ଏହି ନାଗୁଣୀ (Cobra) ର ଆତଙ୍କ ରେ ପୁରା ଗାଁ ଭୟଭୀତ, ଦେଖନ୍ତୁ କେମିତି ବିଲେଇ ଟି ବଞ୍ଚେଇଲା ପୁରା ପରିବାର ର ଜୀବନ, ଦେଖନ୍ତୁ Video

ପ୍ରାୟତଃ କହିବାକୁ ଗଲେ ମାଟି ଘର ଗୁଡିକରେ ଅଧିକ ସାପ ଦେଖା ଯାଆନ୍ତି । ମାଟି ଘର ଗୁଡିକରେ ବେଳେ ବେଳେ ଛୋଟ ଛୋଟ ଗାତ ଥାଏ ଯେଉଁଥିରେ ବେଙ୍ଗ ଇତ୍ୟାଦି ଥାନ୍ତି ଯେଉଁ ମାନଙ୍କୁ ଖାଇବା ପାଇଁ ସାପ ଘର ଭିତରକୁ ପଶି ଯାଆନ୍ତି ଓ ସେହି ସ୍ଥାନରେ ରହି ଯାଆନ୍ତି । ନଚେତ କିଛି ସାପ ଏମିତି ବି ଅଛନ୍ତି ଯେଉଁମାନେ ବେଳେ ବେଳେ ଘରେ ବହୁ ଦିନ ପର୍ଯ୍ୟନ୍ତ ରହିଥାନ୍ତି । କିନ୍ତୁ ଘର କୌଣସି ବି ସଦସ୍ୟକୁ ସେହି ସାପ ବିଷୟରେ ଜଣା ନ ଥାଏ । ବର୍ତ୍ତମାନ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ।

ଏହି ଗାଁରେ ଏକ ଚାଲ ଘର ପାଖରେ ଏକ ନାଗ ସାପ ରହୁଥିଲା । ଯାହା ବିଷୟରେ ବୋଧେ ହୁଏ କେହି ଜାଣି ନ ଥିଲେ । ଦିନେ ସେହି ସାପଟି ତାଙ୍କର ଗୋଟିଏ ପୋଷା ବିଲେଇକୁ ମା-ରି ଦେଲା । ସମସ୍ତେ ଜାଣି ପାରିଲେ କି ତାଙ୍କ ଘରେ ଏକ ସାପ ଅଛି । କିନ୍ତୁ ସେମାନେ ବହୁତ ଖୋଜିବା ସତ୍ବେ ବି ସାପକୁ ପାଇ ନ ଥିଲେ । ସେମାନେ ସ୍ନେକ ହେଲ୍ପ ଲାଇନକୁ ଫୋନ କରି ଅଧିକାରୀମାନଙ୍କୁ ଡାକିଲେ ।

ସେହି ଅଧିକାରୀମାନେ ଆସି ପ୍ରଥମେ ସାପ ଯେଉଁ ସ୍ଥାନରେ ବିଲେଇକୁ ଚୋ-ଟ ମା-ରି ଥିଲା ସେହି ସ୍ଥାନରେ ସାପକୁ ଖୋଜିଲେ ଓ ବହୁତ ମାଟି ଖୋଲିବା ସତ୍ବେ ବି ଯେତେବେଳେ ସାପ ମିଳିଲା ନାହିଁ ତେବେ ସେମାନେ ତାହାରି ପାଖରେ ଥିବା ଏକ ଚାଲ ଘର ଭିତରକୁ ଗଲେ । ସମସ୍ତେ ମିଶି ପ୍ରଥମେ ସାପକୁ ଖୋଜିଲେ ଯେମିତି ସାପ ବିଷୟରେ ଜଣା ପଡିଲା ନାହିଁ ତେବେ ସ୍ଥିର କରାଗଲା କି ଘରର ମାଟିକୁ ଖୋଲିବା, ହୁଏତ ସାପ ମିଳି ଯାଇ ପାରେ ।

ପୁରା ଘରର ଓ ଘରର ବାହାରର ମାଟିକୁ ଖୋଲିବା ପରେ ଜଣା ପଡିଲା କି ସାପଟି ଘରର ଭିତରେ ବହୁତ ତଳେ ମାଟି ମଧ୍ୟରେ ଲୁଚି ରହିଥିଲା । ଯେଉଁ ସ୍ଥାନରୁ ସେ ଅତି ଚାଳକରେ ବାହାରକୁ ଯାଉ ଥିଲା ଓ ପୁଣି ସେହି ସ୍ଥାନରେ ଆସି ରହି ଯାଉ ଥିଲା । ପରିବାର ଲୋକମାନଙ୍କ କହିବା ଅଟେ କି ସେମାନେ ଏହି ସାପ ଯୋଗୁ ତିନି ଦିନ ହେବ ଠିକ ସେ ଶୋଇ ପାରି ନାହାନ୍ତି । କିନ୍ତୁ ଶେଷରେ ଅଧିକାରୀମାନେ ସେହି ସାପକୁ ଧରିବାରେ ସଫଳ ହେଲେ ।

ସବୁଠୁ ବଡ ଭୟଙ୍କର କଥା ଏହା ଅଟେ କି ଯେଉଁ ଘରେ ସମସ୍ତେ ଶୋଇଥିଲେ ସେହି ଘରେ ଏହି ସାପଟି ମାଟି ତଳେ ରହୁଥିଲା । କିନ୍ତୁ କୌଣସି ବି ପ୍ରକାରର ଦୁ-ର୍ଘ-ଟ-ଣା ଘ-ଟି ନାହିଁ । ସାପକୁ ଖୋଜିବା ଚକ୍କରରେ ସେହି ଘରକୁ ପାଖାପାଖି ନଷ୍ଟ କରି ଦିଆଯାଇଛି । ଯାହାକୁ ତିଆରି କରିବା ପାଇଁ ପୁଣି ସମୟ ସହିତ ଟଙ୍କା ବି ଲାଗିବ । ଏହା ଏକ ଗୋଲ୍ଡେନ କୋବ୍ରା ଅଟେ ଯାହାକି ବହୁତ କମ ସଂଖ୍ୟକ ଦେଖିବାକୁ ମିଳିଥାଏ ।