ଭାଗ୍ୟ ଦେଉ ନାହିଁ ଆପଣଙ୍କ ସାଥ, ତେବେ ଏହି ଚମତ୍କାରୀ ନିମ୍ବୁ ର ଉପାୟ କରି ହୁଅନ୍ତୁ ଧନବାନ ଏବଂ ଭାଗ୍ୟବାନ

ଲେମ୍ବୁରେ ଥିବା ପୋଷାକ ତତ୍ଵ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ପାଖାପାଖି ସମସ୍ତଙ୍କ ଘରେ ଏହାର ବ୍ୟବହାର କରାଯାଇଥାଏ । ଲେମ୍ବୁର ବ୍ୟବହାର ଗରମ ଦିନରେ ଅଧିକ ବ୍ୟବହାର କରାଯାଇଥାଏ କିନ୍ତୁ ଥଣ୍ଡା ଦିନରେ ମଧ୍ୟ ନାଲି ଚା’ ରେ ଲେମ୍ବୁ ପକାଇ ପିଇବା ଦ୍ଵାରା ଋତୁ ଜନିତ ରୋଗ ଗୁଡିକରୁ ଆପଣ ବଞ୍ଚି ପାରିବେ । ଏତିକି ନୁହେଁ କେତେକ ଲୋକମାନେ ଲେମ୍ବୁର ଆଚାର କରି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି ।

ପ୍ରାୟତଃ ପୂଜା ପାଠ କରିବା ସମୟରେ ଲେମ୍ବୁର ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କ ଘରେ ଆର୍ଥିକ, ପାରିବାରିକ ଝଗଡା ଇତ୍ୟାଦି ସମସ୍ୟା ଲାଗିରହିଛି ତେବେ ତାହାର ସମାଧାନ କରିବା ପାଇଁ ଲେମ୍ବୁର ଉପାୟ କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଲେମ୍ବୁରେ ଥିବା ଗୁଣ ନକରାତ୍ମକ ଶକ୍ତିକୁ ଘରେ ପ୍ରବେଶ କରିବାକୁ ଅଟକାଇ ଥାଏ ।

ଘରର ସବୁ ଅସୁବିଧା ଗୁଡିକ ଦୂର କରି ପାରିବେ

ଯଦି ଆପଣଙ୍କର ଘରେ କୌଣସି ପ୍ରକାର ଅସୁବିଧା ଚାଲିଛି ଏବଂ ଏହାର ନିବାରଣ ହେଉନାହିଁ ତେବେ ଏଥିପାଇଁ ଆପଣ ଗୋଟିଏ ଲେମ୍ବୁ ଏବଂ ଚାରିଟି ଲବଙ୍ଗକୁ ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ କୌଣସି ଏକ ଶାନ୍ତ ଜାଗାରେ ନାଲୀ ରଙ୍ଗର ଆସନରେ ବସିଯାଆନ୍ତୁ ଏବଂ ଲେମ୍ବୁରେ ଚାରୋଟି ଲବଙ୍ଗ ଲଗାଇ ହନୁମାଙ୍କର ଚାଳିଶା ପଢନ୍ତୁ । ଏହା ପରେ ଲେମ୍ବୁକୁ ସେଠି ଛାଡିଦିଅନ୍ତୁ ଏବଂ ସେଠୁ ଚାଲି ଆସନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ଅସୁବିଧା ଦୂର ହୋଇଯିବ ।

ଖରାପ ନଜରରୁ ବଞ୍ଚିବା ପାଇଁ

ଯଦି ଆପଣଙ୍କ ଘରର କୌଣସି ବ୍ୟକ୍ତିକୁ କାହାର ଖରାପ ନଜର ଲାଗିଯାଉଛି ତେବେ ଆପଣ ଗୋଟିଏ ଲେମ୍ବୁକୁ ନେଇ ସେହି ବ୍ୟକ୍ତିର ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ବୁଲାନ୍ତୁ ଏବଂ ଏହା ପରେ ଲେମ୍ବୁକୁ ଚାରି ଖଣ୍ଡ କରି କୌଣସି ଚାରିଛକ ଉପରେ ଠିଆ ହୋଇ ଚାରି ଦିଗକୁ ଖଣ୍ଡେ ଖଣ୍ଡେ ଫୋପାଡି ଦିଅନ୍ତୁ ।

ଏହା କରିବା ଦ୍ଵାରା ସେହି ବ୍ୟକ୍ତି ଉପରୁ ସମସ୍ତ ଖରାପ ନଜର ଖସି ଯିବ ଏବଂ ତାହାର ସମସ୍ତ କଷ୍ଟ ଦୂର ହୋଇଯିବ । କିନ୍ତୁ ଧ୍ୟାନ ଦେବେ ଯେ ଲେମ୍ବୁ ଫୋପାଡିବା ସମୟରେ କେହି ଆପଣଙ୍କୁ ଯେମିତି ନ ଦେଖନ୍ତି ।

ଘରର ସୁଖ ଶାନ୍ତି ପାଇଁ

ଯଦି ଆପଣଙ୍କ ଘରେ ପ୍ରାୟତଃ ଝଗଡା ଲାଗି ରହୁଛି, ତେବ ଆପଣ ନିଜ ଘରେ ଗୋଟିଏ ଲେମ୍ବୁ ଲଗାଇ ପାରିବେ । ଏହା ଦ୍ଵାରା ଆପଣଙ୍କର ଘରର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଖୁସିରେ ଜୀବନ ଜାପନ କରି ପାରିବେ ।