ମାତ୍ର 2 ମିନିଟରେ ମୋତି ଭଳି ଚମକିବ ଦାନ୍ତ, ଜାଣନ୍ତୁ ଘରେ କିପରି କରିପାରିବେ ଏହି ଚମତ୍କାରୀ ଉପଚାର (Teeth Whitening Remedy)

ହସିବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଆଉ ସେଥିପାଇଁ ଆମ ଦାନ୍ତ ସଫା ଏବଂ ଚମକଦାର ହେବା ଆବଶ୍ୟକ । ହସିବା ବେଳେ ଦାନ୍ତ ଯଦି ହଳଦିଆ ଦେଖାଯାଏ ତେବେ ତାହା ଦେଖିବାକୁ ଅସୁନ୍ଦର ଲାଗିଥାଏ ଓ ସେଥିପାଇଁ ଆମେ ଲଜ୍ଜିତ ଅନୁଭବ କରିଥାଉ । ସେଥିପାଇଁ ଆଜି ଆମେ ଜାଣିବା ଆପଣ ଅଳ୍ପ ସମୟରେ କିପରି ନିଜ ଦାନ୍ତକୁ ମୋଟୋ ଭଳି ଧଳା କରିପାରିବେ । ଘରେ ସହଜରେ ମିଳି ପାରୁଥିବା ସାମଗ୍ରୀ ସହକାରେ ଏହି ରିମେଡିକୁ ଆପଣ ବନେଇ ପାରିବେ ।

ତେବେ ଏହି ଉପାଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଜୀରା । ଆପଣ ଭାବୁଥିବେ ଜୀରା କେମିତି ଆପଣଙ୍କ ଦାନ୍ତ ସଫା କରିବ ! ବିଶ୍ବାସ କରନ୍ତୁ ଜୀରା ଆପଣଙ୍କ ଦାନ୍ତରେ ଜମିଥିବା ସବୁ ମଇଳାକୁ ବାହାର କରି ଚିକଚିକ କରିବାରେ ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ । ଏହାକୁ ପିଲାଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଜୀରାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରିବାକୁ ହେବ ।

ଥରକ ପାଇଁ ଆପଣଙ୍କୁ ଏକ ଚାମୁଚ ଜୀରା ପାଉଡର ଆବଶ୍ୟକ ହେବ । ଜୀରା ଦାନ୍ତକୁ ସଫା କରିବା ସହ ପାଇରିଆ ଭଳି ସମସ୍ଯା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଧଚାମୁଚ ବେକିଙ୍ଗ ସୋଡା ବା ଖାଇବା ସୋଡା ଓ ପୁଦିନହାରା ଯାହାକି ଆପଣଙ୍କୁ କୌଣସି ବି ମେଡ଼ିସିନ ଷ୍ଟୋରରୁ ସହଜରେ ମିଳିଯିବ ।

ନଚେତ ପୋଦିନା ପତ୍ର ଥିଲେ ୪-୫ଟି ପତ୍ରରୁ ରସ ବାହାର କରି ଆପଣ ଏଥିରେ ମିଶାଇ ଦେଇପାରିବେ । ନହେଲେ ଗୋଟିଏ ପୁଦିନହାରା ଗୋଲିରୁ ରସ ବାହାର କରି ଏଥିରେ ମିଶାନ୍ତୁ । ଏହା ଆପଣଙ୍କ ମୁଖ ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାପରେ ଆପଣଙ୍କୁ ଶେଷ ସାମଗ୍ରୀ ଅବଶ୍ୟକ ହେବ ତାହା ହେଉଛି ଲେମ୍ବୁରସ, ଯାହାକି ପ୍ରାକୃତିକ ଉପାୟରେ ଆପଣଙ୍କ ଦାନ୍ତକୁ ବ୍ଲିଚ କରିଥାଏ ଓ ପାଟିର ଗନ୍ଧକୁ ମଧ୍ୟ ଦୂର କରିଥାଏ ।

ଏବେ ଆପଣ ନେଇଥିବା ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ନିଜ ଆଙ୍ଗୁଳିରେ ନେଇ ଦାନ୍ତ ଘଷିପରିବେ କିମ୍ବା ବ୍ରଶରେ ଲଗାଇ ମଧ୍ୟ ଘଷିପାରିବେ । ସପ୍ତାହରେ ତିନିଦିନ ଆପଣ ଏହି ରିମେଡିରେ ଦାନ୍ତକୁ ସଫା କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବା ସହ ପାଟିର ଗନ୍ଧ ମଧ୍ୟ ଦୂର ହୋଇଯିବ ।

ପ୍ରଥମ ଥରରୁ ହିଁ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ । ଦାନ୍ତକୁ ସବୁଦିନ ସଫା ରଖିବା ଓ ଖାଇ ସାରିବା ପରେ କୁଳି କରି ପାଟି ସଫା କରିବା ଅତିଅନ୍ତ ଜରୁରୀ ହୋଇଥାଏ । ଏହାସହ ପାନ, ଗୁଟଖା ଆଦି ମଧ୍ୟ ଖାଉଥିଲେ ସେସବୁ ଖାଇବା ବନ୍ଦ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ଏକଦମ ଧଳା ଚିକଚିକ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।