ଏ କି ଆଶ୍ଚର୍ଯ୍ୟକର କଥା ! ଭଦ୍ରକ ରେ ମସାଣି ରୁ ଗୋଟେ ପରେ ଗୋଟେ ଶବ କୁଆଡେ ଗାଏବ ହୋଇଯାଉଛି ?

ଦୁଇ ବର୍ଷ ପରେ ଘଟୁଛି ପୁଣି ସମାନ ଘଟଣା । ମଶାଣିରୁ ଗାଏବ ହୋଇଯାଉଛି ଶବ । ଆଖପାଖରେ ମାଂସ ଖଣ୍ଡ ପଡି ଦୁର୍ଗନ୍ଧ ହେଉଛି । ନିଶାର୍ଦ୍ଧରେ ମସାଣିକୁ ଆସି ଶବ ନେଉଛି କିଏ ? ହଁ ଦର୍ଶକ ବନ୍ଧୁ ମସାଣିରୁ ଗାଏବ ହୋଇଯାଉଛି ଗୋଟେ ପରେ ଗୋଟେ ଶବ । ଆଶ୍ଚର୍ଯ୍ୟ ଲାଗିଲେ ବି ସଂପୂର୍ଣ୍ଣ ସତ୍ୟ ଏହି କଥା ଟି । ଏ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୈତରଣୀ ନଦୀର ଉତ୍ତରରେ ଅବସ୍ଥିତ ମଣିନାଥପୁର ଗାଁ ର ସ୍ଵର୍ଗଦ୍ଵାର ମସାଣି ।

ଏଠାରୁ ଗାଏବ ହୋଇଯାଇଛି 3ଟି ଶବ । ଗତ 20 ଦିନ ତଳେ ଅକ୍ଷୟ ବେହେରା, ଦୀନବନ୍ଧୁ ନାଥ ଓ 2 ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ସିଦ୍ଧାନ୍ତ ବେହୁରାଙ୍କ ଶବ ରୀତିନୀତି ଅନୁଯାୟୀ ସଂସ୍କାର କରାଯାଇ ପୋତା ଯାଇଥିଲା । ହେଲେ କାହାର ଶବ ଏବେ ମଶାଣିରେ ନାହିଁ । ଗାଁ ପିଲା ନଦୀ କୁ ବୁଲିବାକୁ ଯାଇଥିବା ବେଳେ ସମାଧି ସ୍ଥଳକୁ ଖୋଳା ଯାଇଥିବାର ଦେଖି ଗାଁ ଲୋକଙ୍କୁ ଜଣାଇଲେ ।

ଶତାଧିକ ଗ୍ରାମ ବାସୀ ମଶାଣିରେ ରୁଣ୍ଡ ହୋଇ ଦେଖିଥିଲେ ଯେ ସମାଧି ସ୍ଥଳରେ ଗାତ ଖୋଳାଯାଇ ପୁଣି ମାଟି ପକାଇ ଯାଇଛି । ସେହିପରି ଶବ ର ଅନ୍ତ ବସ୍ତ୍ର, ମୃତଙ୍କ ପାଦ ଚିହ୍ନ ଓ କିଛି ଘୋଷାଡ଼ି ନେଇ ଯାଇଥିବାର ଦାଗ ଚିହ୍ନ ଦେଖି ଶବ ଚୋରୀ ହୋଇଥିବା ଜାଣି ପାରିଲେ । କିଛି ବର୍ଷ ପୂର୍ବରୁ ମଧ୍ୟ ସ୍ବର୍ଗତଃ ଶିକ୍ଷକ ବାସୁଦେବ ଦାସଙ୍କ ସହ ଅନ୍ୟ ଜଣଙ୍କର ବ୍ୟକ୍ତିଙ୍କର ଶବ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।

ମସାଣିରୁ ସମାଧି ଗାଏବ ହେଉଛି ଆଉ ଏକାଧିକ ଶବ କୁଆଡେ ଆଉ କିଏ ନେଇ ଯାଉଛି ତାହକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରୁଛି । ତେବେ ଏହି କାମ ଶିଆଳ କି କୁକୁର କରି ନାହାନ୍ତି ବୋଲି ତର୍କ ରଖିଛନ୍ତି ଗ୍ରାମ ବାସୀ । ଗ୍ରାମ ବାସୀ କହୁଛନ୍ତି ଯେ ଏ କାମ କୌଣସି ମଣିଷ କରୁଛି । ମାଟି ଖୋଳି ଶବ ନେଇ ପୁଣି ଗାତ ରେ ମାଟି ପକାଇ ଦେଉଛି ।

ଆଉ ଏମିତି କାମ ଶିଆଳ କି କୁକୁର କରି ପାରିବ ନାହିଁ । ଏହା ଛଡା ସମାଧି ଠାରୁ କିଛି ଦୂରରେ ଦେଖିବାକୁ ମିଳିଛି ମେଡିକାଲ ଗ୍ଲୋବ୍ସ ଓ ମୃତକଙ୍କ ବସ୍ତ୍ର । ଅନେକ ସ୍ଥାନରେ ମୃତକଙ୍କ ଅବଶିଷ୍ଟ ଅଙ୍ଗ ପଡିଥିବା ବେଳେ ହାଡ ମିଳି ନାହିଁ । ଏଭଳି ଦୃଶ୍ୟ ଦେଖି କେଉଁ ଗୁଣିଆ ଏଭଳି କାଣ୍ଡ କରୁଥିବାର ସନ୍ଦେହ କରିଛନ୍ତି ଗାଁ ଲୋକେ । ମସାଣି ସମାଧି ସ୍ଥଳରୁ ଶବ ଗାଏବ ହେବ ଘଟଣାକୁ ନେଇ ଥାନା ରେ ଅଭିଯୋଗ ହୋଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ସେମାନଙ୍କ ମନରେ ଅଜବ ଭୟ ସୃଷ୍ଟି ହେଲାଣି । ଗାଁ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଏହି ଘଟଣାକୁ ନେଇ ।