ଘରକୁ ଅଚଳାଚଳ ଧନ ସମ୍ପତ୍ତି କିପରି ଆସିବ ? ଜାଣନ୍ତୁ ଜ୍ୟୋତିର୍ବିଦ Pragyan Tripathy ଙ୍କ କିଛି ଖାସ୍ ଟିପ୍ସ

ମା’ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା । ସେ ଗୋଟିଏ ଜାଗାରେ ସ୍ଥିର ରୁହନ୍ତି ନାହିଁ ବା ତାଙ୍କୁ କେହି ବାନ୍ଧି ରଖିପାରନ୍ତି ନାହିଁ । କିନ୍ତୁ ଚଞ୍ଚଳା ହୁଅନ୍ତୁ ପଛେ ମା ଲକ୍ଷ୍ମୀଙ୍କ ଯିବାଆସିବା ଲାଗି ରହିଥାଉ ବୋଲି ସମସ୍ତେ ଚାହାନ୍ତି । ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ କିପରି ରହିବ ଓ ଘରକୁ ଅଚଳାଚଳ ଧନ ସମ୍ପତ୍ତି କିଭଳି ଆସିବ । ଜାତକରେ କେଉଁ ଭାବ ଧନଯୋଗ କରିଥାଏ ଏବଂ ସେହି ଯୋଗକୁ କିଭଳି ସଂଯୋଗ ଦେବେ ଆସନ୍ତୁ ଜାଣିବା ।

ଆମ ଜାତକର ଦ୍ଵିତୀୟ ଏବଂ ଏକାଦଶ ଭାବ ହେଉଛି ଧନର ଭାବ । ଯଦି ଗୋଟିଏ ଗ୍ରହ ଦ୍ଵିତୀୟ ଭାବରେ ଅଛନ୍ତି ତେବେ ତାଙ୍କ ଦୃଷ୍ଟି ଅଷ୍ଟମକୁ ରହିବ ଏବଂ ଏକାଦଶ ଭାବରେ ରହିଲେ ଏହା ପଞ୍ଚମକୁ ଦୃଷ୍ଟି ହେବ । ତେଣୁ ଏଠାରେ ସମୁଦାୟ ୪ଟି ଭାବ ସକ୍ରିୟ ହେଲେ । ଦ୍ଵିତୀୟ ଭାବ ହେଉଛି ସ୍ଵଅର୍ଜିତ ଧନ ଓ ଏକାଦଶ ଭାବ ହେଉଛି ଲାଭ । ସେହିପରି ଅଷ୍ଟମ ଭାବଟି ଗୁପ୍ତଧନ ଯାହା ଆମକୁ ଅଜଣା ଥାଏ ଓ ଅଚାନକ ମିଳିଥାଏ ।

ପଞ୍ଚମ ଭାବର କାଳପୁରୁଷ ହେଉଛନ୍ତି ସିଂହ ଏବଂ ଘରର ମାଲିକ ହେଉଛନ୍ତି ରବି ଯିଏକି ଊର୍ଜାକୁ ବୁଝାନ୍ତି । ତେଣୁ ଏମିତି କଣ କରିବେ ଆପଣଙ୍କ ପାଖକୁ ଅଚଳାଚଳ ଧନ ସମ୍ପତ୍ତି ଆସିବ ଅର୍ଥାତ ମା ଲକ୍ଷ୍ମୀଙ୍କ ଆଗମନ ସର୍ବଦା ଲାଗି ରହିବ ? ଆପଣ ଯେକୌଣସି ଉପାୟ କରିବା ବେଳେ ତାହାକୁ ଅତ୍ୟନ୍ତ ବିଶ୍ବାସର ସହକାରେ ଶ୍ରଦ୍ଧାର ସହ କରନ୍ତୁ ।

ଏଥିପାଇଁ ଆପଣଙ୍କୁ ଲଗାତାର ତିନିଦିନ ଏହି ଉପାୟକୁ କରିବାକୁ ପଡିବ । ଏହି ତିନି ଦିନ ଆପଣ ଆମିଷ ବିଲକୁଲ ଭୋଜନ କରିବେ ନାହିଁ । ଏହିସବୁ ଭାବ ଯଥା ଦ୍ଵିତୀୟ ଭାବ, ପଞ୍ଚମ ଭାବ, ଏକାଦଶ ଭାବ ଓ ଅଷ୍ଟମ ଭାବକୁ ଦେଖିଲେ ଦ୍ଵିତୀୟ ଭାବ ହେଉଛନ୍ତି ଶୁକ୍ର, ଏକାଦଶ ହେଲେ ଶନି, ପଞ୍ଚମ ହେଲେ ରବି ଏବଂ ଅଷ୍ଟମ ହେଲେ ମଙ୍ଗଳ । ଏଥିପାଇଁ ଆପଣ ଏକ ମାଟି ପାତ୍ର ଆଣିବେ ଓ କିଛି ମହୁ ଆଣିବେ ।

ଆପଣ ସେହି ମାଟି ପାତ୍ରରେ ସାତ ବୁନ୍ଦା ମହୁ ପକେଇ ଦେବେ ଓ ଏହାସହ ସାତ ଚୁଟକି କଳା ରାଶି ମଧ୍ୟ ପକାଇ ଦେବେ । ଏତିକି କରି ଆପଣ ଏକ ସୋରିଷ ତେଲର ଦୀପ ଲଗେଇବେ ଓ “ଓଁ ଶ୍ରୀ ଶ୍ରୀୟେ ନମଃ” ମନ୍ତ୍ରକୁ ଶହେ ଆଠ ଥର ଜପ କରିବେ । ଏହାପରେ ପ୍ରଥମ ଦିନ ଆପଣ ଘରର ପଶ୍ଚିମ ଦିଗରେ ଏହି ଦୀପ ଓ ମହୁ ଏବଂ ରାଶି ଥିବା ମାଟିପାତ୍ରକୁ ରଖିକରି ଆସିବେ ।

ତା’ ପରଦିନ ଆପଣ ଘିଅର ଦୀପ ଲଗେଇବେ ଓ ଏହାକୁ ଉତ୍ତର ଦିଗରେ ରଖିବେ । ତା’ପରଦିନ ପୁଣି ଥରେ ସୋରିଷ ତେଲର ଦୀପ ଜାଲି ମାଟିପତ୍ର ସହ ଦକ୍ଷିଣ ଦିଗରେ ଏହାକୁ ରଖିଦେବେ । ତିନି ଦିନ ଏହି ଉପାୟକୁ ଶ୍ରଦ୍ଧାର ସହ କରନ୍ତୁ ଓ ମନ୍ତ୍ରକୁ ଜପ କରନ୍ତୁ ଦେଖିବେ ଆପଣଙ୍କ ଘର ଧନଧାନ୍ୟରେ ଭରିଯିବ ।

ଯେଉଁ ମାନଙ୍କ ଜାତକରେ ଧନ ଯୋଗ ରହିଛି କିନ୍ତୁ କୌଣସି ଗ୍ରହଙ୍କ ଦଶା କିମ୍ବା ଅନ୍ତର୍ଦ୍ଦଶା ଯୋଗୁଁ ଏହା ନଷ୍ଟ ହୋଇଯାଉଛି ସେମାନଙ୍କ ପାଇଁ ଏହି ଉପାୟ ଖୁବ ଫଳଦାୟକ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।