି କିମ୍ବା ଟଙ୍କା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ପୁରା ବର୍ଷ ଆପଣଙ୍କ ଘରେ ଧନର ଅଭାବ ରହିବା ନାହିଁ ।

ତୃତୀୟରେ ହେଉଛି ପଦ୍ମ ଫୁଲରେ ଉପବିଷ୍ଟ ମା ଲକ୍ଷ୍ମୀଙ୍କ ଫଟୋ । ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଏହି ସମୟରେ ପଦ୍ମ ଫୁଲ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫଟୋ ଘରକୁ ନେଇ ଆସନ୍ତୁ ଓ ପ୍ରତ୍ଯେକ ଦିନ ଏହାର ପୂଜା କରନ୍ତୁ । ଏହି ଉପାୟ ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରନ୍ତି ।

ଚତୁର୍ଥରେ ହେଉଛି ଦକ୍ଷିଣାବର୍ତ୍ତୀ ଶଙ୍ଖ । ଏହି ସମୟରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିବା ଦ୍ବାରା ଗୃହରେ ମା ଲକ୍ଷ୍ମୀ ଓ କୁବେର ମହାରାଜାଙ୍କ କୃପା ବର୍ଷା ହୋଇଥାଏ । ଏହାକୁ ଆଣି ପୂଜା ସ୍ଥାନରେ କିମ୍ବା ଆଲମାରିରେ ରଖି ଦିଅନ୍ତୁ । ତେବେ ଏହାକୁ ଖାଲି ନ ରଖି ଏହି ଶଙ୍ଖରେ ହଳଦିଆ ଚାଉଳ ରଖନ୍ତୁ । ଦେଖିବେ ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ ।

ପଞ୍ଚମରେ ହେଉଛି ଶ୍ରୀ ଜନ୍ତ୍ର । ଶ୍ରୀ ଜନ୍ତ୍ର ବହୁତ ପ୍ରକାରର ହୋଇଥାଏ । ଆପଣ ଯେକୌଣସି ଶ୍ରୀ ଜନ୍ତ୍ର ନିଜ ଘରକୁ ଆଣି ପାରିବେ । ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଏହାକୁ ଘରକୁ ନେଇ ଆସନ୍ତୁ ଓ ନିଜ ପୂଜାଘରେ ଏକ ଲାଲ କପଡା ଉପରେ ଏହାକୁ ସ୍ଥାପନ କରି ଦିଅନ୍ତୁ । ଏପରି କରିବା ଦ୍ଵାରା ମାଆ ଲକ୍ଷ୍ମୀ ଏବଂ କୁବେର ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିଥାନ୍ତି ଓ ଆପଣଙ୍କୁ ଧନ ସମ୍ବନ୍ଧିତ କୌଣସି ସମସ୍ୟାର ସ୍ମୁଖୀନ ହେବାକୁ ପଡି ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।