ଦୟାବାନ ଲୁଟେରା ! ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଆସିଥିଲେ, ଶେଷରେ ଦୁଃଖ ବୁଝି ୧୦୦ ଟଙ୍କା ଦେଇ ଗଲେ

ଦୟା ଦେଖାଇଲେ ଲୁଟେରା । ଭାବି କି ଆସିଥିଲେ ଲୁଟ କରିବାକୁ । ହେଲେ ଶେଷରେ ଦୁଃଖ ବୁଝି ଦେଇ ଗଲେ ଟଙ୍କା । ଏ କଥା ଯିଏ ବି ଶୁଣୁଛି ସେ ହସି ହସି ଗାଡି ଯାଉଛି । ହଁ ଦର୍ଶକ ବନ୍ଧୁ ତେବେ ପେଶାବର ଲୁଟେରା ଙ୍କର ଏଭଳି ଦୟାବାନ ହୃଦୟ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ମଦ୍ୟପାନ କରି ବିଳମ୍ବିତ ରାତି ରେ ରାସ୍ତା ରେ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ସେମାନଙ୍କ ନଜର ରାସ୍ତା ରେ ଯାଉଥିବା ଦମ୍ପତି ଙ୍କ ଉପରେ ପଡିଥିଲା ।

ତୁରନ୍ତ ସେମାନଙ୍କ ପିଛା କରିଥିଲେ ଦୁଇ ଲୁଟେରା । ଆଉ ହଠାତ ଦମ୍ପତି ଙ୍କ ଗାଡି ଆଗକୁ ଯାଇ ଲୁଟେରା ମାନେ ବନ୍ଧୁକ ବାହାର କରି ଲୁଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ । ଆଉ ଦମ୍ପତି ଙ୍କ ପାଖରେ ଯାହା ଅଛି ତାହା ଲୁଟ କରିବାକୁ ପ୍ରୟାସ କରିଥିଲେ ଲୁଟେରା । ବନ୍ଧୁଙ୍କ ଦେଖିବା ପରେ ଦମ୍ପତି ଭୟଭୀତ ହୋଇ ପଡିଥିଲେ ।

ଆଉ ତାଙ୍କ ଜୀବନ ବିପଦରେ ପଡିଲା ବୋଲି ସେମାନେ ବୁଝି ସାରିଥିଲେ । କିନ୍ତୁ ହଠାତ ଏହି ସମୟରେ କାହାଣୀ ରେ ଆସିଲା ନୂଆ ଟ୍ଵିଷ୍ଟ । ଆଉ ନିରାଶ ହୋଇଗଲେ ଏହି ଲୁଟେରା ମାନେ । କାରଣ ଦମ୍ପତି ଙ୍କ ପାଖରେ ଏତେ ଟଙ୍କା ଯାହା ଲୁଟେରା ମାନେ ଆଶା କରିଥିଲେ । ସବୁଠାରୁ ମଜାଦାର କଥା ହେଉଛି ଦମ୍ପତି ଙ୍କ ପାଖରେ ଥିଲା ମାତ୍ର 20 ଟଙ୍କା ।

ଆଉ ଏହା ଦେଖିବା ପରେ ଲୁଟେରା ଦୁଇ ଜଣ ନିଜକୁ ଧିକାର କରିବା ସହ ଦୟା ଦେଖାଇ ନିଜ ପକେଟ ରୁ କାଢି ଦମ୍ପତି ଙ୍କୁ 100 ଟଙ୍କା ଦେଲେ । ଆଉ ସେଠାରୁ ଦମ୍ପତି ଙ୍କୁ ସୁରକ୍ଷିତ ଭାବେ ଯିବାକୁ ଦେଲେ । ଲୁଟେରା ମାନେ ସେଠାରେ ଫେରାର ହୋଇ ଯାଇଥିଲେ । ତେବେ ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରେ ଜଣେ ହେଲେ ଦେବବଡ ଯିଏ କି ଜଣେ GST ଆକାଉଣ୍ଟ ।

ଆଉ ଅନ୍ୟ ଜଣେ ହେଲେ ହର୍ଷ ରାଜପୁତ ଯିଏ କି ଏକ ପ୍ରାଇଭେଟ କମ୍ପାନୀ ରେ କମ କରନ୍ତି । ତେବେ ପୋଲିସ ର କହିବା ଅନୁଯାୟୀ ଏହି ଘଟଣାର ସଂପୂର୍ଣ୍ଣ ତଦନ୍ତ ଚାଲିଛି । ଆଉ ଦୁଇ ଜଣ ଲୁଟେରା ଙ୍କୁ ଗିରଫ କରା ଯାଇଛି । ସେମାନଙ୍କ ପାଖରୁ ଗୋଟେ ବନ୍ଧୁକ, ସ୍କୁଟର ଓ 30ଟି ମୋବାଇଲ ଜବତ କରା ଯାଇଛି । ସେମାନଙ୍କ  ବିରୁଦ୍ଧ ରେ ମାମଲା ରୁଜୁ କରା ଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଦୁଇ ସହ ସିଟି ଯାଞ୍ଚ ପରେ ଦୁଇ ଜଣ ଲୁଟେରା ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ ମାନେ ।