ରବିବାର ଦିନ ଭୁଲରେ ଏହି କାମ କରନ୍ତୁ ନାହିଁ କି ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ହୋଇପାରେ ଅନିଷ୍ଠ !

ସୌରମଣ୍ଡଳର ସମସ୍ତ ଗ୍ରହ ସୂର୍ଯ୍ୟଦେବଙ୍କ ଠାରୁ ନିଜର ଊର୍ଜା ପ୍ରାପ୍ତ କରିଥାନ୍ତି । ଏହା ମଧ୍ୟ ସତ ଯେ ଆମ କୁଣ୍ଡଳୀରେ କେଉଁ ନ କେଉଁ ଗ୍ରହଙ୍କ କାରଣରୁ ଆମ କାର୍ଯ୍ୟ ସଫଳ କିମ୍ବା ଅସଫଳ ହୋଇଥାଏ । ଗ୍ରହ ମାନଙ୍କୁ ଶାନ୍ତ ରଖିବାରେ ପାଇଁ ଆମେ ବାର ଅନୁଯାୟୀ ଭଗବାନଙ୍କ ପୂଜା ଉପାସନା କରିଥାଉ । କିନ୍ତୁ ରବିବାର ଦିନ ଛୁଟିଦିନ ବୋଲି ଆମେ ମନଇଚ୍ଛା କାର୍ଯ୍ୟ କରିଥାଉ । ତେବେ ଆଜି ଆମେ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ ଭୁଲରେ ବି କରିବା ଉଚିତ ନୁହେଁ ।

ମାନାଯାଏ କି, ରବିବାର ଦିନ ଓସ୍ତଗଛରେ ଭୁଲରେ ବି ଜଳ ଚଢାଇବା ଉଚିତ ନୁହେଁ । କାରଣ ଏହିଦିନ ଓସ୍ତଗଛରେ ଜଳ ଚଢାଇବା ଦ୍ଵାରା ଅନିଷ୍ଠ ହୋଇଥାଏ । ଆପଣ ଚାହିଁଲେ ଓସ୍ତ ଗଛମୂଳେ ଘିଅର ଦୀପ ଜଳାଇ ପାରିବେ କିମ୍ବା ଧୂପଦୀପ କରିପାରିବେ । ପରନ୍ତୁ ଜଳ ଭୁଲରେ ବି ଚଢାନ୍ତୁ ନାହିଁ । ରବିବାର ଦିନ ଛୁଟି ବୋଲି ଭାବି ଆମେ ଡେରି ଯାଏଁ ଶୋଇଥାଉ ।

କିନ୍ତୁ ନିଜ କୁଣ୍ଡଳୀରେ ସୂର୍ଯ୍ୟଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଥିଲେ ଆପଣ ରବିବାର ଦିନ ସକାଳୁ ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ସ୍ନାନାଦି କର୍ମ ସାରି ତମ୍ବା ପାତ୍ରରେ କୁଙ୍କୁମ ଓ ଚାଉଳ ପକେଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାସହ ସଂପୂର୍ଣ୍ଣ ହୃଦୟ ସହ ସୂର୍ଯ୍ୟଦେବଙ୍କ ଉପାସନା କରନ୍ତୁ, ଦେଖିବେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତ ହେବ । ରବିବାର ଦିନ ଭୁଲରେ ମଧ୍ୟ ବାଳ କାଟନ୍ତୁ ନାହିଁ କି ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ ।

ସୂର୍ଯ୍ୟଦେବଙ୍କୁ ନିଜ ରାଶିରେ ଶକ୍ତିଶାଳୀ କରିବା ପାଇଁ ତାଙ୍କୁ ରାଶି ତେଲ ଅବଶ୍ୟ ଚଢାନ୍ତୁ । ରବିବାର ଦିନ ଏହି ଉପାୟ କରିବା ଦ୍ଵାରା ଆପଣ ଭବିଷ୍ୟତରେ ଆସିବାକୁ ଥିବା କେତେ ସଙ୍କଟରୁ ମୁକ୍ତି ପାଇପାରିବେ । ହିନ୍ଦୁଧର୍ମରେ ସନ୍ଥ ମହାପୁରୁଷଙ୍କୁ ମଶୁର ଡାଲିର କୌଣସି ବ୍ୟଞ୍ଜନ ଚଢା ଯାଏନାହିଁ । ସେହିପରି ଶାସ୍ତ୍ରରେ ମଧ୍ୟ ରବିବାର ଦିନ ମଶୁର ଡାଲି ଖାଇବାକୁ ମନା କରାଯାଇଛି ।

ରବିବାର ସୂର୍ଯ୍ୟଦେବଙ୍କ ବାର ହୋଇଥିବାରୁ ଏହିଦିନ ସୂର୍ଯ୍ୟଦେବକଙ୍କ ଉପାସକମାନେ ମଶୁର ଡାଲି ଖାଇବା ଉଚିତ ନୁହେଁ । କାରଣ ମଶୁର ଡାଲିକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଦେଖା ଯାଇଥାଏ । ପିଆଜ ଓ ରସୁଣକୁ ମଧ୍ୟ ରବିବାର ଦିନ ବ୍ୟଞ୍ଜନରେ ବ୍ୟବହାର ନ କରିବା ଉଚିତ । ଯଦି ଆପଣଙ୍କ ସ୍ଥିତିରେ ସୂର୍ଯ୍ୟଦେବଙ୍କ ସ୍ଥିତି ଠିକ ନାହିଁ ତେବେ ଆପଣ କିଛିଦିନ ପର୍ଯ୍ୟନ୍ତ ପିଆଜ, ରସୁଣର ସେବନ ନକରିବା ଦ୍ଵାରା ଲାଭ ପ୍ରାପ୍ତି ହେବ ।

ଯଦି ଆପଣ ସୂର୍ଯ୍ୟଦେବଙ୍କ ଭଳି ତେଜସ୍ବୀ ସନ୍ତାନ ପାଇବାକୁ ଇଚ୍ଛା ରଖିଛନ୍ତି ତେବେ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ବ୍ରତ ପାଳନ କରନ୍ତୁ ଓ ସନ୍ଧ୍ଯା ପରେ ବିନା ଲୁଣ ପଡିଥିବା ଭୋଜନ ସେବନ କରନ୍ତୁ । ରବିବାର ଦିନ ଲାଲ ଶାଗର ସେବନ ମଧ୍ୟ ନକରିବା ଉଚିତ । ଲାଲ ଶାଗ ଶୀଘ୍ର ଉଠିଥାଏ ଓ ଶୀଘ୍ର ମରିଯାଏ । ତେଣୁ ରବିବାର ଦିନ ଏହି ଅଳ୍ପ ଆୟୁଯୁକ୍ତ ଖାଦ୍ଯ ନଖାଇବା ଉଚିତ । ଏମିତି ତ ଶାସ୍ତ୍ରରେ ଆମିଷ ସେବନ ବାରଣ କରାଯାଇଛି ।

ଯେଉଁମାନେ ଆମିଷ କରୁଛନ୍ତି ସେମାନେ ରବିବାର ଦିନ ମାଛର ସେବନ କରିବା ଅନୁଚିତ, ଏହାଦ୍ଵାରା ଅନିଷ୍ଠ ହୋଇଥାଏ । ସେହିପରି ରବିବାର ଦିନ ରାଶି ତେଲକୁ ମଧ୍ୟ ଭୋଜନରେ ଉପଯୋଗ କରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।