ଏହି ଯାତାୟାତ ନିୟମ କୁ ଉଲ୍ଲଂଘନ କରିଲେ ରଦ୍ଦ ହୋଇପାରେ ଆପଣଙ୍କ ଡ୍ରାଇବିଙ୍ଗ ଲାଇସେନ୍ସ, ନିଶ୍ଚୟ ଜାଣି ନେବା ଦରକାର

କୌଣସି ବାହନ ଚଳାଇବା ସମୟରେ ଯାତାୟାତ ର ନିୟମ ମନିବା ବହୁତ ଜରୁକରି ହୋଇଥାଏ । ଯଦି ଆପଣ ଏହି ନିୟମ କୁ ପାଳନ କରିବେ ନାହିଁ ଆପଣଙ୍କ ସହିତ ଅନ୍ୟଙ୍କୁ ମଧ୍ୟ ଏହାର ଅସୁବିଧା ଭୋଗ କରିବାକୁ ପଡିବ । ଲୋକମାନେ ଡ୍ରାଇବିଙ୍ଗ ଲାଇସେଂସ ବନେଇ ନିଅନ୍ତି କିନ୍ତୁ ଡ୍ରାଇବିଙ୍ଗ ସମୟରେ କେତେ ନିୟମ ଗୁଡିକର ଉଲଂଘନ କରନ୍ତି ।

ଟ୍ରାଫିକ ନିୟମ ଉଲଂଘନ କରିବା ଦ୍ଵାରା ଆପଣଙ୍କୁ ଚାଲାଣ ଏବଂ କିଛି ମାସ ଜେଲ ମଧ୍ୟ ହୋଇ ପାରେ । ଏହା ଛଡା ଆପଣଙ୍କ ଡ୍ରାଇବିଙ୍ଗ ଲାଇସେଂସ ମଧ୍ୟ ବନ୍ଦ କରି ଦିଆ ଯାଇପାରେ । ଆଜି ଆମେ ଆପଣଙ୍କୁ କିଛି ଏମିତି ଟ୍ରାଫିକ ନିଆୟାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଉଲଂଘନ କରିବା ଦ୍ଵାରା ଆପଣଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ କରିବାକୁ ପଡିବ ।

ବିନା ହେଲମେଟ ବାଇକ ଚଳାଇବା :

ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବା ଯାତାୟାତ ର ଏକ ମୁଖ୍ୟ ନିୟମ ଅଟେ । ଯଦି ଆପଣ ବିନା ହେଲମେଟରେ ବାଇକ ଚଲାଉଛନ୍ତି ତେବେ ଟ୍ରାଫିକ ପୁଲିସଙ୍କ ପାଖରେ ଲାଇସେଂସ ବନ୍ଦ କରିବାର ଅଧିକାର ଅଛି । ସେଥିପାଇଁ ଯେତେବେଳ ବାଇକ ଚଳାଇବେ ହେଲମେଟ ପିନ୍ଧି ଚଲାଇବେ ଏବଂ କାର ଚଲାଇବା ସମୟରେ ସିଟ ବେଲ୍ଟ ପିନ୍ଧି ଚଳାଇବେ ।

ମଦ୍ୟପାନ କରି ଗାଡି ଚଳାଇବା :

ମଦ୍ୟପାନ କରି ଗାଡି ଚଳାଇବା ଆଇନ ଅପରାଧ ଅଟେ । ଯଦି କେହି ମଦ୍ୟପାନ କରି ଗାଡି ଚଲାଉଛନ୍ତି ତେବେ ତାହା ଉପରେ ମୋଟର ବେହିକୀଳ ଏକ୍ଟ ର ଧାରା 185 ଅନୁସାରେ ଡ୍ରିଂକ ଏବଂ ଡ୍ରାଇଭିଙ୍ଗ କରୁଥିବା ପାଇଁ ଆପଣଙ୍କ ଗାଡି ଏବଂ ଡ୍ରାଇବିଙ୍ଗ ଲାଇସେଂସ କୁ ଧରାଯିବ । ସେଥିପାଇଁ ମଦ୍ୟପାନ କରି ଗାଡି ଚଳାଇବା ଉଚିତ ନୁହେଁ ।

 

ଓଭର ସ୍ପୀଡ :

ରାସ୍ତାରେ ଗାଡି କୁ ଏକ ସ୍ପୀଡ ମଧ୍ୟରେ ଚଳାଇବା ପାଇଁ ସ୍ପୀଡ ଲିମିଟ ର ସୂଚନା ଲେଖା ଯାଇଥାଏ ଯଦି ଆପଣ ଏହି ସ୍ପୀଡ ଲିମିଟ ରୁ ବେସୀ ସ୍ପୀଡ ରେ ଗାଡି ଚଲାଉଛନ୍ତି ତେବେ ଆପଣଙ୍କର ଡ୍ରାଇବିଙ୍ଗ ଲାଇସେଂସ ବନ୍ଦ କରି ଦିଆଯାଇପାରେ ।

ଡ୍ରାଇବିଙ୍ଗ ସମୟରେ ମୋବାଇଲରେ କଥାବର୍ତା :

ଯଦି ଆପଣ ଗାଡି ଚଲାଉଥିବା ସମୟରେ କଥାବର୍ତା କରୁଛନ୍ତି ତେବେ ସେହି ସମୟରେ ଆପଣଙ୍କର ଡ୍ରାଇବିଙ୍ଗ ଲାଇସେଂସ ବନ୍ଦ କରି ଦିଆ ଯାଇପାରେ ।

ଗାଡିରେ ବେଶି ଲୋକଙ୍କୁ ବସାଇବା :

ବାଇକରେ ୩ ଜଣ ଏବଂ ୫ ଜଣ ରୁ ବେଶି ଲୋକ ବସିଛନ୍ତି ତେବେ ସେମାନଙ୍କର ମଧ୍ୟ ଡ୍ରାଇବିଙ୍ଗ ଲାଇସେଂସ ବନ୍ଦ ହୋଇ ପାରେ ।