Vastu Shastra- ଦୋଳ ପୂର୍ଣ୍ଣିମା ଓ ହୋଲି ରେ କରନ୍ତୁ ଏହି ଚମତ୍କାରି ଉପାୟ, ହେବ ଧନର ବର୍ଷା ହେବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ ହୋଲି ଦିନ ଘରେ ଏହି ପରି କିଛି କାମ କରିଦେବା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଅଧିକ କିଛି କଥା ।

ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି ହୋଲି ଦିନ ମାତା ଲକ୍ଷ୍ମୀ ଙ୍କ ର ଗୋଟିଏ ପ୍ରତିଛବି ଘରକୁ ଆଣନ୍ତୁ । ସନ୍ଧ୍ୟା ସମୟ ରେ ମାତା ଲକ୍ଷ୍ମୀ ଙ୍କ ନିକଟ ରେ ନଅ ଗୋଟି ଦୀପ ଜାଳନ୍ତୁ । ଏହି ଦୀପ ରେ କେବଳ ଗାଈ ଘିଅ ହିଁ ଦେବେ । ଅନ୍ୟ କୌଣସି ଘିଅ ର ବ୍ୟବହାର କରିବେ ନାହିଁ । ଆପଣ ଏହି ପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ସମସ୍ୟା ର ଅନ୍ତ ହୋଇଥାଏ । ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ଫିଟି ଯାଇଥାଏ ।

ଏହା ବ୍ୟତୀତ ଯଦି ଆପଣ କରଜ ରେ ବୁଡି ରହୁଛନ୍ତି ସେଥିରୁ ମଧ୍ୟ ଆପଣଂକୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ଘର କୁ ସନ୍ଧ୍ୟା ସମୟ ରେ ଏକ ନଡ଼ିଆ ଆଣନ୍ତୁ । ଧ୍ୟାନ ରଖିବେ ସେହି ନଡ଼ିଆ ରେ ଯେପରି ପାଣି ଥିବ ଓ ଏହାର ଜଟା ଯେପରି ନ ଭାଙ୍ଗି ଥିବ । ସେହିପରି ଏକ ନଡ଼ିଆ ଆଣି ତାହାକୁ ଘରେ ଠାକୁର ଙ୍କ ନିକଟ ରେ ରଖନ୍ତୁ । ସେଥିରେ ଏକ ନାଲି ସୂତା ବାନ୍ଧି ଦିଅନ୍ତୁ ଏବଂ ଏହାକୁ ଅରୁଆ ଚାଉଳ ଦ୍ଵାରା ପୂଜା କରନ୍ତୁ ।

ପୂଜା କରି ସାରିବା ପରେ ଏହାକୁ ହନୁମାନ ଙ୍କ ମନ୍ଦିର ରେ ହନୁମାନ ଙ୍କ ପାଦ ତଳେ ଅର୍ପଣ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଅର୍ଥ ଜନିତ କୌଣସି ପ୍ରକାର ସମସ୍ୟା ଦେଖା ଦେଇ ନ ଥାଏ । ତୃତୀୟ ଉପାୟ ଟି ହେଉଛି ହୋଲି ଦିନ ସନ୍ଧ୍ୟା ସମୟ ରେ ଅଶ୍ୱତ୍ଥ ଗଛ ମୂଳ ରେ ସୋରିଷ ତେଲ ରେ ପ୍ରସ୍ତୁତ ଏକ ଦୀପ ଜାଳନ୍ତୁ । ଦୀପ ଜାଳିବା ପରେ ଏକ ମୁଖା ହୋଇ ଘରକୁ ଫେରି ଯାଆନ୍ତୁ । ଭୁଲ ରେ ମଧ୍ୟ ବୁଲି କରି ଗଛ କୁ ଦେଖନ୍ତୁ ନାହିଁ ।

ଏହା ପରେ ଗୋଡ଼ ହାତ ଧୋଇ କରି ଘର ଭିତରେ ପ୍ରବେଶ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନ ର ବର୍ଷା ହୋଇଥାଏ । ଆପଣଙ୍କ ଘରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖା ଦେଇ ନଥାଏ । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଘରେ କେବେ ମଧ୍ୟ କୌଣସି ଜିନିଷ ର ଅଭାବ ଦେଖିବାକୁ ମିଳି ନ ଥାଏ । ଏହା ଏକ ସରଳ ଉପାୟ ଅଟେ । ଏହାକୁ ନିଶ୍ଚୟ ଆପନଂକ ଘରେ ପ୍ରୟୋଗ କରନ୍ତୁ । ଆପଣଙ୍କ ର ବହୁତ ମଙ୍ଗଳ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।