ଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣ କରିବେ ? ପଢନ୍ତୁ ଆଜିର 20 + ଅନୁଚିନ୍ତା

ଧନ ଏହି ଶବ୍ଦ ଟି ଶୁଣିଲେ ମନୁଷ୍ୟ ମନରେ ଖୁସି ଅନୁଭବ କରିଥାଏ । ବେଳେ ବେଳେ ଏହି ଧନ ନଥିଲେ ମନୁଷ୍ୟ ଜୀବନ ରେ ବହୁତ ଦୁଖ ଅନୁଭବ କରିଥାଏ । କାହିଁକି ନା  ଏହି ଧନ ଅଭାବ ଦ୍ଵାରା ମନୁଷ୍ୟ ଜୀବନ ରେ କିଛି ବି କରିପାରେ ନାହିଁ  ତାର ଜୀବନ ଦୁର୍ବିସହ ହୋଇଯାଏ । ମନୁଷ୍ୟକୁ ସମାଜରେ ପ୍ରତିଷ୍ଠା ପାଇବା ପାଇଁ ଧନ ଏକାନ୍ତ ଆବଶ୍ୟକ  ହୋଇଥାଏ କିନ୍ତୁ ଏଥିପାଇଁ ଯୋଗ୍ୟତାତ ଆବାସିକ ହୋଇଥାଏ । ତେବେଆଜିଆସନ୍ତୁ ଜାଣିବା ଏହି ଧନ କାହିଁକି ଅଭାବ ହୋଇଥାଏ ।

୧ – ମଳିନ ପଡିଯାଇଥିବା ଆଇନ କିମ୍ବା ଭାଙ୍ଗିଯାଇଥିବା ଆଇନ ଘରେ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଶୁଭ ହୋଇଥାଏ  ।

୨ – ଘର ଦିନ ବାରଟା ପୂର୍ବରୁ ପୋଛା ମାରିବା ଉଚିତ ଏବଂ ଗୁରୁବାର ଦିନ ଘର କେବେ ପୋଛା ମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୩  – ଘରର ଐଶାନ୍ୟ କୋଣରେ ଠାକୁର ଘର କରିବା ଉଚିତ ଏବଂ ଏକ କାଚ ପାତ୍ରରେ ଗୋଟା ଅରୁଆ ଚାଉଳ ରଖିଲେ ଶୁଭ ହୋଇଥାଏ ।

୪ – ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବା ପରେ ପୂଜା ହୋଇଥିବା କଳସର ପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।

୫  – ସନ୍ଧ୍ୟାବେଳେ ଦୀପ ଜାଳିଲା ବେଳେ ଦୁଇଟି ଦୀପ ଲାଗିବା ଉଚିତ ଗୋଟିଏ ତେଲର ଦୀପ ଏବଂ ଆଉ ଗୋଟିଏ ଘିଅ ଦୀପ ଏହା ଶୁଭ ହୋଇଥାଏ ।

୬  – ଘରେ ଅଯଥା ଖରଚ ହେଉଥିଲେ ଗୋଟିଏ ତମ୍ଭା ପଇସା ଓ ହଳଦିଆ ରଙ୍ଗର କଉଡି ନେଇ ଲାଲ କପଡାରେ ବାନ୍ଧି ଠାକୁର ଘରେ ରଖିବାଉଚିତ ।

୭  – ଠାକୁର ଘରେ ଦୀପ ଜାଳିଲା ବେଳେ ଦୀପରୁ ଦୀପ ଲଗାଇବା ଉଚିତ ନୁହେଁ କି ଦୀପରୁ ଧୂପ କାଠି ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୮ – ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗିକରି ଖାଇବା ଉଚିତ ନୁହେଁ କାରଣ ଏହା ଦରିଦ୍ରତା ବୃଦ୍ଧି ହବାର କାରଣ ହୋଇଥାଏ ।

୯  – ଠାକୁର ଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତ ନୁହେଁ ।

୧୦  – ରୁଟି କରି ସାରିବା ପରେ ରୁଟି କେବେ ଗଣିବା ଉଚିତ ନୁହେଁ ଏବଂ ହଟକେସ କେବେ ଖାଲି ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୧୧  – ବିବାହିତ ସ୍ତ୍ରୀ ଲୋକମାନେ ନିଜର କାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇ ବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

୧୨  – ତିନୋଟି ଗୁରୁବାର ଦିନ ପାଞ୍ଚ କିଲୋ ଅଟାରେ ଏକ କିଲୋ  ଗୁଡ ମିଶାଇ ରୁଟି ତିଆରି କରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।

୧୩  – ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ ।

୧୪  – ପ୍ରତି ଗୁରୁବାର ଦିନ ଓସ୍ତ ଗଛରେ ଜଳଦାନ କରିବା ଦ୍ଵାରା ଏବଂ ମଥାରେ କେଶର ତିଳକ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।

୧୫ – ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରିବା ଦ୍ଵାରା ଏବଂ ଫୁଲରେ ସଜାଇବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୧୬  – ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ କିମ୍ବା ତ୍ରିଶୂଳ ଚିହ୍ନ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୧୭ – ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଜୋତା ଚପଲ ରଖିବା ଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖା ଦେଇଥାଏ ।

୧୮ – ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାଇବା ଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।

୧୯ – ଘରେ ବେକାର ପଡିଥିବା ଜିନିଷ ରଖିବା ଉଚିତ ନୁହେଁ କିମ୍ବା ବନ୍ଦ ହୋଇ ପଡିଥିବା ବିଦ୍ଵତ ଉପକରଣ ରଖିବାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

୨୦ – ଯଦି ଘରେ ଶୁକ୍ରବାର ଦିନ ଶ୍ରୀ ସ୍ତୋତ୍ର କିମ୍ବା ଲକ୍ଷ୍ମୀ ସ୍ତୋତ୍ର ପାଠ କରାଯାଏ ତେବେ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

୨୧ – ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ସକାଳୁ ଧଳା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

୨୨  – ଶୁକ୍ର ବାର ଦିନ ଗୋଟିଏ ପଦ୍ମ ଫୁଲ ଆଣି ଘରେ ପଇସା ରଖୁଥିବା ସ୍ଥାନରେ ରଖିବା ଉଚିତ ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

୨୩ – ଅଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଘରର ଐଶାନ୍ୟ କୋଣରେ ଘିଅ ଦୀପରେ କେଶର ପକାଇ ଜଳିବ ଦ୍ଵାରା ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।